ETV Bharat / bharat

ବେଲଗାଭିରେ ମହିଳାଙ୍କୁ ନିବସ୍ତ୍ର ଘଟଣା, ସିଆଇଡିକୁ ତଦନ୍ତ ଭାର ଦେଲେ ରାଜ୍ୟ ସରକାର

author img

By ETV Bharat Odisha Team

Published : Dec 17, 2023, 9:51 PM IST

Belagavi woman stripped case: କର୍ଣ୍ଣାଟକ ବେଲଗାଭିରେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ନିବସ୍ତ୍ର ଘଟଣା । ସିଆଇଡିକୁ ତଦନ୍ତ ଭାର ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

Karnataka government hands over probe to CID

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଲଗାଭିରେ ଜଣେ ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଓ ନିର୍ଯାତନା ଦେବା ଘଟଣା । ରାଜ୍ୟରେ ବିଜେପି କର୍ମୀଙ୍କ ହଙ୍ଗାମା ପରେ ଆକ୍ସନ ମୋଡକୁ ଆସିଲେ ରାଜ୍ୟ ସରକାର । ଏହି ମାମଲାର ତଦନ୍ତ ଭାର ଅପରାଧ ଅନୁସନ୍ଧାନ ବିଭାଗ (CID)କୁ ହସ୍ତାନ୍ତର କରାଯାଇଛି । ଅତିରିକ୍ତ ଡିଜିପି ଆର ହିତେନ୍ଦ୍ର ସିଆଇଡି ଡିଜିପିଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖିଥିବା ବେଳେ ମାମଲା ସମ୍ପର୍କିତ ସମସ୍ତ ସୂଚନା ସିଆଇଡି ଅଧିକାରୀଙ୍କୁ ପ୍ରଦାନ କରିବା ଲାଗି ବେଲଗାଭି ସିଟି ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- କର୍ଣ୍ଣାଟକ ଉଲଗ୍ନ କାଣ୍ଡ: ଘଟଣାସ୍ଥଳରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ମାନବାଧିକାର କମିଶନର ରିପୋର୍ଟ ତଲବ

ଏହି ମାମଲାକୁ ସିଆଇଡି ତଦନ୍ତ କରିବା ଉଚିତ ବୋଲି ଦାବି ହୋଇଥିଲା । ଏହାପରେ ବେଲଗାଭି ପୋଲିସ କମିଶନରଙ୍କୁ ମାମଲା ସମ୍ପର୍କିତ ଫାଇଲ ଓ ତଥ୍ୟ ସିଆଇଡି ଅଧିକାରୀଙ୍କୁ ପ୍ରଦାନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଡିଜିପି, ସିଆଇଡି, ସ୍ପେଶାଲ ୟୁନିଟ ଓ ଇଓଡବ୍ଲ୍ୟୁକୁ ମଧ୍ୟ ଏହି ମାମଲାରେ ସାମିଲ କରାଯାଇଛି । ସମସ୍ତ ବିଭାଗ ନିଜ ନିଜର ତଦନ୍ତ ପରେ ସିଆଇଡିକୁ ବିସ୍ତୃତ ତଥ୍ୟ ପ୍ରଦାନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି ।

କଣ ଥିଲା ଘଟଣା ? : ଗତ ୧୧ ତାରିଖରେ ବେଲଗାଭିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଅଭିଯୋଗ ଅନୁସାରେ ଜଣେ ଯୁବକ ନିଜ ପ୍ରେମିକାକୁ ନେଇ ଲୁଚି ପଳାଇବା ପରେ କିଛି ଦୁର୍ବୃତ୍ତ ଯୁବକଙ୍କ ମାଆଙ୍କୁ ନିବସ୍ତ୍ର କରିବା ବେଳେ ତାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିଲେ । ଏହି ଘଟଣାରେ ପୋଲିସ ଏଯାବତ ୧୧ ଜଣଙ୍କୁ ଗିରଫ କରିଛି । ଏଭଳି ନିନ୍ଦନୀୟ ଘଟଣା ଘଟିବା ପରେ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ହାଇକୋର୍ଟ ମଧ୍ୟ ଏହି ମାମଲାରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲା । ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଛନ୍ତି ବୋଲି ବିରୋଧୀ ବିଜେପି ଅଭିଯୋଗ କରିବା ସହ ଆନ୍ଦୋଳନରେ ବସିଥିଲା ।

ଏହା ବି ପଢନ୍ତୁ- ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ସେପଟେ ଗତକାଲି (ଶନିବାର) ଜାତୀୟ ମହିଳା ଆୟୋଗ, ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଏବଂ ବିଜେପିର ତଥ୍ୟ ଅନୁସନ୍ଧାନ କମିଟି ରାଜ୍ୟରେ ପହଞ୍ଚି ତଦନ୍ତ କରିଥିଲା । ଏହାସହିତ ଜାତୀୟ ମାନବାଧିକାର କମିଶନ ମଧ୍ୟ ରବିବାର ବେଲଗାଭି ଗସ୍ତ କରି ତଦନ୍ତକାରୀ ଅଧିକାରଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ଦିନକୁ ଦିନ ମାମଲାଟି ଗମ୍ଭୀର ରୂପ ନେବା ପରେ ରବିବାର ରାଜ୍ୟ ସରକାର ସିଆଇଡିକୁ ମାମଲାର ତଦନ୍ତ ଭାର ହସ୍ତାନ୍ତର କରିଛନ୍ତି । ଏହାପରେ ଆସନ୍ତାକାଲି (ସୋମବାର) ସିଆଇଡି ଅଧିକାରୀ ମାମଲାର ଛାନଭିନ ଲାଗି ରାଜ୍ୟ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.