ବେଙ୍ଗାଲୁରୁ: ସୁସ୍ଥ ହେଲା 10 ମାସ କୋରୋନା ଆକ୍ରାନ୍ତ ଶିଶୁ । କୋରୋନା ଆକ୍ରାନ୍ତ ଥିବା ଏକ 10 ମାସର ଶିଶୁ ଗତ ଶନିବାର ମାଙ୍ଗାଲୁରୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକର ମାଙ୍ଗାଲୁରୁ ଜିଲ୍ଲାର ମୋଟ 12ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଦକଶିନା ଡେପୁଟି କମିଶନର କାନାଡା କହିଛନ୍ତି।
କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ 905 ଜଣଙ୍କ ମଧ୍ୟରୁ 229 ଜଣଙ୍କୁ 14 ଦିନ ପାଇଁ ହୋମ ଆଇସୋଲେସନକୁ ପଠାଯାଇଛି । ଏଥିସହ 9 ଜଣଙ୍କୁ ଧରୱାଡ ଜିଲ୍ଲାର ଡାକ୍ତରଖାନାରୁ ଆଇସୋଲେସନ ସେଣ୍ଟରକୁ ପଠାଯାଇଛି ।