ETV Bharat / bharat

Saina @32: 8 ବର୍ଷରୁ ଆରମ୍ଭ କରିଥିଲେ କ୍ୟାରିୟର, ଜିତିଛନ୍ତି 24ଟି ଅନ୍ତର୍ଜାତୀୟ ଟାଇଟଲ୍‌

ଆଜି ଭାରତର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଜନ୍ମଦିନ । ସାଇନା ଆଜି ତାଙ୍କର 32ତମ ଜନ୍ମଦିବସ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା । ଅଧିକ ପଢନ୍ତୁ

author img

By

Published : Mar 17, 2022, 10:56 AM IST

8 ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ ବ୍ୟାଡମିଣ୍ଟନ

ହାଇଦ୍ରାବାଦ: ଭାରତକୁ ବିଶ୍ୱର ଏକ ଶକ୍ତିଶାଳୀ ଦେଶ ଭାବେ ଆଜି ବିବେଚନା କରାଯାଏ । ଭାରତ ଶୁଣିବା କ୍ଷଣି ହିଁ ଅନେକ ଲୋକଙ୍କ ନାମ ମଧ୍ୟ ଆମ ମନକୁ ଆସେ ଏବଂ ଏହି ନାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭାରତର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ । ସାଇନା ନେହୱାଲ ବ୍ୟାଡମିଣ୍ଟନ ଇତିହାସରେ ଏକ ଉଜ୍ଜ୍ୱଳ ତାରକା । ସାଇନା ତାଙ୍କ ଖେଳ ମାଧ୍ୟମରେ ବିଶ୍ୱରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ଆଜି ଉଜ୍ଜ୍ୱଳ ତାରକାଙ୍କ ହେଉଛି ଜନ୍ମଦିନ । ସାଇନା ଆଜି ତାଙ୍କର 32ତମ ଜନ୍ମଦିବସ ପାଳନ କରୁଛନ୍ତି ।

saina nehwal
saina nehwal

ସାଇନା ନେହୱଲଙ୍କ ଜନ୍ମ

ସାଇନା ନେହୱାଲ 1990 ମାର୍ଚ୍ଚ 17ରେ ହରିୟାଣା ରାଜ୍ୟର ହିସାର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଡ.ହରବୀର ସିଂହ ନେହୱାଲ ହରିୟାଣା କୃଷି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କ ମାତା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ଥିଲେ। କିଛି ବର୍ଷ ପରେ, ପିତାଙ୍କ ସ୍ଥାନାନ୍ତର ହେତୁ ସାଇନା ତାଙ୍କ ପରିବାର ସହିତ ହରିୟାଣାରୁ ହାଇଦ୍ରାବାଦ ଚାଲିଗଲେ । ସାଇନା ଆଠ ବର୍ଷ ବୟସରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ସାଇନା ଆରମ୍ଭରୁ ତାଙ୍କ ଖେଳକୁ ଅଧିକ ଗୁରୁତ୍ୱ ଦେଉଥିଲେ ।

ସାଇନା ବ୍ୟାଡମିଣ୍ଟନକୁ ପ୍ରାଧାନ୍ୟ ଦେଇଥିଲେ

ସାଇନା ନେହୱାଲ ହାଇଦ୍ରାବାଦ ତଥା ହରିୟାଣାର ଅନେକ ବିଦ୍ୟାଳୟରୁ ତାଙ୍କର ପାଠପଢା ଶେଷ କରିଛନ୍ତି । ସେ ହାଇଦ୍ରାବାଦର ସେଣ୍ଟ ଆନ୍ କଲେଜରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ । ଅଧ୍ୟୟନ ସହିତ ସାଇନା ବ୍ୟାଡମିଣ୍ଟନକୁ ନିଜ ପ୍ରାଥମିକତା ଉପରେ ରଖିଥିଲେ । ସାଇନ ହାଇଦ୍ରାବାଦରେ ପିଲାମାନଙ୍କ ସହିତ ନିଜର ପରିଚୟ ବଢାଇବା ପାଇଁ ହାତରେ ଏକ ବ୍ୟାଡମିଣ୍ଟନ ରାକେଟ୍ ଧରୁଥିଲେ । କାରଣ ସେ ତେଲୁଗୁ ଭାଷା ଜାଣି ନଥିଲେ ।

saina nehwal
saina nehwal

ସାଇନା ମୋଟ ଏତିକି ଆନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି

ସାଇନା ରାଜ୍ୟସ୍ତରରୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ଜଗତରେ ନିଜର ନାମ ସୃଷ୍ଟି କରିଛନ୍ତି । ସାଇନା ତାଙ୍କ କ୍ୟାରିୟରରେ 24ଟି ଆନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି । 2008ରେ ସାଇନା ପ୍ରଥମ ଜୁନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ । 2009ରେ, ସାଇନା ଇଣ୍ଡୋନେସିଆ ଓପନ୍ ଜିତି BWF ସୁପର ସିରିଜ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ । 2010ରେ ସାଇନା କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ବ୍ୟାଡମିଣ୍ଟନରେ ଅଲିମ୍ପିକ୍ସରେ ଜିତିଥିବା ପ୍ରଥମ ଭାରତୀୟ

2012ରେ ଇତିହାସ ସୃଷ୍ଟି କରିଥିଲେ ସାଇନା । 2012 ଲଣ୍ଡନ ଅଲିମ୍ପିକ୍ସ ସମୟରେ ସାଇନା ଭାରତ ପାଇଁ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । 2018 ଏସିଆନ୍ ଗେମ୍ସରେ ମଧ୍ୟ ସାଇନା 36 ବର୍ଷ ପରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

ସାଇନା, ବିଶ୍ୱର 1 ନମ୍ବର ବ୍ୟାଡମିଣ୍ଟନ ଖେଳାଳି

2010ରେ ସାଇନା ବିଶ୍ୱର 3 ନମ୍ବର ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ ଏବଂ କିଛି ମାସ ପରେ ସେ ବିଶ୍ବ ବ୍ୟାଡମିଣ୍ଟନ ରାକିଂରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । 2015ରେ ସାଇନା ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ । ସାଇନା ବିଶ୍ୱ ଚାମ୍ପିଅନସିପ୍, କମନୱେଲଥ୍ ଗେମ୍ସ, ଅଲିମ୍ପିକ୍ ଗେମ୍ସ, ଏସୀୟ ଗେମ୍ସ, ଏସୀୟ ଚାମ୍ପିଅନସିପ୍ ସହିତ ଅନେକ ପ୍ରତିଯୋଗିତାରେ ପଦକ ଜିତିଛନ୍ତି |

ଭାରତ ସରକାର ଅନେକ ପୁରସ୍କାରରେ କରିଛନ୍ତି ସମ୍ମାନିତ

saina nehwal
saina nehwal

ସାଇନାଙ୍କୁ ମଧ୍ୟ ଭାରତ ସରକାରଙ୍କ ତରଫରୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । ସାଇନାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । 2016ରେ ସାଇନାଙ୍କୁ ଭାରତର ସରକାର ତରଫରୁ ସମ୍ମାନଜନକ ପଦ୍ମ ଭୂଷଣ ପ୍ରଦାନ କରିଥିଲେ । ସାଇନା ନେହୱାଲ ଆହତ କାରଣରୁ 2016ର ଆରମ୍ଭରେ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିନଥିଲେ, କିନ୍ତୁ ଏହା ପରେ ଅନେକ ଇଭେଣ୍ଟ ଜିତିଥିଲେ । ସାଇନା 2021 ଅଲିମ୍ପିକ୍ସରେ ଅଂଶଗ୍ରହଣ କରିନଥିଲେ ।

ଏହି ବ୍ୟକ୍ତିଙ୍କୁ କରିଛନ୍ତି ବିବାହ

saina nehwal
saina nehwal

2018 ଡିସେମ୍ବର 14ରେ ସେ ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କାଶ୍ୟପଙ୍କୁ ବିବାହ କରିଥିଲେ । 29 ଜାନୁୟାରୀ 2020ରେ ସାଇନା ନେହେୱାଲରେ ବିଜେପିରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସେ ପ୍ରେରଣା ନେଉଛନ୍ତି ବୋଲି ସାଇନା କହିଛନ୍ତି । ସାଇନାଙ୍କ ସହ ତାଙ୍କ ଭଉଣୀ ଅବୁ ଚନ୍ଦ୍ରାସୁ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.