ETV Bharat / bharat

10 କୋଟି ଲୋକ ଡାଉନଲୋଡ କଲେଣି ‘ଆରୋଗ୍ୟ ସେତୁ’ ଆପ - covid-19

ଏହି ଆପ୍ ମାଧ୍ୟମରେ, ୟୁଜର୍ସ ମାନେ ଜାଣିପାରିବେ ଯେ ସେମାନେ କୋଭିଡ-19 ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ? ଏହି ଆପ୍ ୟୁଜର୍ସ ମାନଙ୍କୁ ସେମାନଙ୍କର ଲକ୍ଷଣଗୁଡିକର ନିଜସ୍ବ ମୂଲ୍ୟାଙ୍କନ କରିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

10 କୋଟି ଲୋକ ଡାଉନଲୋଡ କରିଛନ୍ତି ଏହି ଆପ
10 କୋଟି ଲୋକ ଡାଉନଲୋଡ କରିଛନ୍ତି ଏହି ଆପ
author img

By

Published : May 13, 2020, 1:51 PM IST

ନୂଆଦିଲ୍ଲୀ: 10 କୋଟି ଭାରତୀୟ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଛନ୍ତି, ଯାହା ସେମାନଙ୍କୁ ଭାରତରେ କୋଭିଡ -19 ର ଏକ୍ସପୋଜରରୁ ରକ୍ଷା କରିଥାଏ । ଏହି ଆପ ଏପ୍ରିଲ 2ରେ ଲଞ୍ଚ କରାଯାଇଥିଲା । ଆପର ପ୍ରଥମ 13 ଦିନରେ 5 କୋଟି ୟୁଜର୍ସ ଏହାକୁ ଡାଉନଲୋଡ କରିଥିଲେ । ଏହି ଆପକୁ ୟୁଜର୍ସ ମାନେ ଖୁବ କମ ସମୟ ମଧ୍ୟରେ ଦୁନିଆରେ ସର୍ବାଧିକ ବ୍ୟବହୃତ ହୋଇଥିବା ଡାଉନଲୋଡ ଆପ ଭାବେ ପ୍ରମାଣ କରିଛନ୍ତି । ମୋବାଇଲର ବ୍ଲୁଟୁଥ୍ ଏବଂ ଜିପିଏସ କନେକ୍ଟିଭିଟି ମାଧ୍ୟମରେ କୋଭିଡ-19 ସଂକ୍ରମିତ ପରିସରକୁ ଚିହ୍ନଟ କରିବାରେ ଆରୋଗ୍ୟ ସେତୁ ସାହାଯ୍ୟ କରେ ।

ଏହି ଆପ୍ ମାଧ୍ୟମରେ, ୟୁଜର୍ସ ମାନେ ଜାଣିପାରିବେ ଯେ ସେମାନେ କୋଭିଡ-19 ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ? ଏହି ଆପ୍ ୟୁଜର୍ସ ମାନଙ୍କୁ ସେମାନଙ୍କର ଲକ୍ଷଣଗୁଡିକର ନିଜସ୍ବ ମୂଲ୍ୟାଙ୍କନ କରିବାକୁ ଅନୁମତି ଦେଇଛି । ଆପ୍ ଲଞ୍ଚ ହେବା ଦିନଠାରୁ ଏଥିରେ ଅନେକ ଅପଡେଟ ହୋଇଛି । ଅପଡେଟ ପରେ, ଏହି ଆପ୍ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିବାର ବିକଳ୍ପ ମଧ୍ୟ ଦିଆଯାଇଛି । ଯଦି ଲକଡାଉନ ସମୟରେ କେହି ଘରୁ ବାହାରକୁ ଯିବା ଆବଶ୍ୟକ କରନ୍ତି, ତେବେ ସେ ଆରୋଗ୍ୟ ସେତୁ ଆପରୁ ଇ-ପାସ ପାଇଁ ସହଜରେ ଆବେଦନ କରିପାରିବେ ।

ସମସ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ପାଇଁ ଏହି ଆପ୍ ବାଧ୍ୟତାମୂଳକ ଅଟେ । ରେଳ ମନ୍ତ୍ରଣାଳୟ ବୁଧବାର ସକାଳେ ଘୋଷଣା କରିଛି ଯେ, ସ୍ୱତନ୍ତ୍ର ଟ୍ରେନ ସେବା ଦେଇ ଯାଉଥିବା ଲୋକଙ୍କ ମୋବାଇଲରେ ବାଧ୍ୟତାମୂଳକ ଭାବେ ଆରୋଗ୍ୟ ସେତୁ ଆପ ରହିବା ଉଚିତ । ଏହି ନିୟମ ସମସ୍ତ ଯାତ୍ରୀଙ୍କ ପାଇଁ ଲାଗୁ ହୋଇପାରେ ଯେଉଁମାନେ ଲକଡାଉନ ପରେ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି । ନିକଟରେ ନୋଏଡା ପୋଲିସ ଘୋଷଣା କରିଥିଲା ​​ଯେ, ରାସ୍ତାରେ ଯାଉଥିବା ଲୋକଙ୍କୁ ଯାଞ୍ଚ କରିବେ, ଲୋକୋମାନେ ନିଜ ଫୋନରେ ଏହି ଆପ ରଖିଛନ୍ତି କି ନାହିଁ ଜାଣିବା ପାଇଁ । ଯଦି କୌଣସି ବ୍ୟକ୍ତିର ଫୋନରେ ଆପ ନମିଳୁଛି ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ କିମ୍ବା ସେମାନଙ୍କୁ ଗିରଫ କରାଯାଇପାରେ ।

ତେବେ ଆରୋଗ୍ୟ ସେତୁ ଆପ କେବଳ ସ୍ମାର୍ଟଫୋନରେ ହିଁ ଚାଲିଥାଏ । ବର୍ତ୍ତମାନ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି ଚାଲିଛି । ସରକାର ଏହା ସହିତ ଏକ ଲାଇଭ ଫୋନରେ କାମ କରୁଛନ୍ତି ଏବଂ ଟୋଲ ଫ୍ରି IVRS ସୁବିଧା ମାଧ୍ୟମରେ ଏକ ଫିଚର ଫୋନ ଆଣିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.