ବେଙ୍ଗାଲୁର: ଆଦର୍ଶ ପାଲଟିଲେ 4 ମହିଳା ପାଇଲଟ । ଯାହାଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ। ନୂଆ ଇତିହାସ ରଚିବା ସହ ଅତିକ୍ରମ କରିଛନ୍ତି ବିଶ୍ବର ସବୁଠାରୁ ଦୀର୍ଘତମ ବିମାନ ମାର୍ଗ । ତେବେ ଏୟାର ଇଣ୍ଡିଆର ଚାରିଜଣ ମହିଳା ପାଇଲଟର ଏକ ଟିମ ବିଶ୍ବର ଦୀର୍ଘତମ ବିମାନ ମାର୍ଗ ଉତ୍ତର ପୋଲରୁ ବିମାନ ଉଡାଇ ସାନ ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି।
ଏହି ସମୟରେ 16,000 କିଲୋମିଟର ଦୂରତା ଅତିକ୍ରମ କରିଛି ଟିମ୍ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଏପରିକି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି।
-
#FlyAI : Welcome Home
— Air India (@airindiain) January 10, 2021 " class="align-text-top noRightClick twitterSection" data="
Capt Zoya Agarwal, Capt Papagiri Thanmei, Capt Akanksha & Capt Shivani after completing a landmark journey with touchdown @BLRAirport.
Kudos for making Air India proud.
We also congratulate passengers of AI176 for being part of this historic moment. pic.twitter.com/UFUjvvG01h
">#FlyAI : Welcome Home
— Air India (@airindiain) January 10, 2021
Capt Zoya Agarwal, Capt Papagiri Thanmei, Capt Akanksha & Capt Shivani after completing a landmark journey with touchdown @BLRAirport.
Kudos for making Air India proud.
We also congratulate passengers of AI176 for being part of this historic moment. pic.twitter.com/UFUjvvG01h#FlyAI : Welcome Home
— Air India (@airindiain) January 10, 2021
Capt Zoya Agarwal, Capt Papagiri Thanmei, Capt Akanksha & Capt Shivani after completing a landmark journey with touchdown @BLRAirport.
Kudos for making Air India proud.
We also congratulate passengers of AI176 for being part of this historic moment. pic.twitter.com/UFUjvvG01h
''ଆମେ କେବଳ ଉତ୍ତର ପୋଲ ଉପରେ ଉଡ଼ିବା ଦ୍ବାରା ନୁହେଁ ବରଂ ସମସ୍ତ ମହିଳା ପାଇଲଟଙ୍କୁ ସଫଳତାର ସହିତ କରି ବିଶ୍ବ ଇତିହାସ ସୃଷ୍ଟି କରିଛୁ । ଏହାର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଖୁସି ଏବଂ ଗର୍ବିତ । ଏହି ମାର୍ଗ ଅତିକ୍ରମ କରି ଆମେ 10 ଟନ୍ ଇନ୍ଧନ ସଞ୍ଚୟ କରିଛୁ ବୋଲି ବେଙ୍ଗାଲୁରୁ ବିମାନବନ୍ଦରର କ୍ୟାପଟେନ ଜୋୟା ଅଗ୍ରୱାଲ କହିଛନ୍ତି। ତାଙ୍କ ସହିତ ସହକର୍ମୀ ତଥା କୋ ପାଇଲଟ ପାପଗରୀ,ତନ୍ମୟୀ,କ୍ୟାପଟେନ ଶିବାନୀ ଓ କ୍ୟାପେଟନ ଆକାଂକ୍ଷା ସୋନୱରେ।
ଏହା ଏକ ରୋମାଞ୍ଚକର ଅନୁଭୂତି ଥିଲା। କାରଣ ଏହା ପୂର୍ବରୁ କେବେ ଏତେ ଲମ୍ବା ଯାତ୍ରା କରାଯାଇନଥିଲା। ଏହି ପଥ ଅତିକ୍ରମ କରିବା 17 ଘଣ୍ଟା ସମୟ ଲାଗିଥିଲା ବୋଲି କ୍ୟାପଟେନ ଶିବାନୀ କହିଛନ୍ତି।
ତେବେ ଏୟାର ଇଣ୍ଡିଆ ପକ୍ଷରୁ ଟ୍ବିଟରେ କୁହାଯାଇଛି, ୱେଲକମ ହୋମ, ଆମେ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରୁଛୁ। ଆମେ ଏଆଇ176ରେ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛୁ। ଯେଉଁମାନେ ଏହି ଐତିହାସିକ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।