ETV Bharat / bharat

RCB vs CSK Match: ନକଲି ଟିକେଟ ବିକ୍ରି, ବେଙ୍ଗାଲୁରୁରେ ଜଣେ ଗିରଫ - ବେଙ୍ଗାଲୁରୁ

ଦେଶରେ ଲୋକପ୍ରିୟ ଟି-୨୦ ମ୍ୟାଚ IPL ଜାରି ରହିଥିବା ବେଳେ ବୃଦ୍ଧି ପାଉଛି କଳାବଜାରୀ । ବେଙ୍ଗାଲୁରୁରୁ ଜଣେ ଠକକୁ ଗିରଫ କରିଛି ପୋଲିସ ।

Etv Bharat
Etv Bharat
author img

By

Published : Apr 22, 2023, 10:20 PM IST

ବେଙ୍ଗାଲୁରୁ: ଲୋକପ୍ରିୟ ଟି-୨୦ ମ୍ୟାଚ୍‌ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଦେଶରେ ଜାରି ରହିଛି । ଏହାସହ ବିଭିନ୍ନ ସ୍ଥାନରେ ଟିକେଟକୁ ନେଇ କଳାବଜାରୀ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦଲାଲ ଗୋଷ୍ଠୀଙ୍କ ସମେତ କିଛି ଠକ ନୂଆ ନୂଆ ଠକେଇର ପନ୍ଥା ଆପଣାଇ ଦର୍ଶକଙ୍କଠାରୁ ଅର୍ଥ ଲୁଟୁଛନ୍ତି । ଏଭଳି ଏକ ଘଟଣା କର୍ଣ୍ଣାଟକ ବେଙ୍ଗାଲୁରୁଠାରେ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି କରିବା ଅଭିଯୋଗରେ ଜଣେ ଠକକୁ ଗିରଫ କରିଛି ପୋଲିସ ।

ବାର କୋଡର ବ୍ୟବହାର କରି ନକଲି ଟିକେଟ ବିକ୍ରି କରିବା ଅଭିଯୋଗରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜିତ ଗତ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ ମ୍ୟାଚ ଲାଗି ଏହି ଟିକେଟ ବିକ୍ରି ହୋଇଥିଲା । ଅଭିଯୁକ୍ତ ଦର୍ଶନ ଓ ସୁଲତାନ ନକଲି ଟିକେଟ ବିକ୍ରି କରୁଥିଲେ । ଏହି ୨ଜଣଙ୍କୁ ପାର୍ଟ ଟାଇମ ଷ୍ଟାଫ ଭାବେ ନକଲି ବାର କୋଡ ଓ ପରିଚୟ ପତ୍ର ଦିଆଯାଇଥିଲା । ଅଭିଯୁକ୍ତ ଦର୍ଶନ ନିଜ ପରିଚୟ ପତ୍ରରେ ଲାଗିଥିବା ବାର କୋଡକୁ ହଟାଇ ଏକ ନକଲି ବାରକୋଡ ଲଗାଇଥିଲା ।

ଏହା ବି ପଢନ୍ତୁ- ଜମ୍ମୁ କାଶ୍ମୀରର 6 ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ

ଏହାପରେ ନିଜ ସାଙ୍ଗ, ସମ୍ପର୍କୀୟଙ୍କୁ ୧୦ରୁ ୧୫ହଜାର ଟଙ୍କାରେ ନକଲି ଟିକେଟ ବିକ୍ରି କରିଥିଲା । ନିରୀକ୍ଷଣ ସମ୍ପର୍କରେ ଜଣାପଡ଼ିଥିଲା ଯେ ଏକ ବାରକୋଡର QR କୋଡକୁ ଜେନେରେଟ କରାଯିବା ସହ ଏହାକୁ ଗ୍ରାଉଣ୍ଡର ୬ନଂ ଗେଟ ପାଖରେ ସ୍କାନ କରାଯାଇଛି । ଏନେଇ ଟେକନିକ ଟିମକୁ ସୂଚନା ଦିଆଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଦର୍ଶନକୁ ଦିଆଯଆଇଥିବା ବାରକୋଡରୁ QR କୋଡ ତିଆରି କରାଯାଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ଦର୍ଶନ ନିଜ ଦୋଷ ସ୍ବୀକାର କରିଥିଲା । ଏହାପରେ ପୋଲିସ ଦର୍ଶନକୁ ହେପାଜତକୁ ନେଇଛି ।

ଆଉ ଏକ ମାମଲାରେ ଗତ ୧୦ଦିନ ପୂର୍ବରୁ ଦିଲ୍ଲୀ ଓ ଆରସିବି ମ୍ୟାଚ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ ଟିମର କିଟ୍‌ ଚୋରି ହୋଇଯାଇଥିଲା । ଏ ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହାକୁ ଚୋରି କରାଯାଇଥିବା ନେଇ ଯାଞ୍ଚ ବେଳେ ଜଣାପଡ଼ିଥିଲା । ବେଙ୍ଗାଲୁରୁ ପୋଲିସ ସହ ଦିଲ୍ଲୀ ପୋଲିସ ଯୋଗାଯୋଗ ପରେ ଜଣାପଡ଼ିଥିଲା ଯେ ଚୋରି ସାମଗ୍ରୀ ଜବତ କରାଯାଇଛି । ଚୋରମାନଙ୍କଠାରୁ ୧୭ଟି ବଲ, ହେଲମେଟ, ପ୍ୟାଡ ସମେତ ଅନେକ ସାମଗ୍ରୀ ଜବତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.