ETV Bharat / bharat

କୋରୋନା ଉପରେ କୋଭାକ୍ସିନ ୭୭.୮ % ଓ ଡେଲ୍ଟାରେ ୬୫.୨% ପ୍ରଭାବଶାଳୀ

ଭାରତର ସ୍ବଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷଣରେ କୋରୋନା ବିରୋଧୀ ସ୍ବଦେଶୀ ଟିକା 77.8 ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଡେଲଟା ବିରୁଦ୍ଧରେ 65.2% ପ୍ରଭାବଶାଳୀ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Jul 3, 2021, 11:56 AM IST

ଭାରତ ବାୟୋଟେକର ଅନ୍ତୀମ ପରୀକ୍ଷଣ ରିପୋର୍ଟ: କୋରୋନା ଉପରେ କୋଭାକ୍ସିନ ୭୭.୮ % ଓ ଡେଲ୍ଟାରେ ୬୫.୨% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି ଏବଂ ଏହାର ଫଳାଫଳ ମଧ୍ୟ ପ୍ରକାଶ କରିଛି । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କହିଛି ଯେ, କୋଭାକ୍ସିନ ପାଇଁ ଏହା ତୃତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ତଥ୍ୟ ବିଶ୍ଳେଷଣ କରିଛି ଏବଂ ଏହା କୋରୋନା ରୋଗୀ ଏବଂ ଡେଲ୍ଟା ଭାରିଆଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି । ଭାରତ ବାୟୋଟେକ୍ ଦ୍ବାରା ପ୍ରକାଶିତ ପରୀକ୍ଷଣର ତଥ୍ୟ ଅନୁଯାୟୀ, ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ କୋରୋନା ବିରୋଧୀ ସ୍ବଦେଶୀ ଟିକା 77.8 ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଏଥି ସହିତ, ଏହି ଟିକା ବିଶ୍ବବ୍ୟାପୀ ଚିନ୍ତା ବଢାଇଥିବା ବିପଜ୍ଜନକ ଡେଲ୍ଟା ବିରୁଦ୍ଧରେ 65.2% ପ୍ରଭାବଶାଳୀ ବୋଲି ଜଣାପଡିଛି ।

ପ୍ରି-ପ୍ରିଣ୍ଟ ତଥ୍ୟକୁ ଦର୍ଶାଇ ଭାରତ ବାୟୋଟେକ୍ କହିଛନ୍ତି ଯେ, ଲକ୍ଷଣଗତ କୋରୋନା ରୋଗୀଙ୍କ ବିରୋଧରେ ଏହାର କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏଥି ସହିତ, କୋଭାକ୍ସିନ୍ କୋରୋନା ଗୁରୁତର ରୋଗୀଙ୍କ ବିରୋଧରେ ୯୩.୪ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏପଟେ ଏହା କୋରୋନାର ଡେଲ୍ଟା ଭ୍ୟାରିଆଣ୍ଟ୍ ବିରୋଧରେ ୬୫.୨% ପ୍ରଭାବଶାଳୀ । ଭାରତ ବାୟୋଟେକ୍ ୧୩୦ଟି କୋରୋନା ମାମଲା ଉପରେ ଏହି ପରୀକ୍ଷା କରିଛି ।

ଏହାର ଶେଷ ପର୍ଯ୍ୟାୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ କମ୍ପାନୀ କହିଛି ଯେ, ଲକ୍ଷଣ ବିହୀନ କୋରୋନା ରୋଗୀଙ୍କ ବିରୋଧରେ କୋଭାକ୍ସିନ 63.6% ପ୍ରଭାବଶାଳୀ ଅଟେ । ଭାରତ ବାୟୋଟେକ୍ ଅନୁଯାୟୀ ଦେଶର 25ଟି ବିଭିନ୍ନ ଡାକ୍ତରଖାନାରେ କୋଭାକ୍ସିନ୍ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ 25800 ସ୍ବେଚ୍ଛାସେବୀ ଜଡିତ ଥିଲେ, ଯେଉଁମାନେ 18 ରୁ 98 ବର୍ଷ ବୟସର ଥିଲେ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଂଶଗ୍ରହଣ କରୁଥିବା ଲୋକଙ୍କୁ ଟୀକାକରଣର ଉଭୟ ଡୋଜ୍ ଅର୍ଥାତ୍ ପ୍ଲାସ୍‌ବୋ ଦିଆଯାଇଥିଲା ।

ଏହାପୂର୍ବରୁ, ଭାରତ ବାୟୋଟେକ୍ ଦ୍ବାରା ନିର୍ମିତ ସ୍ବଦେଶୀ କୋରୋନା ବିରୋଧୀ ଟିକା କୋଭାକ୍ସିନର ପ୍ରଭାବକୁ ଆମେରିକା ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରିଥିଲା । ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଜାଣିବାକୁ ପାଇଲା ଯେ, କୋଭାକ୍ସିନରୁ ଶରୀରରେ ତିଆରି ଆଣ୍ଟିବଡି ଗୁଡିକ କୋରୋନା ଭୂତାଣୁର ଆଲ୍‌ଫା ଏବଂ ଡେଲ୍ଟା ଭାରିଆଣ୍ଟ ସହିତ ଲଢିବାରେ ଅଧିକ ପ୍ରଭାବଶାଳୀ ଅଟେ । ଆପଣଙ୍କୁ କହି ରଖୁଛୁ ଯେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହିତ ଭାରତ ବାୟୋଟେକ୍ ମିଶି କୋଭାକ୍ସିନ୍ ପ୍ରସ୍ତୁତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.