ETV Bharat / bharat

Bharat Biotech ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି - ଭାରତ ବାୟୋଟେକ ନାଜାଲ ବୁଷ୍ଟର ଡୋଜକୁ ଅନୁମତି

କୋରୋନା ମହାମାରୀର ତୃତୀୟ ଲହରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୁଷ୍ଟର ଡୋଜର ଟ୍ରାଏଲକୁ ଅନୁମତି । ଅଧିକ ପଢନ୍ତୁ

Bharat biotech nazal booster does
Bharat Biotech ବୁଷ୍ଟର ଡୋଜକୁ ଅନୁମତି
author img

By

Published : Jan 28, 2022, 3:44 PM IST

Updated : Jan 28, 2022, 4:35 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ତୃତୀୟ ଲହରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୁଷ୍ଟର ଡୋଜର ଟ୍ରାଏଲକୁ ଅନୁମତି । ଶୁକ୍ରବାର ଭାରତ ବାୟୋଟେକର ବୁଷ୍ଟର ଡୋଜର ଟ୍ରାଏଲକୁ ଅନୁମତି ଦେଇଛି DCGI (ଭାରତୀୟ ଔଷଧ ମହାନିୟନ୍ତ୍ରକ) । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ DCGI (Drug controller general of india) ଏନେଇ ଅନୁମତି ଦେଇଛି ।

କୋରୋନା ମାହାମାରୀର ତୃତୀୟ ପର୍ଯ୍ୟାୟ ଲଢେଇରେ ବୁଷ୍ଟର ଡୋଜର ବେଶ ଆବଶ୍ୟକତା ରହିଛି। ଟୀକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକର ନାଜାଲ (ନାକ ଡ୍ରପ) ବୁଷ୍ଟର ଡୋଜ ପ୍ରସ୍ତୁତ କରିଛି। ଶୁକ୍ରବାର ଭାରତ ସରକାରଙ୍କ DCGI ଅନୁମତି ଦେଇଛି। ଏହି ବୁଷ୍ଟର ଡୋଜର କ୍ଲିନିକାଲ ଟ୍ରାଏଲ ପାଇଁ ବିଶେଷଜ୍ଞ କମିଟି ଓ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରଣ ସଂଗଠନ କମିଟିର ଅନୁଧ୍ୟାନ ପରେ ଏହାକୁ ଅନୁମତି ଦିଆଯାଇଛି।

ଭାରତ ବାୟୋଟେକର ଏହି ନାଜାଲ ବୁଷ୍ଟର ଡୋଜର ପରିମାଣ ପ୍ରତି ଡୋଜରେ ୦.୫ ମିଲି ରହିଛି। ଏହି ବୁଷ୍ଟର ଡୋଜର ପ୍ରସ୍ତୁତି ସାରା ଦେଶର ୯ ରାଜ୍ୟ ବିଭିନ୍ନ ସ୍ଥାନରେ ପରୀକ୍ଷା କରାଯାଇଥିଲା। ଅହମଦାବାଦ, ଦିଲ୍ଲୀ ଏମସ ,ପାଟନା, ପୁନେ, ରୋହତକ, ୱାର୍ଦ୍ଧା, ବେଲଗାଭି, ଗୋରଖପୁର ମେଡିକାଲ ପରୀକ୍ଷା କେନ୍ଦ୍ର ଗୁଡିକରେ ପରୀକ୍ଷା କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରର ତୁଳନା ପରେ ଅଧ୍ୟୟନରୁ ଜଣାପଡିଛି ଯେ COVAXIN ସହିତ BBV154 ର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହେଉଛି।

Last Updated : Jan 28, 2022, 4:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.