ETV Bharat / bharat

ସିମେଣ୍ଟ କାରଖାନାରେ ବିସ୍ଫୋରଣ, 3 ଶ୍ରମିକଙ୍କ ମୃତ୍ୟୁ

author img

By

Published : Jul 18, 2023, 8:10 PM IST

ଛତିଶଗଡର ବାଲୋଦା ବଜାରରେ ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣରେ 3 ଶ୍ରମିକଙ୍କ ମୃତ୍ୟୁ । ଅନ୍ୟ ଦୁଇ ଶ୍ରମିକ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁୁ ଦାୟୀ କରି ଧାରଣାରେ ବସିଲେ ଶ୍ରମିକ । ଅଧିକ ପଢନ୍ତୁ

ସିମେଣ୍ଟ କାରଖାନାରେ ବିସ୍ଫୋରଣ, 3 ଶ୍ରମିକଙ୍କ ମୃତ୍ୟୁ ସୂଚନା

ରାୟପୁର: ଛତଶଗଡର ବାଲୋଦା ବଜାରରେ ଥିବା ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି 3ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି (ମଙ୍ଗଳବାର) ବିଳମ୍ବିତ ଅପରାହ୍ନରେ ସିମେଣ୍ଟ ପ୍ଲାଣ୍ଟରେ ଏକ ସିଲିଣ୍ଡରରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । 2 ଆହତ ଶ୍ରମିକଙ୍କୁ ରାଜଧାନୀ ରାୟପୁର ସ୍ଥିତ ରାମକୃଷ୍ଣ ହସ୍ପିଟାଲକୁ ପଠାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଆଜି ପ୍ଲାଣ୍ଟରେ ଉତ୍ପାଦନ କାର୍ଯ୍ୟ ଜାରିରହିଥିବା ବେଳେ ଅପରାହ୍ନ ପ୍ରାୟ 3ଟାରେ ଏହି ବିସ୍ଫୋରଣ ଘଟିଛି । ଅନେକ ଶ୍ରମିକ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ 2 ଶ୍ରମିକ ମଧ୍ୟ ଆହତ ହୋଇଥିଲେ । ସମସ୍ତ 3 ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନେ ହେଲେ ସ୍ଥାନୀୟ କୁଥାରୋଡର ବାସିନ୍ଦା 21 ବର୍ଷୀୟ ଲକ୍ଷ ଗାଏକୱାଡ, ମୁଦାପରର ବାସିନ୍ଦା 27 ବର୍ଷୀୟ ଶତ୍ରୁଘ୍ନ ଲାଲ ବର୍ମା ଓ ସରଫୋଙ୍ଗାର ଅଞ୍ଚଳର 26 ବର୍ଷୀୟ ଉମେଶ କୁମାର ବର୍ମା । ସମସ୍ତ ମୃତ ଶ୍ରମିକ ଉକ୍ତ ସିମେଣ୍ଟ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ ।

ପ୍ଲାଣ୍ଟ ଅଧିକାରୀ, ଜିତେନ୍ଦ୍ର ତନୱାର କହିଛନ୍ତି, କାର୍ଯ୍ୟ ଜାରି ରହିଥିବା ବେଳେ ସିଲିଣ୍ଡରରେ ହଠାତ ବିସ୍ଫୋରଣ ଘଟିଥିଲା । ଏଥିରେ 3ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ 2 ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି । ହେଲେ ବିସ୍ଫୋରଣର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ମିଳିସାରିଛି । କମ୍ପାନୀ ବୈଷୟିକ ଅନୁସନ୍ଧାନ ଟିମ ତଦନ୍ତ ଶେଷ କରିବା ପରେ ବିସ୍ଫୋରଣର କାରଣ ସମ୍ପର୍କରେ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ:-ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଅନ୍ୟପଟେ ବିସ୍ଫୋରଣରେ 3 ଶ୍ରମିକଙ୍କ ପ୍ରାଣହାନୀ ପରେ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିଚାଳନାରେ ଅବହେଳା ଅଭିଯୋଗ କରିଛନ୍ତି । ସେମାନେ ମୃତ ଶ୍ରମିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ସହ ଅବହେଳା ପାଇଁ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି । ଶ୍ରମିକ ଧାରଣା ସମ୍ପର୍କରେ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.