ETV Bharat / bharat

Bengaluru Flood Fury: ଏବେ ବି ସ୍ଥିତି ଗମ୍ଭୀର, ବନ୍ୟା ନେଇ ଶାସକ-ବରୋଧୀ ଦୋଷ ଠେଲାଠେଲି

ଏବେବି ବେଙ୍ଗାଲୁରୁରେ (Bengaluru Floods ) ସ୍ଥିତି ଗମ୍ଭୀର । ସମଗ୍ର ସହର ଜଳବନ୍ଦୀ । ସହରର ଡ୍ରେନେଜ ସିଷ୍ଟମ ନେଇ ସରକାର-ବିରୋଧୀ ମୁହାଁମୁହିଁ । ମୁଖ୍ୟମନ୍ତ୍ରୀ ବୋମାଇ (CM Basavaraj Bommai) କହିଲେ ଅପ୍ରତ୍ୟାଶିତ ବର୍ଷା । ପୂର୍ବ କଂଗ୍ରେସ ସରକାରଙ୍କ ଭୁଲ ଡ୍ରେନେଜ ପରିଚାଳନା ନୀତିକୁ କଲେ ଦୋଷାରୋପ । ଅଧିକ ପଢନ୍ତୁ

Bengaluru Floods: ଏବେବି ସ୍ଥିତି ଗମ୍ଭୀର, ଜଳବନ୍ଦୀ ସମସ୍ୟାକୁ ନେଇ ଶାସକ ବରୋଧୀ ଦୋଷ ଠେଲାଠେଲି

author img

By

Published : Sep 6, 2022, 8:43 PM IST

ବେଙ୍ଗାଲୁରୁ: 90 ବର୍ଷର ରେକର୍ଡ ଭାଙ୍ଗା ବର୍ଷା ପରେ ବେହାଲ ବେଙ୍ଗାଲୁରୁ (Bengaluru Floods)। ସମଗ୍ର ସହର ଏବେ ବି ପାଣି ଘେରରେ ରହିଛି । ଅତ୍ୟଧିକ ବର୍ଷା କାରଣରୁ ସହରର ସମସ୍ତ ଜଳାଶୟ ପୂର୍ଣ୍ଣ ହୋଇ ଯାଇଥିବାରୁ ଜଳ ନିଷ୍କାସିତ ହୋଇ ପାରୁନାହିଁ । ସହରର ଅନେକ ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ପାଣିରେ ବୁଡି ରହିଥିବା ବେଳେ କାରଗୁଡିକ ରାସ୍ତାରେ ଭାସୁଛି । ଘରୁ ବାହାରିବା ମଧ୍ୟ ସହରବାସୀଙ୍କ ପାଇଁ ସମ୍ଭବପର ହୋଇପାରିନାହିଁ । ଜାତୀୟ ରାଜପଥ ଉପରେ ପାଣି ଲହଡି ମାରୁଥିବା ବେଳେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

Bengaluru Floods: ଏବେବି ସ୍ଥିତି ଗମ୍ଭୀର, ଜଳବନ୍ଦୀ ସମସ୍ୟାକୁ ନେଇ ଶାସକ-ବରୋଧୀ ଦୋଷ ଠେଲାଠେଲି

ଅନ୍ୟପଟେ ଏହି ପ୍ରଲୟଙ୍କାରୀ ବର୍ଷାରେ ସୃଷ୍ଟି ହୋଇଥିବା ସମସ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 5ଜଣଙ୍କ ପ୍ରାଣହାନୀ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରାସାରିତ ହୋଇଥିଲେ ସୁଦ୍ଧା ମୃତାହତ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ । ଏପଟେ ରାଜ୍ୟରେ ଏପରି ଦୁର୍ଦ୍ଦଶା ସମୟରେ ମଧ୍ୟ ରାଜନୀତି ଆରମ୍ଭ ହୋଇସାରିଛି । ବିରୋଧୀ କଂଗ୍ରେସ ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ସରକାରକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ (CM Basavaraj Bommai on Bengaluru Floods CM Basavaraj Bommai on Bengaluru Floods) ମଧ୍ୟ କଂଗ୍ରେସ ଓ ପୂର୍ବ ସରକାରକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।

ମୁଖ୍ୟମନ୍ତ୍ରୀ ବୋମାଇ (CM Basavaraj Bommai) କହିଛନ୍ତି, ବେଙ୍ଗାଲୁରୁରେ ଏପରି ମାତ୍ରାଧିକ ବର୍ଷା ଦୀର୍ଘ 90 ଦଶକର ରେକର୍ଡ ଭାଙ୍ଗିିଛି । ସମଗ୍ର ସହର ଜଳମଗ୍ନ ହୋଇଥିବା ରିପୋର୍ଟକୁ ସେ ଖଣ୍ଡନ କରିବା ସହ ସହରର କିଛି ନିର୍ଦ୍ଦିଷ୍ଟ ଭାଗରେ ଏପରି ସମସ୍ୟା ଉପୁଜିଥିବା କହିଛନ୍ତି । ସେହିପରି କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଏପରି ଜଳବନ୍ଦୀ ସମସ୍ୟା ପାଇଁ ସେ ପୂର୍ବ ସରକାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ସାମାଲୋଚନା କରିଛନ୍ତି । ପୂର୍ବ କଂଗ୍ରେସ ସରକାରର ଭୁଲ ଡ୍ରେନେଜ ନିଷ୍ପତ୍ତି ପାଇଁ ସହରରେ ଏପରି ସମସ୍ୟା ମୁଣ୍ଡ ଟେକିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଆଜି ମଧ୍ୟ ବେଙ୍ଗାଲୁରୁ ସମେତ ରାଜ୍ୟର କିଛି ଅଂଶରେ ବର୍ଷା ଜାରି ରହିଛି । ବର୍ଷା ବନ୍ଦ ନହେଲେ ସହରରୁ ଜଳ ନିଷ୍କାସିତ ହୋଇପାରିବ ନାହିଁ । ସ୍ଥାନୀୟ ମହାନଗର ନିଗମ ସହରବାସୀଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରିଛି । ସମ୍ବେଦନଶୀଳ ସ୍ଥାନରୁ ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ବର୍ଷା କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସରକାରୀ ତଥ୍ୟ ପ୍ରକାଶ କରାଯାଇନାହିଁ । ବର୍ଷା ବିପତ୍ତି ପାଇଁ 6 ଶହ କୋଟିର ପ୍ୟାକେଜ ମଧ୍ୟ ବୋମ୍ମାଇ ସରକାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.