ETV Bharat / bharat

ଆସନ୍ତାକାଲି ଶପଥ ନେବେ ବାବୁଲ ସୁପ୍ରିଓ !

author img

By

Published : May 10, 2022, 11:02 PM IST

ଆସନ୍ତାକାଲି ପୂର୍ବାହ୍ନରେ ଶପଥ ନେବେ ବାବୁଲ ସୁପ୍ରିୟୋ । ବାଲିଗଞ୍ଜରୁ ଉପନିର୍ବାଚନରେ ବିଧାୟକ ଭାବେ ହୋଇଥିଲେ ବିଜୟୀ । ଅଧିକ ପଢନ୍ତୁ

ଆସନ୍ତାକାଲି ଶପଥ ନେବେ ବାବୁଲ ସୁପ୍ରିଓ !
ଆସନ୍ତାକାଲି ଶପଥ ନେବେ ବାବୁଲ ସୁପ୍ରିଓ !

କୋଲକାତା: ଶପଥ ନେବେ ବିଜେପି ସାଂସଦ ପଦରୁ ଇସ୍ତଫା ଦେଇ ଟିଏମସି ଟିକେଟରେ ବାଲିଗଞ୍ଜ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାବୁଲ ସୁପ୍ରିୟୋ ଆସନ୍ତାକାଲି (ବୁଧବାର) ପୂର୍ବାହ୍ନରେ ରାଜ୍ୟ ବିଧାନସଭାରେ ଶପଥ ଗ୍ରହଣ କରିବେ । ବାଲିଗଞ୍ଜ ବିଧାନସଭା ଉପନିର୍ବାଚନର ଫଳାଫଳ ଏପ୍ରିଲ 17ରେ ଘୋଷଣା କରାଯାଇଥିଲା । ନିର୍ବାଚନ ଫଳାଫଳକୁ ପ୍ରାୟ 24 ଦିନ ବିତିଥିଲେ ସୁଦ୍ଧା ରାଜଭବନ ଏବଂ ବିଧାନସଭା ମଧ୍ୟରେ ବିବାଦ ହେତୁ ବାବୁଲ ସୁପ୍ରିୟୋ ଶପଥ ପାଠ କରି ପାରିନଥିଲେ ।

ସାମ୍ବିଧାନିକ ବିଶେଷଜ୍ଞ ତଥା ରାଜନୈତିକ ବିଶ୍ଳେଷକ ଅମଲ ମୁଖାର୍ଜୀଙ୍କ ମତ ଅନୁଯାୟୀ, ସମ୍ବିଧାନରେ ଏସମ୍ପର୍କିତ କୌଣସି ଲିଖିତ ନିର୍ଦ୍ଦେଶନାମା ନାହିଁ । ନିର୍ବାଚିତ ବିଧାୟକମାନେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶପଥ ନେବା ଉଚିତ । ଯଦି ଏହି ପ୍ରକ୍ରିୟାରେ କୌଣସି ବ୍ୟତିକ୍ରମ ଦେଖାଯାଏ ତେବେ ସାମ୍ବିଧାନିକ ସଙ୍କଟ ଦେଖାଯିବାର ଆଶଙ୍କା ଯଥେଷ୍ଟ ବୋଲି ସେ ମତ ପ୍ରକାଶ କରଛନ୍ତି । ଅନ୍ୟପଟେ ଏପରି ବ୍ୟତିକ୍ରମ ପାଇଁ ମମତା ବାନାର୍ଜୀଙ୍କ ଟିଏମସି ରାଜ୍ୟପାଳ ଦଗଦ୍ବୀପ ଧନକରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇ ଚାଲିଛି । ଏହାରି ମଧ୍ୟରେ ଆସନ୍ତାକାଲି ଶପଥ ପାଠ କରିବାକୁ ଯାଉଛନ୍ତି ବାବୁଲ ସୁପ୍ରିୟୋ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.