କୋଲକାତା: ପଶ୍ଚିମବଙ୍ଗର କୁଚ୍ଛବିହାର ଅଞ୍ଚଳରେ ଥିବା ଭାରତ ଜମିରେ ଚାଷ କରୁଛନ୍ତି ବାଂଲାଦେଶୀ ଚାଷୀ (Bangladeshi farmers have free access to Indian lands) । ପ୍ରତିଦିନ ସକାଳୁ ସେ ଭାରତ ସୀମା ମଧ୍ୟରେ ପ୍ରବେଶ କରି ଚାଷ କରୁଥିବା ବେଳେ ଅମଳ ଫସଲକୁ ମଧ୍ୟ ନିଜ ଦେଶକୁ ନେଇ ଯାଉଛନ୍ତି । ସେ ଭାରତୀୟ ଭାଗଚାଷୀଙ୍କ ସହିତ ବୁଝାମଣା କରି ଏହି ଚାଷ କରୁଥିବା ବେଳେ ଏଥିଲାଗି ତାଙ୍କୁ କୌଣସି ପ୍ରକାର ପାସପୋର୍ଟର ମଧ୍ୟ ଆବଶ୍ୟକତା ପଡୁନି । ସ୍ଥାନୀୟ ଲୋକଙ୍କ ସହିତ ବୁଝାମଣା କରି ସେ ନିଜ ଇଚ୍ଛା ଅନୁସାରେ ଏଠାରେ ଚାଷକାର୍ଯ୍ୟ କରୁଛନ୍ତି ।
ଉକ୍ତ ବାଂଲାଦେଶୀ ଚାଷୀଙ୍କ ନାମ ମହମ୍ମଦ ରୁବେଲ ବୋଲି ଜଣାପଡ଼ିଛି । ମହମ୍ମଦ ଏକା ନୁହଁନ୍ତି ଏପରି ଅନେକ ବାଂଲାଦେଶୀ ଚାଷୀ ଭାରତୀୟଙ୍କ ଜମିରେ ଚାଷକାର୍ଯ୍ୟ କରିଆସୁଛନ୍ତି । ଭାରତ-ବାଂଲାଦେଶ ସୀମା ନିକଟସ୍ଥ ତିସ୍ତା ନଦୀକୂଳରେ ଏହି ବାଂଲାଦେଶୀ ଚାଷୀ ଚାଷ କରୁଛନ୍ତି । ଏହି ସ୍ଥାନଟି କୁଚ୍ଛବିହାର ଜିଲ୍ଲାରେ ରହିଛି । ସେମାନେ ପ୍ରତିଦିନ ସକାଳେ ଏହି ଜମିରେ ଚାଷ କରୁଛନ୍ତି । ଏଥିଲାଗି ଅନେକ ଥର ବିବାଦ ମଧ୍ୟ ଉପୁଜିଛି । ମାତ୍ର ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସେମାନେ ସ୍ଥାନୀୟ ବୁଝାମଣାରେ ଏଠାରେ ଚାଷକାର୍ଯ୍ୟ ଜାରି ରଖିଛନ୍ତି ।
ଏହା ବି ପଢନ୍ତୁ- ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର
ଏଭଳି ବେଆଇନ କାର୍ଯ୍ୟ ଏଠାରେ ଜାରି ରହିଛି । ଏ ନେଇ ମହମ୍ମଦ କହିଛନ୍ତି, "ମୋ ନିକଟରେ ଚାଷ ପାଇଁ କୌଣସି ଜମି ନାହିଁ । ଏଥିଲାଗି ସ୍ଥାନୀୟ ଭାରତୀଙ୍କ ଠାରୁ ମୁଁ କିଛି ଜମି ଆଣିଛି ଏବଂ ଅଥିରେ ଭାଗଚାଷ କରୁଛି । ଅମଳ ପରେ ପୂର୍ବ ନିୟମ ଅନୁଯାୟୀ ମୁଁ ଫସଲ ଜମି ମାଲିକଙ୍କୁ ଦେଉଛି । ଏହାଦ୍ବାରା ମୁଁ ମୋ ପରିବାର ପ୍ରତିପୋଷଣ କରୁଛି ।" ନଦୀକୁ ଏହି ଜମି ଲାଗି ରହିଥିବାବେଳେ ବାଂଲାଦେଶୀ ମାନେ ଏଠାରେ ଚାଷ କାର୍ଯ୍ୟ କରୁଛନ୍ତି । ଏଠାରେ ନଦୀର ଗଭୀର କମ ଥିବାରୁ ସେମାନେ ସହଜରେ ସୀମା ପାର କରି ଏଠାକୁ ଆସୁଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ।