ନୂଆଦିଲ୍ଲୀ: କୋରୋନା ମାଡରେ ଦେଶ ଘାଇଲା। ମହାମାରୀ ସହ ଚାଲିଛି ଅବିରତ ସଙ୍ଘର୍ଷ। ତାହା ଭିତରେ ପ୍ରଚଣ୍ଡ ରୌଦ୍ରତାପକୁ , ଝାଞ୍ଜି ପବନ ଯାହାର ପ୍ରକୋପ ମଧ୍ୟ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ତେବେ ଏହି ମାସଟି ଅଗ୍ନିଶମ ବାହିନୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ବ୍ୟାପାର ସଦୃଶ। ପ୍ରାୟ 10 ଦିନ ମଧ୍ୟରେ ଫାୟାର ଅଫିସକୁ 930ଟି କଲ ଆସିଛି।
ଅଫିସ ସୂତ୍ରରୁ ପ୍ରକାଶ ଯେ, କର୍ମଚାରୀ ମାନଙ୍କ କାମ ଦ୍ବିଗୁଣା ବଢିଯାଇଛି। ଏହାସହ ସେମାନେ ମଧ୍ୟ ଦ୍ବନ୍ଦରେ ରହୁଛନ୍ତି କି ନିଆଁ ଲିଭା କାର୍ଯ୍ୟ କରିବା ସହ ସେମାନଙ୍କ ସଂକ୍ରମଣ ଭୟ ମଧ୍ୟ ରହିଛି । ଏଥିପାଇଁ ଅନେକ ସତର୍କତା ଅବଲମ୍ବନ କରାଯାଉଛି।
ଡିଏଫଏସ ଡାଇରେକ୍ଟର ଅତୁଲ ଗର୍ଗଙ୍କ କହିବା ଅନୁସାରେ, କୋରୋନା ସଂକ୍ରମଣକୁ କମ କରିବା ପାଇଁ ଆମେ ପ୍ରତି ଟିମରେ 2 ରୁ 3 ଅଗ୍ନିଶମ ବାହିନୀ ଅଫିସରଙ୍କୁ ଘଟଣାସ୍ଥଳକୁ ପଠାଉଛୁ। ଏହାସହ ବାହାରୁ ଆସୁଥିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସାନିଟାଇଜେସନ ବ୍ୟବସ୍ଥା ରହିଛି । ଅଫିସରର ମାନେ ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରିପାରିବେନି।
ଗତ କିଛି ଦିନ ତଳେ ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଥିଲା, ଯେଉଁଠୁ ଅଗ୍ନିଶମ ବାହିନୀ 8 ଜଣ କୋଭିଡ୍ ରୋଗୀଙ୍କୁ ଉଦ୍ଧାର କରିଥିଲେ । ମେ 1 ପର ଠୁ ଦିଲ୍ଲୀ ଅଗ୍ନିଶମ ବାହିନୀ 1831 କଲ ରିସିଭ୍ କରିଛି। ସର୍ବାଧିକ 122 କଲ ମେ 25 ତାରିଖରେ ଆସିଥିଲା। ତେବେ ଗତ ବର୍ଷ ତୁଳନାରେ ଏହି କଲ ସଂଖ୍ୟା ବହୁତ ଅଧିକ ରହିଛି।
2019 ବର୍ଷରେ ସର୍ବମୋଟ କଲ 3,316 ଆସିଥିଲା ବେଳେ ଗତ 10 ଦିନରେ ତା ଠାରୁ ଅଧିକ କଲ ଅଫିସକୁ ଆସିଛି। ତେବେ ମାତ୍ରାଧିକ ତାପମାତ୍ରା ବୃଦ୍ଧି ହିଁ ନିଆଁ ଲାଗିବାର ମୁଖ୍ୟ କାରଣ ବୋଲି ଅଫିସର ସୂଚନା ଦେଇଛନ୍ତି।