ETV Bharat / bharat

ଜନ୍ମ ନେଲା ୪ ହାତଗୋଡ ବିଶିଷ୍ଟ ଶିଶୁ, ଦେଖିବାକୁ ଜମିଲା ଲୋକଙ୍କ ଭିଡ

author img

By

Published : Dec 22, 2022, 9:36 PM IST

ବିହାରର ପୁର୍ଣ୍ଣିଆ ବୈସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଲା ୪ ହାତଗୋଡ଼ ବିଶିଷ୍ଟ ଶିଶୁ (Baby born with 4 legs and hands in Bihar) । ଯାହାକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

newborn baby
newborn baby

ପାଟନା: ବିହାର ପୁର୍ଣ୍ଣିଆରେ ଏକ ଅସାଧାରଣ ଶିଶୁ ଜନ୍ମ ନେଇଛି (Baby borned with 4 legs and hands in Bihar) । ଏହି ଶିଶୁର ମସ୍ତିଷ୍କ ଯାହାର ସାଧାରଣ ଶିଶୁଙ୍କ ମସ୍ତିଷ୍କଠାରୁ ୨ ଗୁଣା ବଡ଼ ହୋଇଥିବା ବେଳେ ୪ଟି ଗୋଡ଼ ଓ ୪ଟି ହାତ ରହିଛି । ମହିଳାଙ୍କ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଡେଲିଭରି ହୋଇଥିବା ବେଳେ ଏହି ଅସାଧାରଣ ଶିଶୁକୁ ଦେଖିବା ଲାଗି ବୈସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (Baisa Community Health Center )ରେ ଭିଡ଼ ଜମିଥିଲା । କେହି କେହି ଏହି ଶିଶୁକୁ ଚମତ୍କାର ଶିଶୁ ମଧ୍ୟ କହୁଛନ୍ତି ।

୪ ହାତଗୋଡ଼ ବିଶିଷ୍ଟ ଶିଶୁ
୪ ହାତଗୋଡ଼ ବିଶିଷ୍ଟ ଶିଶୁ

ଶିଶୁର ୪ଟି ଲେଖାଏଁ ହାତଗୋଡ଼:-

ଏହି ନବଜାତ ଶିଶୁର ଚାରି ଗୋଡ, ଚାରି ହାତ ଏବଂ ସମାନ ମୁଣ୍ଡ, ପାଟି, ଆଖି ଏବଂ ନାକ ଉଭୟ ପାର୍ଶ୍ବରେ ଅଛି, ଯାହା ସାଧାରଣ ପିଲାମାନଙ୍କ ତୁଳନାରେ ୨ ଗୁଣ ବଡ ଥିଲା । ଡାକ୍ତର କହିଛନ୍ତି ଯେ ଶିଶୁର ଅନେକ ଅଙ୍ଗ ଗୋଟିଏ ମାତ୍ର ଅଛି । ଏକ ଚମତ୍କାର ଶିଶୁ ଜନ୍ମ ହେବାର ଖବର ଶୁଣି ବହୁ ଲୋକ ନବଜାତକୁ ଦେଖିବା ପାଇଁ ଡାକ୍ତରଖାନାରେ ଭିଡ ଜମାଇଥିଲେ । ତେବେ ଜନ୍ମର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

କଣ କହୁଛନ୍ତି ଡାକ୍ତର ?

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର କହିଛନ୍ତି ଯେତେବେଳେ ଶୁକ୍ରାଣୁ (Sperm) ଓ ଡିମ୍ବାଣୁ (Egg)ଙ୍କ ମଧ୍ୟରେ ଫ୍ୟୁଜନ ହୋଇଥାଏ ସେତେବେଳେ ନ୍ୟୁଟ୍ରିସନ ବା ଅନ୍ୟ କାରଣ ଯୋଗୁଁ ଏପରି ଶିଶୁ ଜନ୍ମ ନେଇଥାନ୍ତି । ସେପଟେ ଗ୍ରାମବାସୀ କହିଛନ୍ତି ଏଭଳି ଅଦ୍ଭୁତ ଶିଶୁର ଜନ୍ମ ହେବା ଶୁଣି ସେମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ମାତ୍ର ଶିଶୁଟିର ମୃତ୍ୟୁ ଘଟିଛି ।

ସୂଚନା ଥାଉ କି ଗୋଟିଏ ଦିନ ପୂର୍ବରୁ ବିହାରର ଔରଙ୍ଗାବାଦରେ ଏକ ପ୍ଲାଷ୍ଟିକ୍ ଶିଶୁ ଜନ୍ମ ହୋଇଥିଲା । ଏହାକୁ କୋଲୋଡିଅନ୍ ଶିଶୁ ଭାବରେ ମଧ୍ୟ କୁହନ୍ତି । ବିଶ୍ବରେ ଜନ୍ମ ନେଉଥିବା ୧୧ ଲକ୍ଷ ଶିଶୁଙ୍କ ମଧ୍ୟରୁ କୋଲୋଡିଅନ୍ ଶିଶୁ ଜନ୍ମ ନିଅନ୍ତି । ଏହା ଏକ ଜେନେଟିକ୍ ବ୍ୟାଧି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.