କୋଲକାତା: ମହାମାରୀ କୋରୋନାର କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ମୋଟ 84,77,728 ମତଦାତା, 283 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ଅଷ୍ଟମ ପର୍ଯ୍ୟାୟରେ ମୋଟ 283 ପ୍ରାର୍ଥୀଙ୍କ ମଧ୍ୟରୁ 4 ଜିଲ୍ଲାରୁ ମୈଦାନରେ ରହିଛନ୍ତି 35 ମହିଳା ପ୍ରାର୍ଥୀ ।
35 ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 11ଟି ରେଡ୍ ଆଲର୍ଟ ନିର୍ବାଚନମଣ୍ଡଳୀ ଭାବରେ ଘୋଷିତ ହୋଇଛି । ଏହିସବୁ ଆସନରେ 3 କିମ୍ବା ଅଧିକ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଅଷ୍ଟମ ପର୍ଯ୍ୟାୟ ମତଦାନ ପାଇଁ ମୋଟ 11,860 ମତଦାନ କେନ୍ଦ୍ର ଗଠନ କରାଯାଇଛି ।
ADR ରିପୋର୍ଟ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ, 283 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 64 ଜଣ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବାବେଳେ 50 ପ୍ରାର୍ଥୀଙ୍କ ବିରୋଧରେ ରହିଛି ଗୁରୁତର ଅପରାଧିକ ମାମଲା ।
ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ନାମାଙ୍କନପତ୍ର ଗୃହୀତ ହୋଇଥିବା 10 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସିପିଆଇଏମର ସର୍ବାଧିକ 7 ଜଣଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।
ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଆସନ୍ତା ମେ 2ରେ ହେବ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନର ମତଗଣନା ହେବ । ତେବେ କୋରୋନାର ଭୟାବହତାକୁ ଦେଖି ବିଜେୟ ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ