ETV Bharat / bharat

Dantewada Blast: ୨ମାସ ପୂର୍ବରୁ IED ଖଞ୍ଜିଥିଲେ ନକ୍ସଲ, ଘାସରେ ଲୁଚାଇଥିଲେ ତାର

author img

By

Published : Apr 28, 2023, 6:15 PM IST

ଦାନ୍ତେୱାଡା ନକ୍ସଲ ଆକ୍ରମଣକୁ ନେଇ ବଡ଼ ଖୁଲାସା । ବିସ୍ଫୋରଣ ପାଇଁ ୨ମାସ ପୂର୍ବରୁ IED ଖଞ୍ଜିଥିଲେ ନକ୍ସଲବାଦୀ । ଅଧିକ ପଢନ୍ତୁ

Etv Bharat
Etv Bharat

ରାୟପୁର: ଛତିଶଗଡ଼ ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣାରେ ବଡ଼ ଖୁଲାସା କଲା ପୋଲିସ । ନକ୍ସଲମାନେ ବିସ୍ଫୋରଣର ୨ ମାସ ପୂର୍ବରୁ ସେଠାରେ IED ବୋମା ଖଞ୍ଜିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଏହାର ତାରକୁ ଲୁଚାଇବା ଲାଗି ମାଟିର ଏକ ସ୍ତର ଦିଆଯାଇଥିବା ବେଳେ ଏହା ଉପରେ ଘାସ ରଖାଯାଇଥିବା ପୋଲିସ ଜାଣିବାକୁ ପାଇଛି । ଏହି ଆକ୍ରମଣରେ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ୧୦ଜଣ ଶହୀଦ ହୋଇଛନ୍ତି । ଅରନପୁର ଥାନା ନିକଟରୁ ପ୍ରାୟ ୧ କିମି ଦୂରରେ ହୋଇଥିଲା ଏହି ବିସ୍ଫୋରଣ ।

ବସ୍ତର ଆଇଜିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ରୁ ୫୦ କିଲୋଗ୍ରାମ ଓଜନର ଆଇଡି ବିସ୍ଫୋଟକର ବ୍ୟବହାର ହୋଇଥିଲା । ରାସ୍ତା ପାର୍ଶ୍ବରେ ସୁଡ଼ଙ୍ଗ ଖୋଳି ବୋମାକୁ ୩ରୁ ୪ ଫୁଟ ତଳେ ରଖାଯାଇଥିଲା । ହେଲେ ବିସ୍ଫୋରଣର ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀମାନେ ଉକ୍ତ ସ୍ଥାନରେ ଯାଞ୍ଚ କରିଥିଲେ । ମାତ୍ର କୌଣସି ଆଇଡି କି ସନ୍ଦିଗ୍ଧ ବସ୍ତୁକୁ ଠାବ କରିପାରିନଥିଲେ । ପୋଲିସର କହିବାନୁସାରେ CRPF ଓ ଡିଆରଜିର ପ୍ରାୟ ୨୦୦ ସୁରକ୍ଷାକର୍ମୀଙ୍କୁ ଉକ୍ତ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ନେଇ ଦାନ୍ତେୱାଡା ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ସୂଚିତ କରାଯାଇଥିଲା । ଖବର ପାଇବା ମାତ୍ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- Dantewada Naxalite Attack: ହୃଦୟବିଦାରକ ଦୃଶ୍ୟ, ଶହୀଦ ସ୍ବାମୀଙ୍କ ଚିତା ଉପରେ ଶୋଇଲେ ପତ୍ନୀ

ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ଏହି ଖବର ମିଳିଥିଲା । ବୁଧବାର ସକାଳେ ଅରନପୁରଠାରୁ କିଛି ଦୂରରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ନକ୍ସଲଙ୍କୁ କାବୁ କରିବାରେ ସୁରକ୍ଷାକର୍ମୀ ସଫଳ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିଲା । ଏହାପରେ ଡିଆରଜିର ଏକ ଟିମ ୮ଟି ଯାନ ଅରନପୁରରୁ ଦାନ୍ତେୱାଡା ବେସ ଅଭିମୁଖେ ବାହାରିଥିଲା । ଏହାପରେ ଗୋଟିଏ ଟିମ ଗୁଳି ବିନିମୟ ହେଉଥିବା ସ୍ଥାନରେ ରହିଥିଲା । ଯେଉଁ ନକ୍ସଲଙ୍କୁ କାବୁ କରାଯାଇଥିଲା ସେମାନଙ୍କୁ ଏସକର୍ଟର ପ୍ରଥମ ଗାଡ଼ିରେ ନିଆଯାଉଥିଲା ।

ପ୍ରତିଟି ଯାନ ମଧ୍ୟରେ ଲମ୍ବା ବ୍ୟବଧାନ ରହିଥିଲା । ନକ୍ସଲମାନେ ୧୦ଜଣ ଯବାନ ଥିବା ଗାଡ଼ିକୁ ଟାର୍ଗେଟ କରିଥିଲେ । ବିସ୍ଫୋରଣର ୨୦୦ ମିଟର ପୂର୍ବରୁ କିଛି ସ୍ଥାନୀୟ ଆଦିବାସୀ ଯୁବକ 'ପଣ୍ଡୁମ' ଉତ୍ସବ ଲାଗି ଗାଡ଼ିକୁ ଅଟକାଇ ଅର୍ଥ ସଂଗ୍ରହ କରୁଥିଲେ । ପୋଲିସ ଗାଡ଼ିକୁ ମଧ୍ୟ ସେମାନେ ଅଟକାଇଥିଲେ । ହେଲେ ସେମାନେ ଯବାନଙ୍କୁ କୌଣସି ଅର୍ଥ ମାଗୁନଥିଲେ । ଯବାନମାନେ ନିଜ ଖୁସିରେ ଅର୍ଥ ଦେଉଥିଲେ । ହେଲେ ଯେଉଁ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା ସେହି ଗାଡ଼ିକୁ ଆଦିବାସୀଙ୍କୁ ଅର୍ଥ ଦେବା ଲାଗି ଅଟକି ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ପୋଲିସ ସନ୍ଦେହ କରୁଛି ଯେ ସ୍ଥାନୀୟ ଲୋକଙ୍କ ସହିତ କୌଣସି ନକ୍ସଲ ରେକି ପାଇଁ ସେହି ଗୋଷ୍ଠୀରେ ଉପସ୍ଥିତ ଥିଲା । ଯାହାଦ୍ବାରା ପୋଲିସର ଏସକର୍ଟ ସମ୍ପର୍କରେ ସେ ନିଜ ଗୋଷ୍ଠୀଙ୍କୁ ସୂଚନା ଦେଇପାରିବ । ତେବେ ପୋଲିସ ଏହି ସମସ୍ତ ଦିଗ ଉପରେ ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.