ନୂଆଦିଲ୍ଲୀ: ଚିତ୍ତରଞ୍ଜନ ପାର୍କ ନିକଟରେ ନିର୍ମାଣଧୀନ କୋଠା ଭୁଶୁଡିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 3 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଘଟଣା ନେଇ ମାମଲା ରୁଜୁ କରିବା ସହ କୋଠା ନିର୍ମାଣ କରୁଥିବା ଠିକାଦାରକୁ ପୋଲିସ ହେପାଜତକୁ ନେଇଛି ।
କୋଠା ଭୁଶୁଡିବା ସମୟରେ ଘଟଣାସ୍ଥଳରେ 4 ଜଣ ଶ୍ରମିକ ଉପସ୍ଥିତ ଥିଲେ । ତେବେ ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବେଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଥାଉକି, ରବିବାର ଦିନ 2 ଟା 19ରେ ନିର୍ମାଣଧିନ କୋଠାଟି ଭୁଶୁଡି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ