ETV Bharat / bharat

୬ ଘଣ୍ଟା ଯାଏଁ ଅନ୍ଧାର ଏମର୍ଜେନ୍ସି ଓ୍ବାର୍ଡ, ଟର୍ଚ୍ଚ ଲାଇଟରେ ଚାଲିଲା ଚିକିତ୍ସା - ହରିୟାଣା ଖବର

ହରିୟାଣାର ଫରିଦାବାଦର ବାଦଶାହ ଖାନ ସିଭିଲ ହସ୍ପିଟାଲର ଏମର୍ଜେନ୍ସି ଓ୍ବାର୍ଡରେ ୬ ଘଣ୍ଟା କଟିଗଲା ବିଜୁଳି । ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ଅଧିକ ପଢନ୍ତୁ...

୬ ଘଣ୍ଟା ଅନ୍ଧାର ରହିଲା ଏମୋର୍ଜେନ୍ସି ଓ୍ବାର୍ଡ , ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର

author img

By

Published : Jul 29, 2021, 5:36 PM IST

ଚଣ୍ଡିଗଡ: ସ୍ବାସ୍ଥ୍ୟ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି ହରିୟାଣାରେ । ୬ ଘଣ୍ଟା ଧରି ବିଦ୍ୟୁତ ସରବରାହ କଟିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ତାହା ବି ଅନ୍ୟ କିଛି ବିଭାଗରେ ନୁହେଁ ବରଂ ଏମର୍ଜେନ୍ସି ଓ୍ବାର୍ଡରେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫରିଦାବାଦରେ ଥିବା ବାଦଶାହ ଖାନ ସିଭିଲ ହସ୍ପିଟାଲରେ । ପ୍ରାୟ ୬ ଘଣ୍ଟା ଧରି ବିନା ବିଦ୍ୟୁତ ଆଲୋକରେ ସମ୍ପୂର୍ଣ୍ଣ ହସ୍ପିଟାଲ ପରିସର ଅନ୍ଧାର ଥିବାବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ତେବେ ସ୍ବାସ୍ଥ୍ୟସେବା ପରି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ କୌଣସି ପ୍ରତିକ୍ରିୟା ନରଖି ନିରବ ଦ୍ରଷ୍ଟା ସାଜିଛନ୍ତି ।

୬ ଘଣ୍ଟା ଅନ୍ଧାର ରହିଲା ଏମୋର୍ଜେନ୍ସି ଓ୍ବାର୍ଡ , ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର

ବିଜୁଳି ସରବରାହ ବନ୍ଦ ରହିବା ଯୋଗୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବାଧାସୃଷ୍ଟି ହେବା ସହ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିଲା । ତମାମ ଅବ୍ୟବସ୍ଥା ସତ୍ତ୍ବେ ମଧ୍ୟ କୌଣସି ଗୁରୁତର ରୋଗୀଙ୍କ ପ୍ରାଣହାନୀ ଘଟିନଥିବା ସମସ୍ତଙ୍କୁ ଆଶ୍ବସ୍ତି କରିଛି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.