ETV Bharat / bharat

Bengaluru Road rage Incident: ଯୁବକଙ୍କୁ ଘୋଷାଡ଼ି ନେଲା କାର୍‌, ମହିଳାଙ୍କ ସମେତ ୫ ଗିରଫ

କର୍ଣ୍ଣାଟକ ବେଙ୍ଗାଲୁରୁରେ ଦିଲ୍ଲୀ କଞ୍ଝୱାଲା ମାମଲାର ପୁନରାବୃତ୍ତି । ଜଣେ ଯୁବକଙ୍କୁ କାର ଘୋଷାଡ଼ି ନେବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 20, 2023, 9:59 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦିଲ୍ଲୀ କଞ୍ଝୱାଲା ମାମଲାର ପୁନରାବୃତ୍ତି । ୨ଟି କାର ମଧ୍ୟରେ ଦୁର୍ଘଟଣା ଘଟିବା ପରେ ବଚସା ହୋଇଥିଲା । ଏହାପରେ ଜଣେ ଯୁବକଙ୍କୁ ଅପର ପକ୍ଷ କିଛି ବାଟ ଘୋଷାଡ଼ି ନେଇଥିବା ଭଳି ଖବର ମିଳିଥିଲା । ଏହି ଘଟଣାଟି ଜ୍ଞାନ ଭାରତୀ ଥାନା ଅଞ୍ଚଳର ଉଲ୍ଲାଲା ଅଞ୍ଚଳରେ ଘଟିଛି । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଥିବା ପୋଲିସ ସୂଚନା ଦେଇଛି ।

ଏହି ଘଟଣା ନେଇ ଜ୍ଞାନ ଭାରତୀ ପୋଲିସ ଷ୍ଟେସନରେ ୨ଟି ମାମଲା ରୁଜୁ ହୋଇଛି । କାର ମଧ୍ୟରେ ଥିବା ମହିଳା ପ୍ରିୟଙ୍କାକୁ ପୋଲିସ ଗିରଫ କରିଛି । ପ୍ରିୟଙ୍କା କାର ଚଲାଉଥିବା ନେଇ ଜଣାପଡ଼ିଛି । ପ୍ରିୟଙ୍କାଙ୍କ ସ୍ବାମୀ ପ୍ରମୋଦ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଅନ୍ୟ ଏକ କାରରେ ଥିବା ଯୁବକଙ୍କୁ ଗିରଫ କରାଯାଇଛି । ଏହି କାର ଡ୍ରାଇଭିଂ କରୁଥିବା ଦର୍ଶନ ଓ ତାଙ୍କ ସାଥୀରେ ଥିବା ସୁଜନ, ଯଶୱନ୍ତ, ବିନୟଙ୍କୁ ଗିରଫ କରାଯାଇ ପୋଲିସ ପଚରାଉଚରା କରୁଛି । ଏହି ଦୁର୍ଘଟଣାରେ ପ୍ରିୟଙ୍କାଙ୍କ କାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୋଲିସ କହିଛି ।

ଏହା ବି ପଢନ୍ତୁ- RUSSIAN MONK ARRESTED: ୧୦ML ମଦ ସହ ବିହାରରୁ ଗିରଫ ହେଲେ ଋଷୀୟ ବୌଦ୍ଧ ସନ୍ଥ

ଘଟଣା ନେଇ ଡିସିପି ଲକ୍ଷ୍ମଣ ନିମ୍ବାରାଗି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଶୁକ୍ରବାର ସାଢେ ୧୦ଟା ସମୟରେ ଉଲ୍ଲାଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ୨ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପାଟିତୁଣ୍ଡ କରିଥିଲେ । ଏହାପରେ ଦର୍ଶନ ତାଙ୍କ ବନ୍ଧୁମାନଙ୍କୁ ଡାକିଥିଲେ । ଏ ନେଇ ସେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଏହି ସମୟରେ ଦର୍ଶନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ କରିଥିଲେ ପ୍ରିୟଙ୍କା । ଦର୍ଶନ ଓ ବନ୍ଧୁଙ୍କ ଉପରକୁ କାର ଚଢାଇବାକୁ ଉଦ୍ୟମ କରାଯାଇଥିଲା ।

ପ୍ରିୟଙ୍କା ଗାଡି଼ରେ ବସି ଏହି ଆକ୍ରମଣ କରୁଥିଲେ । ହତ୍ୟା କରିବା ଲାଗି ଉଦ୍ୟମ କରୁଥିବାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ଏହାସହିତ ଦର୍ଶନ ଓ ବନ୍ଧୁଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ପ୍ରିୟଙ୍କାଙ୍କୁ ସେ ନିର୍ଯାତନା ଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ତଦନ୍ତ କରାଯାଉଛି । ତଦନ୍ତ ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । " ସୂଚନା ଥାଉ କି ଦିଲ୍ଲୀରେ କଞ୍ଝୱାଲା ଅଞ୍ଚଳରେ ଡିସେମ୍ବର ୩୧ ତାରିଖରେ ପ୍ରଥମେ ଏଭଳି ଘଟଣା ଘଟିଥିଲା । ସେଠାରେ ଏକ କାର ଅଞ୍ଜଳି ନାମକ ଯୁବତୀଙ୍କୁ ପ୍ରାୟ ୧୨କିମି ଘୋଷାଡ଼ି ନେଇଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.