ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ବୁଧବାରଠୁ ସବର୍ଣ୍ଣବର୍ଗର ଆର୍ଥିକ ଅନଗ୍ରସରଙ୍କ 10% ସଂରକ୍ଷଣ ଉପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବେ ଉଚ୍ଚତମ ନ୍ୟାୟାଳୟ । ସବର୍ଣ୍ଣବର୍ଗ ଅନ୍ତ୍ରଭୁକ୍ତ ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ନିଯୁକ୍ତି ଏବଂ ଶିକ୍ଷାଦାନ କ୍ଷେତ୍ରରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ଆଣିଛନ୍ତି ଏହି ବ୍ୟବସ୍ଥା ।
ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରାଇବେ । ସମ୍ବିଧାନରେ ପ୍ରଣିତ ଥିବା ସଂରକ୍ଷଣ ବ୍ୟବସ୍ଥାର ସଂଶୋଧନ କରିବା ଉପରେ ଆସନ୍ତା କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ ।