ETV Bharat / bharat

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକା ଉତ୍ପାଦନ କରିବ ଭାରତ ବାୟୋଟେକ

author img

By

Published : Oct 10, 2021, 9:41 AM IST

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ମିଳିଥିବା ବେଳେ ଏହାର ଉତ୍ପାଦନ କରିବାକୁ ଭାରତ ବାୟୋଟେକକୁ ମିଳିଛି ଅନୁମତି । ଏନେଇ ଭାରତ ବାୟୋଟେକ ଅନ୍ତର୍ଜାତୀୟ ବ୍ୟବସାୟ ବିକାଶ ମୁଖ୍ୟ ଡକ୍ଟର ରେଚାସ ଇଲା ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢନ୍ତୁ...

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକା ଉତ୍ପାଦନ କରିବାକୁ ଭରତ ବାୟୋଟେକକୁ WHO ର ଅନୁମତି

ନୁଆଦିଲ୍ଲୀ: ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ମିଳିଥିବା ବେଳେ ଏହାର ଉତ୍ପାଦନ କରିବାକୁ ଭାରତ ବାୟୋଟେକକୁ ମିଳିତି ଅନୁମତି । ହାଇଦ୍ରାବାଦର ଭାରତ ବାୟୋଟେକ ଏବେ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିବାକୁ ଯାଉଛି । ଅଗ୍ରଣୀ ଫାର୍ମା କମ୍ପାନୀ ଗ୍ଲାକ୍ସୋ ସ୍ମିଥକ୍ଲାଇନ୍ (ଜିଏସକେ) ସହିତ ମିଳିତ ଭାବରେ ଏହି ଟିକା ପ୍ରସ୍ତୁତ କରାଯିବ ବୋଲି ଭାରତ ବାୟୋଟେକ ଆନ୍ତର୍ଜାତୀୟ ବ୍ୟବସାୟ ବିକାଶ ମୁଖ୍ୟ ଡକ୍ଟର ରେଚାସ ଇଲା ଟ୍ବିଟରରେ ପ୍ରକାଶ କରିଛନ୍ତି।

ପିଲାମାନଙ୍କ ପାଇଁ ଉଦ୍ଦିଷ୍ଠ ଏହି ମ୍ୟାଲେରିଆ ଟିକା ହେଉଛି ମଶା କାମୁଡିବା ଦ୍ବାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ବର ପ୍ରଥମ ଟିକା । ସାରା ବିଶ୍ବରେ ମଶା ଜନିତ ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ ଭାବରେ ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ଆରଟିଏସ-ଏସ ମ୍ୟାଲେରିଆ ଟିକା ଏହା ବିରୋଧରେ ପ୍ରମୁଖ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଜିଏସକେ, ଭାରତ ବାୟୋଟେକ ସହିତ ଏକ ଟିକା ଉତ୍ପାଦନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି, ଯାହାକି 2028 ପର୍ଯ୍ୟନ୍ତ ପ୍ରତିବର୍ଷ 1.5 କୋଟି ଟିକା ପ୍ରଦାନ କରିବ । ଏହି ପ୍ରଯୁକ୍ତିବିଦ୍ୟା ଭାରତ ବାୟୋଟେକକୁ ସ୍ଥାନାନ୍ତରିତ ହେବ। ଚଳିତ ବର୍ଷ ଜାନୁଆରୀରେ ଜିଏସକେ, ଭାରତ ବାୟୋଟେକ ଏବଂ ପାଥ (ସ୍ବାସ୍ଥ୍ୟସେବାରେ ନିୟୋଜିତ ଏକ ବିଶ୍ବସ୍ତରୀୟ ଚାରିଟି ସଂସ୍ଥା) ମ୍ୟାଲେରିଆ ଟିକା ଉତ୍ପାଦନ ପାଇଁ ଏକ ଚୁକ୍ତି କରିଥିଲେ।

WHOର ଅନୁମୋଦନ ପାଇବା ପରେ ଚୁକ୍ତି ହୋଇଥିଲା ଯେ, ଭାରତ ବାୟୋଟେକ୍ GSKରୁ ବୈଷୟିକ ସହାୟତା ନେଇ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିବ | ତେବେ ଘାନା, କେନିଆ ଏବଂ ମାଲାୱି ଭଳି ଆଫ୍ରିକୀୟ ଦେଶରେ ମ୍ୟାଲେରିଆ ଟିକା ଉପରେ ଏକ ପାଇଲଟ୍ ପ୍ରକଳ୍ପ କରାଯାଉଛି।

ପାଖାପାଖି 8 ଲକ୍ଷ ପିଲାଙ୍କୁ ଅତିକମରେ ଗୋଟିଏ ଲେଖାଁଏ ଡୋଜ ଦିଆଯାଇଥିଲା ଏବଂ ଏହାର ଫଳାଫଳ ବିଶ୍ଳେଷଣ କରାଯାଇଥିଲା | ଏହି ପ୍ରକଳ୍ପର ଫଳାଫଳକୁ ଆଧାର କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ନିକଟରେ ଏହାର ବ୍ୟାପକ ବ୍ୟବହାରକୁ ଅନୁମୋଦନ କରିଛି। ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ ଟିକା ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.