ETV Bharat / bharat

ଜଳବନ୍ଦୀ ଜାତୀୟ ରାଜଧାନୀ, ପାଣିରେ ବୁଡି ଜଣେ ଚାଳକ ମୃତ - ଜଳବନ୍ଦୀ ଜାତୀୟ ରାଜଧାନୀ

ରାଜଧାନୀରେ ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି ଅବିଶ୍ରାନ୍ତ ବର୍ଷା। ଏଥିରେ ନୂଆଦିଲ୍ଲୀ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି କୁଣ୍ଡନ ବୋଲି ଜଣାପଡିଛି।

ଜଳବନ୍ଦୀ ଜାତୀୟ ରାଜଧାନୀ, ପାଣିରେ ବୁଡି ଜଣେ ଗାଡିକ ଚାଳକ ମୃତ

author img

By

Published : Jul 19, 2020, 12:34 PM IST

ନୂଆଦିଲ୍ଲୀ: ରାଜଧାନୀରେ ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି ଅବିଶ୍ରାନ୍ତ ବର୍ଷା। ଏଥିରେ ନୂଆଦିଲ୍ଲୀ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି କୁଣ୍ଡନ ବୋଲି ଜଣାପଡିଛି। ଖବର ଅନୁଯାୟୀ ମୃତ ପିକଅପ୍ ଭ୍ୟାନ୍ ଡ୍ରାଇଭର କୁନ୍ଦନ (60) ନୂଆଦିଲ୍ଲୀ କଣ୍ଣଟ ପ୍ଲେସ୍ ପାର୍ଶ୍ୱରୁ ଯାଉଥିଲା। ମିଣ୍ଟୋ ରୋଡରେ ଲଗାତାର ବର୍ଷା ହେତୁ ଜଳସ୍ତର ଉଚ୍ଚ ରହିଥିଲା। କିନ୍ତୁ ବ୍ୟକ୍ତି ଜଣକ ଜଳରାଶି ମଧ୍ୟରୁ ଗାଡି ନେଉଥିବା ବେଳେ ସେଠାରେ ଫସି ଯାଇଥିଲେ। ସେଠାରେ ଅଧିକ ସମୟ ଗାଡି ପାଣିରେ ରହିବା ଫଳରେ ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ଶରୀର ଉପରେ କୌଣସି ଆଘାତ ଚିହ୍ନ ଦେଖିବାକୁ ମିଳିନାହିଁ । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ପାଣିରେ ବୁଡିଯିବା କାରଣରୁ ସେ ମୃତ୍ୟୁବରଣ କରିଛନ୍ତି।

ଟ୍ରାଫିକ ପୋଲିସ ପରାମର୍ଶଦାତାଙ୍କ କହିବା ଅନୁସାରେ, ଦିଲ୍ଲୀରେ ଲଗାଣ ବର୍ଷା ହେତୁ ଜଳସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ସତର୍କ ସୂଚନା ଜାରି କରିଛି। ଯେଉଁଥିରେ ସମସ୍ତ ଡ୍ରାଇଭରଙ୍କୁ ପାଣି ଥିବା ସ୍ଥାନକୁ ଗାଡି ନନେବା ପାଇଁ ବାରଣ ମଧ୍ୟ କରାଯାଇଥିଲା।

ସେହିସବୁ ଅଞ୍ଚଳଗୁଡିକ ହେଲା ଜାଖେରା, ମୋତି ନାଗର ମିଣ୍ଟୋ ବ୍ରିଜ୍ ଅଣ୍ଡରପାସ୍ ଭଳି ସ୍ଥାନ ବିଷୟରେ ଉଲ୍ଲେଖ କରି କୁହାଯାଇଛି। ଏହିସବୁ ସ୍ଥାନଗୁଡିକରେ ଜଳ ନିଷ୍କାସନ କରିବାକୁ ସମସ୍ୟା ଉପୁଜିଥାଏ। ତେଣୁ ବର୍ଷା ଦିନରେ ଡ୍ରାଇଭରମାନେ ଏହିପରି ମାର୍ଗରେ ଯିବା ଠାରୁ ଦୂରେଇ ରହିବା ଉଚିତ୍।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.