ETV Bharat / bharat

ପୁଣି ଅଶାନ୍ତ କଶ୍ମୀର, ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ - ଜମ୍ମୁ କଶ୍ମୀର ଟାର୍ଗେଟ୍‌ କିଲିଂ

ଉଗ୍ର ହେଉଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀରରେ ଥମୁନି ଟାର୍ଗେଟ୍‌ କିଲିଂ ମାମଲା । ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା
ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା
author img

By

Published : Jun 2, 2022, 1:04 PM IST

ଶ୍ରୀନଗର: ଉଗ୍ର ହେଉଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀରରେ ଥମୁନି ଟାର୍ଗେଟ୍‌ କିଲିଂ ମାମଲା । କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ କରିଛନ୍ତି । ଫଳରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ମୃତ୍ୟୁ ହୋଇଛି । ବିଜୟ କୁମାର ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି । ସେ କୁଲଗାମର ଇଲ୍ଲାକ୍ୟୁ ଦେହତି ବ୍ୟାଙ୍କରେ କାର୍ଯ୍ୟରତ ଥିଲେ ।

  • #WATCH | J&K: Terrorist fires at bank manager at Ellaqie Dehati Bank at Areh Mohanpora in Kulgam district.

    The bank manager later succumbed to his injuries.

    (CCTV visuals) pic.twitter.com/uIxVS29KVI

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, କୁଲଗାମ ଅଞ୍ଚଳରେ ଇଲ୍ଲାକ୍ୟୁ ଦେହତି ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ଉପରକୁ ଗୁଳି ଚାଳାଇଥିଲେ ଆତଙ୍କବାଦୀ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପୋଲିସ ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଏନଡିଏ ସରକାର ସୀମାରେ ଶାନ୍ତି ବଜାୟ ରଖିବାରେ ଅସଫଳ । କେନ୍ଦ୍ର ସରକାର କଶ୍ମୀରରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରନ୍ତୁ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଆମ ନାଗରିକଙ୍କୁ ଆତଙ୍କବାଦୀ ଏପରି ହତ୍ୟା କରିବା ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି ପୂର୍ବରୁ ଏକ ସ୍କୁଲରେ ପଶି ଆତଙ୍କବାଦୀମାନେ କୁଲଗାମର ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରିଥିଲେ । ସେ ଜଣେ କଶ୍ମୀର ପଣ୍ଡିତ ଥିଲେ । ଘାଟିରେ ଆତଙ୍କବାଦୀମାନେ ଲଗାତର ହିନ୍ଦୁ ନାଗରିକ ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି । ମଇ 25ରେ ଜମ୍ମୁ କାଶ୍ମୀର ଚାଦୁରା ଅଞ୍ଚଳରେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିିଥିଲେ ଆତଙ୍କୀ । ଏହାର ଦିନକ ପରେ ଆତଙ୍କୀକୁ ଏନକାଉଣ୍ଟର କରିଥିଲା ସୁରକ୍ଷାବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.