ETV Bharat / bharat

ଯୁବତୀଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ - ଯୁବତୀଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ

କର୍ଣ୍ଣାଟକ ମାଙ୍ଗାଲୋର କୋଟାରା ଚୌକିରେ ଦୁଇ ଭିନ୍ନ ସମ୍ପ୍ରଦାୟର ଦୁଇଜଣଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ କରିଛନ୍ତି । ଘଟଣାରେ କିଛି ବରଜଙ୍ଗୀ ଦଳ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଯୁବତୀଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ

author img

By

Published : Dec 12, 2022, 12:35 PM IST

ବେଙ୍ଗାଲୁରୁ: ଯୁବତୀଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଅଭିଯୋଗ । କର୍ଣ୍ଣାଟକ ମାଙ୍ଗାଲୋର କୋଟାରା ଚୌକିରେ ଭିନ୍ନ ସମ୍ପ୍ରଦାୟର ଦୁଇଜଣଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ କରିଛନ୍ତି । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବରଜଙ୍ଗ ଦଳ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଯୁବକ ଓ ଯୁବତୀ ଜଣଙ୍କ ଶନିବାର ମଧ୍ୟରାତ୍ରିରେ ଏକ ହୋଟେଲକୁ ଡିନର ପାଇଁ ଆସିଥିଲେ । ସେମାନେ ଖାଇ ସାରି ଫେରିବା ସମୟରେ କିଛି ବଜରଙ୍ଗ ଦଳ କର୍ମୀ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ । ଏହାପରେ ବଜରଙ୍ଗ ଦଳ କର୍ମୀ ଉଭୟଙ୍କୁ ଖରାପ ବ୍ୟବହାର କରିଥିଲେ । ଘଟଣାସ୍ଥଳରେ ଉରୱା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା । କିଛି ବଜରଙ୍ଗ ଦଳ କର୍ମୀଙ୍କୁ ହେପାଜତକୁ ନେଇଥିଲା ପୋଲିସ । ଏହାପରେ ସେମାନଙ୍କୁ ଛାଡି ଦେଇଥିଲା । ଯୁବକ ଓ ଯୁବତୀ ଜଣଙ୍କ ପୋଲିସକୁ ସବୁ କିଛି କହି ଘରକୁ ଫେରିଥିଲେ ।

ଏହା ବି ପଢନ୍ତୁ...ମୁସଲିମ ଭୋଟରଙ୍କୁ ବିଜେପି ବିଧାୟକଙ୍କ ଧମକ ! ମୋତେ ଭୋଟ ଦିଅ ନହେଲେ କାମ କରିବିନି

ଗତ 3 ସପ୍ତାୟ ମଧ୍ୟରେ ଏହି ପରି 3 ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି । ଡିସେମ୍ବର 6 ରେ ଘଟିଥିବା ପୂର୍ବ ଘଟଣାରେ ସୁନା ଦୋକାନରେ ଘଟିଥିବା ଏକ ଘଟଣାକୁ ନେଇ ଜଣେ ବଜରଙ୍ଗ ଦଳ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ଶିବିନ, ଗଣେଷ, ପ୍ରକାଶ ଓ ଚେତନଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ବଜରଙ୍ଗ ଦଳ କର୍ମୀ ବୋଲି ଜଣାପଡିଥିଲା । ସୁନା ଦୋକନରେ ଜଣେ ଯୁବକଙ୍କୁ ଖରାପ ବ୍ୟବହାର କରିଥିଲେ । ସୁନା ଦୋକାନରେ ଜଣେ ମହିଳା କାର୍ଯ୍ୟ କରନ୍ତି । ସେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କ ସହ ବାଇକରେ ଆସନ୍ତି । ଏନେଇ କାଦରୀ ପୋଲିସ ଷ୍ଟେସନ ବରଜଙ୍ଗ ଦଳ କର୍ମୀଙ୍କ ନାମରେ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.