ETV Bharat / bharat

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କୁ ନିର୍ମମ ହତ୍ୟା, ୧୪୪ ଧାରା ଜାରି - କର୍ଣ୍ଣାଟକରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ଗଳାକାଟି ହତ୍ୟା । ମୃତକ ହେଲେ ୨୩ ବର୍ଷୀୟ ହର୍ଷ । ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଲାଗୁ କରାଯିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି ।

କର୍ଣ୍ଣାଟକରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

author img

By

Published : Feb 21, 2022, 10:15 AM IST

Updated : Feb 21, 2022, 10:26 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତକ ହେଲେ ୨୩ ବର୍ଷୀୟ ହର୍ଷ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନାଅନୁସାରେ, ଗତକାଲି(ରବିବାର) ରାତି ପ୍ରାୟ ୯ଟା ସମୟରେ ୨୩ ବର୍ଷୀୟ ହର୍ଷଙ୍କୁ ଗିରଫ କରାଯାଇଛି । ରବିବାର ରାତିରେ କିଛି ଅଜଣା ଦୁବୃର୍ତ୍ତ ଭାରତୀ କଲୋନିର ରବି ବର୍ମା ଲେନରେ ହର୍ଷଙ୍କୁ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହର୍ଷଙ୍କ ମୃତ୍ୟୁକୁ ନେଇ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ନ ଉପୁଜେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ୧୪୪ ଧାରା ଲାଗୁ କରାଯିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଗୋଟିଏ ଦିନ ବନ୍ଦ କରାଯାଇଛି ।

ତେବେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିନାହିଁ । କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ମୃତ ହର୍ଷଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ୱନା ଦେଇଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାସହ ସହରରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

ଖବର ଅନୁସାରେ, କିଛି ଦୁର୍ବୃତ୍ତ ଶିବାମୋଗା ସହରର ସେଗେହାଟି ଅଞ୍ଚଳରେ ଅନେକ ଗାଡି ପୋଡି ଦେଇଥିବା ସୂଚନା ରହିଛି । କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଚାଲିଥିବା ବେଳେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Last Updated : Feb 21, 2022, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.