ETV Bharat / bharat

Mohbbat Ki Dukaan: ପ୍ରଭାବିତ କଲା ରାହୁଲ ଗାନ୍ଧୀଙ୍କ ସ୍ଲୋଗାନ, ଦୋକାନର ନାମ କଲେ ପରିବର୍ତ୍ତନ

ରାଜସ୍ଥାନରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଦେଇଥିବା ସ୍ଲୋଗାନରେ ପ୍ରଭାବିତ ହେଲେ ଯୁବ ବ୍ୟବସାୟୀ । ଆଉ ଉକ୍ତ ସ୍ଲୋଗାନ ନାମରେ ରଖିଲେ ନିଜ ଦୋକାନର ନାମ (Panipat mohbbat ki dukaan) । ଫଳରେ ଏହି ଦୋକାନର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

Mohbbat Ki Dukaan
Mohbbat Ki Dukaan
author img

By

Published : Jan 10, 2023, 9:11 AM IST

ଚଣ୍ଡିଗଡ଼: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଚାଲିଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅନେକଙ୍କୁ ପ୍ରଭାବିତ କରିଛି । ଏହି ଯାତ୍ରା ସମୟରେ ରାହୁଲ ଏକ ବୟାନ ଦେଇଥିଲେ । ରାଜସ୍ଥାନରେ ଯାତ୍ରା କରୁଥିବା ସମୟେରେ ସେ କହିଥିଲେ ଯେ ଘୃଣା ବଜାରରେ ସେ ପ୍ରେମର ଦୋକାନ ଖୋଲିବାକୁ ଆସିଛନ୍ତି । ଏହି ସ୍ଲୋଗାନରେ ହରିୟାଣା ପାନିପତର ଯୁବ ଦୋକାନୀ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ସେ ନିଜ ଦୋକାନର ନାମ ରଖିଛନ୍ତି ମହବ୍ବତ କି ଦୁକାନ ଅର୍ଥ ପ୍ରେମର ଦୋକାନ (Panipat mohbbat ki dukaan) । ଏହାସହ ରାହୁଲଙ୍କ ଏକ ଫଟୋ ଚିତ୍ର ଦୋକାନ ଆଗରେ ଲଗାଇଥିବା ଦେଖିବାକୁ ମିଳିଛି ।

ପାନିପତ ଗୋହାନା ରୋଡ୍‌ରେ ରହୁଥିବା ଯୁବ ବ୍ୟବସାୟୀ ମୋନୁ ଏନେଇ କହିଛନ୍ତି ଯେ ତାଙ୍କର ଏକ ଟେକ୍ସଟାଇଲ ଦୋକାନ ରହିଛି । ସେ ଆରମ୍ଭରୁ ଭାରତୀୟ ଜାତୀୟ ଲୋକ ଦଳ ସହିତ ଜଡିତ ରହିଛନ୍ତି । ସେ ସବୁବେଳେ ଏହି ଦଳ ପାଇଁ ଭୋଟ୍ ମଧ୍ୟ ଦେଇ ଆସୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀଙ୍କ ଦ୍ବାରା ସେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି । ରାହୁଲଙ୍କ ସ୍ଲୋଗାନ ଲେଖା ଥିବା ଏକ ବୋର୍ଡକୁ ଦୋକାନ ବାହାରେ ଟଙ୍ଗାଇଛନ୍ତି । ଏ ନେଇ ମୋନୁ କହିଛନ୍ତି ଯେ ସାମଗ୍ରୀ ବିକ୍ରୟ କରିବା ସହିତ ସେ ଲୋକଙ୍କ ମଧ୍ୟରେ ପ୍ରେମ ମଧ୍ୟ ବାଣ୍ଟୁଛନ୍ତି ।

ଏହା ବି ପଢନ୍ତୁ- Western Railway: ଦେବଦୂତ ସାଜିଲେ ରେଳ କର୍ମଚାରୀ, ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ମୋନୁ କହିଛନ୍ତି ଯେ ସେ ଗତ ୩ଦିନ ପୂର୍ବରୁ ଏହି ବୋର୍ଡକୁ ନିଜ ଦୋକାନ ଆଗରେ ଟାଙ୍ଗିଥିଲେ । ତେବେ କେହି ଜଣେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ସୋସିଆଲ ମିଡିଆରେ ଦୋକାନ ବାହାରେ ପୋଷ୍ଟର ସାରା ଭାରତରେ ଏବେ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କୁ ଫୋନ କଲ୍‌ ମଧ୍ୟ ଆସୁଛି । ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଏହି ବୋର୍ଡ ଦେଖି ହସିଥାନ୍ତି ଯାହାକି ତାଙ୍କୁ ସନ୍ତୋଷ ଦିଏ ବୋଲି ସେ କିହଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.