ବେଞ୍ଜିଂ: କୋରୋନା କୁ ମାତ ଦେଲେ 100 ବର୍ଷର ବୃଦ୍ଧ । ଚୀନରୁ ଆସିଥିବା ଏହି ଖବରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସଂକ୍ରମିତ ହେବାର ମାତ୍ର 13 ଦିନ ଭିତରେ କୋରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ସେ ଘରକୁ ଫେରିଛନ୍ତି । ଚୀନରୁ ଆସିଥିବା ଏହି ଖବର ମୁତାବକ ବୁହାନ ସହରରେ କୋରୋନା ପୀଡିତ ରୋଗୀ ମାନଙ୍କ ପାଇଁ ନିର୍ମିତ୍ତ ଏକ ସେଣ୍ଟରରେ ଜଣେ 100 ବର୍ଷର ବୃଦ୍ଧ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନା ମୁତାବକ ସଂକ୍ରମଣ ପାଇଁ ବୃଦ୍ଧଙ୍କୁ ହୁବୋଇର ଏକ ହସପିଟାଲରେ ଗତ 24 ଫେବୃଆରୀରେ ଭର୍ତ୍ତି କରାଯାଇଥିଲା । 13 ଦିନର ଚିକିତ୍ସାରେ ତାଙ୍କୁ କୋରୋନା ଏଣ୍ଟି ଭାଇରସ ଓୌଷଧ ଓ ପାରମ୍ଫାରିକ ଚୀନ ଓୌଷଧ ଦିଆଯାଇଥିଲା । ଏହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ବୋଲି ଜଣାପଡିଛି ।
ଚୀନରେ ବର୍ତ୍ତମାନ 80 ହଜାର କୋରୋନା ସମ୍ପର୍କିତ ମାମଲା ଜଣାପଡିଛି । ସେଥିମଧ୍ୟରୁ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ବ ରୋଗୀଙ୍କର ମୃତ୍ୟୁ ଘଟିଛି । ଚୀନର କେବଳ ହୁବେଇ ପ୍ରାନ୍ତରୁ ସବୁଠୁ ଅଧିକ କୋରୋନା ସନ୍ଦିଗ୍ଧ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ପ୍ରାୟ 1 ଲକ୍ଷ କୋରୋନା ସନ୍ଦିଗ୍ଧ ରହିଛନ୍ତି । ବିଶ୍ବର 92 ଦେଶର ଲୋକ କୋରୋନାରେ ପ୍ରଭାବିତ ଥିବା ଏକ ରିପୋର୍ଟରୁ ଜଣାପଡିଛି ।
@ANI