ETV Bharat / bharat

Bajrang Dal activist murder case: ମୃତକଙ୍କ ପରିବାରକୁ ବିଜେପି ବିଧାୟକଙ୍କ ୬ଲକ୍ଷର ଅନୁକମ୍ପା ରାଶି ଘୋଷଣା - ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହତ୍ୟାକାଣ୍ଡ

କର୍ଣ୍ଣାଟକରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଜାରି ରହିଛି ଉତ୍ତେଜନାମୂଳକ ସ୍ଥିତି । ଏହାରି ମଧ୍ୟରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ବିଜେପି ବିଧାୟକ । ଅଧିକ ପଢନ୍ତୁ

Bajrang Dal activist murder case: ମୃତକଙ୍କ ପରିବାରକୁ ବିଜେପି ବିଧାୟକଙ୍କ ୬ଲକ୍ଷର ଅନୁକମ୍ପା ରାଶି ଘୋଷଣା

author img

By

Published : Feb 22, 2022, 9:43 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫଦାରୀ ଲାଗି ରହିଥିବା ବେଳେ ଶିବମୋଗା ଜିଲ୍ଲାରେ କର୍ଫ୍ୟୁ ଅବଧି ମଧ୍ୟ ବଢିଛି । ତେବେ ଏହାରି ମଧ୍ୟରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ବିଜେପି ବିଧାୟକ । ସ୍ଥାନୀୟ ବିଧାୟକ ଏମ.ପି ରେଣୁକାଚାର୍ୟ୍ୟ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ହୋନାଲି ବିଜେପି କମିଟି ପକ୍ଷରୁ ଏକ ଲକ୍ଷକୁ ମିଶାଇ ମୋଟ ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

ସେ ଜଣେ ଯୁବ ତଥା ସକ୍ରିୟ କର୍ମକର୍ତ୍ତାଙ୍କୁ ହରାଇଛନ୍ତି, ସେ ତାଙ୍କ ପୁଅ ପରି ଥିଲେ ବୋଲି କହିଛନ୍ତି ବିଧାୟକ । ବର୍ତ୍ତମାନ ସମୟରେ ସମସ୍ତ ହିନ୍ଦୁ ପରିବାର ହର୍ଷଙ୍କ ପରିବାର ସହ ରହିଛନ୍ତି । ସେ ଆସନ୍ତାକାଲି ହର୍ଷଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ସହାୟତା ରାଶି ପ୍ରଦାନ କରି ଆସିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ଅନ୍ୟପଟେ ଶିବମୋଗା ଜିଲ୍ଲା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି କର୍ଣ୍ଣାଟକ ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ପୂର୍ବରୁ ମଧ୍ୟ ଅପରାଧିକ ରେକର୍ଡ ରହିଥିବା ପୋଲିସ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.