ETV Bharat / bharat

ଏୟାର ଏସିଆ ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, କେମ୍ପେଗୌଡା ବିମାନବନ୍ଦରରେ ଜରୁରୀ ଅବତରଣ

author img

By

Published : Mar 11, 2023, 10:13 PM IST

ପୁଣି ଏୟାର ଏସିଆ ବିମାନର ଜରୁରୀ ଅବତରଣ । ମଝି ଆକାଶରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଲକ୍ଷ୍ନୌ ଯାଉଥିବା ବିମାନଟି କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା । ଅଧିକ ପଢ଼ନ୍ତୁ

air asia flight makes emergency landing
air asia flight makes emergency landing

ବେଙ୍ଗାଲୁରୁ: ମଝି ଆକାଶରେ ଉଡୁଥିଲା ବିମାନ । ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ । ବିମାନଟି ବେଙ୍ଗାଲୁରୁରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଉଡ଼ାଣ ଭରିବାର ୧୫ ମିନିଟ ପରେ ମଝି ଆକାଶରୁ ଫେରିଆସି ଜରୁରୀ ଅବତରଣ କରିଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏକ ଯାତ୍ରୀବାହୀ ଏୟାର ଏସିଆ ବିମାନ ସକାଳ ୬.୫୦ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା । ସକାଳ ୯ଟା ସୁଦ୍ଧା ଲକ୍ଷ୍ନୌରେ ଅବତରଣ କରିବାର ଥିଲା । ମାତ୍ର ଉଡ଼ାଣ ଭରିବାର ମାତ୍ର ୧୫ ମିନିଟ ପରେ ବିମାନରେ କୌଣସି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିବା ନେଇ ପାଇଲଟ ଜାଣିବାକୁ ପାଇଥିଲେ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନେଲେ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଘୋଷଣା ହେବାପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମଝି ଆକାଶରେ ମାଡ ହେଲା ପକ୍ଷୀ , ଭୁବନେଶ୍ୱର ଏୟାରପୋର୍ଟରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ସୂଚନା ଥାଉକି, ନିକଟରେ ଏୟାର ଏସିଆ ବିମାନ ଭୁବନେଶ୍ଵର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ଭୁବନେଶ୍ବର ବିମାନ ବନ୍ଦରରୁ ଉଡାଣ ଭରିବା ପରେ ବିମାନରେ ପକ୍ଷୀ ବାଜିବାରୁ ବିମାନକୁ ତୁରନ୍ତ ଜରୁରୀ ଅବତରଣ କରାଯାଇଥିଲା। ଭୁବନେଶ୍ବରରୁ ପୁନେ ଅଭିମୁଖେ ଯାଉଥିବା ଏହି ବିମାନଟି ଦିନ 3 ଟା 6 ସମୟରେ ଛାଡିଥିବା ବେଳେ ଏଥିରେ 132ଜଣ ଯାତ୍ରୀ ରହିଥିଲେ। ହେଲେ ଉପରକୁ ଉଠିବାର କିଛି ସମୟ ମଧ୍ୟରେ ବିମାନରେ ପକ୍ଷୀ ମାଡ଼ ହୋଇଥିଲା। ତେବେ ଏହାକୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ପାଇଲଟ ଜରୁରୀ ଅବତରଣ କରାଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ ।

ସେହିପରି ବିମାନ ଇଞ୍ଜିନରୁ ଧୂଆଁ ବାହାରିବାରୁ ନାଗପୁର ଏୟାରପୋର୍ଟରେ ସାଲମ ଏୟାର ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ପ୍ରାୟ 200 ଯାତ୍ରୀଙ୍କୁ ନେଇ ସାଲମ ଏୟାର ବିମାନ ବାଂଲାଦେଶରୁ ମୁସ୍କାଟକୁ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ମଝି ଆକାଶରେ ବିମାନଟି ଯାତ୍ରା କରୁଥିବା ସମୟରେ ଇଞ୍ଜନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପାଇଲଟ । ଏହାପରେ ବିମାନଟିକୁ ମହାରାଷ୍ଟ୍ରର ନାଗପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.