ETV Bharat / bharat

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ 194ଟି କ୍ଷୁଦ୍ର ଚିଟ୍ ଫଣ୍ଡ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିଜର୍ଭ ବ୍ୟାଙ୍କର ତତ୍ପରତା - ରିଜର୍ଭ ବ୍ୟାଙ୍କ

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ 194ଟି କ୍ଷୁଦ୍ର ଚିଟ୍ ଫଣ୍ଡ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତତ୍ପରତା ଦେଖାଇଛି । ଅଧିକ ପଢନ୍ତୁ...

ରିଜର୍ଭ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ
author img

By

Published : Dec 4, 2020, 9:52 AM IST

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ଗୁରୁତର ଜାଲିଆତି ଯାଞ୍ଚ ଅଫିସ (ଏସଏଫଆଇଓ) ଦ୍ବାରା ପଶ୍ଚିମବଙ୍ଗରେ ଶାରଦା ଗ୍ରୁପ୍ ଏବଂ ରୋଜ୍ ଭ୍ୟାଲି ଗ୍ରୁପ୍ ପରି ବଡ଼ ବଡ଼ ଚିଟ୍ ଫଣ୍ଡ ସଂସ୍ଥା ପକ୍ଷରୁ ହୋଇଥିବା ଜାଲିଆତି ଘଟଣାର ତଦନ୍ତ ଜାରି ରହିଛି । ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍କେଟ ଇଣ୍ଟେଲିଜେନସ ଶାଖା 2015 ଶେଷ ସୁଦ୍ଧା ପଶ୍ଚିମ ବଙ୍ଗରେ ସକ୍ରିୟ ଥିବା 194ଟି କ୍ଷୁଦ୍ର ଚିଟ୍ ଫଣ୍ଡ ସଂସ୍ଥା ବିରୁଦ୍ଧରେ ସାନି ତଦନ୍ତ ଆରମ୍ଭ କରି ଦେଇଛନ୍ତି ।

ନିଜକୁ ଗୋପନ ରଖି ସର୍ବୋଚ୍ଚ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, 2016 ନଭେମ୍ବରରେ ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଥର ପାଇଁ ଛୋଟ ଛୋଟ 194ଟି ଚିଟ୍ ଫଣ୍ଡ ସଂସ୍ଥା ନେଇ ପଶ୍ଚିମ ବଙ୍ଗ ସରକାରଙ୍କୁ ସତର୍କ କରି ଦେଇଥିଲେ । ସେ ସମୟରେ ସର୍ବୋଚ୍ଚ ବ୍ୟାଙ୍କ 194ଟି ଏସବୁ ସଂସ୍ଥା ସମ୍ପର୍କିତ ସମସ୍ତ ବିବରଣୀ ରାଜ୍ୟ ସଚିବାଳୟକୁ ପଠାଇଦେଇଥିଲେ । ଏହାରି ଭିତରେ ରାଜ୍ୟ ସରକାର ସେସବୁ ସଂସ୍ଥା ବିରୁଦ୍ଧରେ କୌଣସି ପଦକ୍ଷେପ ନେଇଛନ୍ତି କି ନାହିଁ ତାହା ଜାଣିବା ସକାଶେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାନି ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସରକାରଙ୍କ ପାଖରେ ସେସବୁ ସଂସ୍ଥା ସମ୍ପର୍କରେ ଅଧିକ କିଛି ତଥ୍ୟ ଅଛି କି ନାହିଁ ସେ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କ ଯାଞ୍ଚ କରିବ। “ବଜାରରୁ ପାଣ୍ଠି ସଂଗ୍ରହର ପରିମାଣ ହେଉ ବା ଏହାର ଆକାର ଦୃଷ୍ଟିରୁ ଏହି 194ଟି ସଂସ୍ଥା ରୋଜ ଭ୍ୟାଲି ଭଳି ସଂସ୍ଥା ତୁଳନାରେ ବହୁତ ଛୋଟ । ଆର୍ଥିକ ବର୍ଷ 2016-17ରେ ଏସବୁ ସଂସ୍ଥା ରାଜ୍ୟରେ ସକ୍ରିୟ ଥିଲେ। କିନ୍ତୁ ଉଚିତ୍ ତଦାରଖ ଏବଂ କାର୍ଯ୍ୟାନୁଷ୍ଠାନ ବିନା ଏସବୁ ସଂସ୍ଥା ଆଗକୁ ବଡ଼ ଆକାର ନେଇପାରେ ।

2016 ନଭେମ୍ବରରେ ଯେତେବେଳେ ସର୍ବୋଚ୍ଚ ବ୍ୟାଙ୍କ 194ଟି ଚିଟ୍ ଫଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କୁ ଦେଇଥିଲେ, ସେ ସମୟରେ ହିଁ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲେ ଯେ, ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏସବୁ ସଂସ୍ଥା ଆଗକୁ ଶାରଦା କିମ୍ବା ରୋଜଭ୍ୟାଲି ଭଳି ବଡ଼ ବଡ଼ ଚିଟ୍ ଫଣ୍ଡ ଭଳି ହୋଇପାରେ। ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ କିଛି ପଦକ୍ଷେପ ନେଇଥିବେ ବୋଲି ଆମେ ଆଶା ରଖିଥିବା କଥା ବ୍ୟାଙ୍କ ଅଧିକାରୀ ଜଣଙ୍କ କହିଛନ୍ତି।”

ଏହି 194ଟି କ୍ଷୁଦ୍ର ଚିଟ୍ ଫଣ୍ଡ ସଂସ୍ଥା ମଧ୍ୟରୁ କିଛି ଏବେ ଲୁଚାଚୋରାରେ ରାଜ୍ୟରେ ସକ୍ରିୟ ରହିଥିବା ନେଇ ରିଜର୍ଭ ବ୍ୟାଙ୍କ ପାଖରେ ସୂଚନା ଥିବା କଥା ଅଧିକାରୀ ଜଣଙ୍କ କହିଛନ୍ତି। ସେ କହିଛନ୍ତି ଯେ,“ ରାଜ୍ୟର ବିଭିନ୍ନ ପତ୍ରପତ୍ରିକା ଏବଂ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା କ୍ଲାସିଫାଇଡ୍ ବିଜ୍ଞାପନ ଉପରେ ଆମର ମାର୍କେଟ ଇଣ୍ଟେଲିଜେନ୍ସ ଶାଖା ବରାବର ନଜର ରଖି ଆସିଛି । ଏସବୁ ବିଜ୍ଞାପନ ଜରିଆରେ ଅନେକ ସଂସ୍ଥା ଜମା ଉପରେ ଆକର୍ଷଣୀୟ ସୁଧ ପ୍ରଦାନର ଲୋଭ ଦେଖାଇ ଆସୁଛନ୍ତି । କିନ୍ତୁ ରିଜର୍ଭ ବ୍ୟାଙ୍କ ସେସବୁ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦୃଢ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି।”

ଆଗାମୀ ଦିନରେ ଇଡି, ସିବିଆଇ ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଅଧିକ ଚଢାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ରାଜ୍ୟରେ ଶାସକ ଦଳ ନେତୃତ୍ବ ଆଶଙ୍କା ପ୍ରକାଶ କରି ଆସୁଛନ୍ତି । ବିଗତ ସପ୍ତାହରେ ଏକ ଜନ ସମାବେଶକୁ ସମ୍ବୋଧନ କରିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଯେତେବେଳେ ନିର୍ବାଚନ ପାଖେଇ ଆସେ ବିଜେପି ତ୍ରୁଣମୂଳ କଂଗ୍ରେସ ନେତା ଏବଂ ଦଳୀୟ ବିଧାୟକଙ୍କ ଉପରେ ଚାପ ପକାଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରିଥାଏ ।

ସେ କହିଥିଲେ ଯେ, ସେମାନେ ଏଥର ମଧ୍ୟ ସମାନ ପନ୍ଥା ପ୍ରୟୋଗ କରିବେ। ଆଗାମୀ ଦିନରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କିଛି ଗିରଫଦାରୀ ମଧ୍ୟ ହୋଇପାରେ । କିନ୍ତୁ ମୁଁ ଏଥିରେ ଭୟଭୀତ ନୁହେଁ । ସେମାନେ ଯଦି ପାରିବେ ମୋତେ ଗିରଫ କରି ଦେଖାନ୍ତୁ । ମୁଁ ଜେଲ୍ ଭିତରେ ରହି ନିର୍ବାଚନ ଲଢିବି ଏବଂ ତୃଣମୂଳ ଦଳର ବିଜୟ ନିଶ୍ଚିତ ହେବ” ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ରାଜ୍ୟ ଖାଉଟୀ ବ୍ୟାପାର ମନ୍ତ୍ରୀ ସାଧନ ପାଣ୍ଡେଙ୍କୁ ତାଙ୍କର ପ୍ରତିକ୍ରିୟା ପାଇଁ ଥରକୁ ଥର ଯୋଗାଯୋଗ କରାଯାଇଥିଲା, କିନ୍ତୁ ଏହା ସମ୍ଭବ ହୋଇନଥିଲା।

ସୁମନ୍ତ ରୟଚୌଧୁରୀ, ବ୍ୟୁରୋ ଚିଫ୍, କୋଲକାତା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.