ETV Bharat / bharat

Pakistani Balloons in Punjab: ବେଲୁନରେ ଲାଗିଛି ଇମ୍ରାନ ଖାନଙ୍କ ଦଳୀୟ ପତାକା

author img

By ETV Bharat Odisha Team

Published : Aug 29, 2023, 9:25 PM IST

ପଞ୍ଜାବର ତାରନ ତାରନ ଜିଲ୍ଲାରେ ଠାବ ହେଲା ପାକିସ୍ତାନୀ ବେଲୁନ । ବେଲୁନରେ ଲାଗିଛି ଇମ୍ରାନ ଖାନଙ୍କ ଦଳୀୟ ପତାକା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Pakistani Balloons in Punjab: ବେଲୁନରେ ଲାଗିଛି ଇମ୍ରାନ ଖାନଙ୍କ ଦଳୀୟ ପତାକା
Pakistani Balloons in Punjab: ବେଲୁନରେ ଲାଗିଛି ଇମ୍ରାନ ଖାନଙ୍କ ଦଳୀୟ ପତାକା

ଚଣ୍ଡିଗଡ: ପଞ୍ଜାବର ସୀମାନ୍ତ ଜିଲ୍ଲା ତାରନ୍ ତାରନରେ ଏକ ପାକିସ୍ତାନୀ ବେଲୁନ ଠାବ କରାଯାଇଛି । ଏଥିରେ ଦୁଇଟି ବେଲୁନ ପେନ୍ଥା ସହ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଦଳ ପିଟିଆଇର ପତାକା ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ସାହାବାଜପୁର ଗ୍ରାମରେ ଏପରି ଏକ ବେଲୁନ ଠାବ ହେବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମ୍ପୃକ୍ତ ବେଲୁନ ପେନ୍ଥା ଓ ପତାକା ଜବତ କରି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ନିବାସୀ ଜାଗିର ସିଂଙ୍କ ଘର ଉପରେ ଏହି ବେଲୁନ ଓ ପତାକା ଖସି ପଡିଥିଲା । ଜାଗିରଙ୍କ ପୁଅ ଅବତାର ସିଂ କହିଛନ୍ତି, ଗତକାଲି ରାତି ପ୍ରାୟ 9 ଟା ବେଳେ ଇମ୍ରାନ ଖାନଙ୍କ ପାର୍ଟି ପତାକା ବନ୍ଧାଯାଇଥିବା ଏହି ବେଲୁନ ପେନ୍ଥା ତାଙ୍କ ଘର ଉପରେ ଖସି ପଡିଥିଲା । ବେଲୁନର ରଙ୍ଗ ଧଳା, ସବୁଜ ଏବଂ ନାଲି ରହିଛି । ଏଥିରେ ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପତାକା ଉପରେ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ଉଭୟ ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ଲେଖାଯାଇଛି ।

ଏ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ବିଜୟୱାଲ ପୋଲିସ ଷ୍ଟେସନରୁ ପୋଲିସର ଏକ ଟିମ ଗାଁରେ ପହଞ୍ଚିଛି । ବେଲୁନ୍ ଜବତ କରାଯାଇଛି । ତେବେ ପ୍ରାଥମିକ ଯାଞ୍ଚରେ ଏହି ବେଲୁନରେ କୈଣସି ଆପତ୍ତିଜନକ ସାମଗ୍ରୀ, କିମ୍ବା ବୈଦ୍ୟୁତିକ ଡିଭାଇସ ନଥିବା ପୋଲିସ କହିଛି । ତଥାପି ସବୁ ଦିଗରୁ ପୋଲିସ ତଦନ୍ତ କରୁଛି । ଏହା ପାକିସ୍ତାନ ସୀମାକୁ ଲାଗି ଏକ ସୀମାନ୍ତ ଜିଲ୍ଲା ହୋଇଥିବା କାରଣରୁ ସୀମାପାର ଡ୍ରୋନ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହେବାର ଏକାଧିକ ନଜରି ମଧ୍ୟ ରହିଛି । ଏପରି ସନ୍ଦିଗ୍ଧ ବସ୍ତୁ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇ ସ୍ଥାନୀୟ ଲୋକଙ୍କୁ ପୋଲିସ ପରାମର୍ଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- Pakistan: ମୁକ୍ତ ହେବେ ଇମ୍ରାନ ଖାନ ! ଦଣ୍ଡାଦେଶ ଖାରଜ, ବେଲ ଦେଲେ କୋର୍ଟ

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଦୀର୍ଘ 533 କି.ମି କେବଳ ପଞ୍ଜାବରେ ରହିଛି (Indo Pakistan International Border )। ଯାହାର ସୁରକ୍ଷା ଦାୟିତ୍ବ ସୀମା ସୁରକ୍ଷା ବଳ (ବିଏସଏଫ) ଉପରେ ନ୍ୟସ୍ତ ରହିଛି । ସୀମାରେ ସୁରକ୍ଷାବଳର ଯବାନମାନେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ କରୁଛନ୍ତି । ତଥାପି ପଞ୍ଜାବର ଅମୃତସର, ପଠାନକୋଟ, ତାରନ ତାରନ ପରି ସୀମାନ୍ତ ଜିଲ୍ଲାରେ ଏକାଧିକ ଥର ପାକିସ୍ତାନୀ ଡ୍ରୋନ, ମାରଣାସ୍ତ୍ର ଓ ସୀମା ସେପଟୁ ଆସୁଥିବା ନିଶାଦ୍ରବ୍ୟ ମଧ୍ୟ ଜବତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.