ହରିଦ୍ବାର: ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ । କେତେବେଳେ ନିଜର ଯୋଗ ପାଇଁ ତ ପୁଣି କେତେବେଳେ ତାଙ୍କର ବିଭିନ୍ନ ପୋଜ ପାଇଁ ମଧ୍ୟ ସେ ବେଶ ଜଣାଶୁଣା । ପୁଣି କେବେ ସେ କୃଷି ନୀତି ସମେତ ଅନେକ ବଡବଡ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ରୋକଠୋକ ବୟାନ ପାଇଁ ତ, ଆଉ କେତେବେଳେ ତାଙ୍କର କୁସ୍ତି ଭିଡିଓକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ।
![ରେସଲରଙ୍କୁ ଯୋଗ ଶିଖାଉଛନ୍ତି ରାମଦେବ](https://etvbharatimages.akamaized.net/etvbharat/prod-images/10864692_908_10864692_1614839488337.png)
ମାତ୍ର ଏଥର ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ହରିଦ୍ବାର ଠାରେ ଥିବା ନିଜ ଯୋଗକେନ୍ଦ୍ରରେ ବାବା ରାମଦେବ ରେସଲରଙ୍କ ସହ ଯୋଗ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ରେସଲର ରିଙ୍କୁ ସିଂ ରାଜପୁତ ଯୋଗଗୁରୁ ବାବା ରାମଦେବଙ୍କ ସହ ମିଶି ଯୋଗ କରୁଥିବା ଦେଖାଯାଇଛି ।
![ଯୋଗ କଲେ ବାବା ରାମଦେବଙ୍କ ସହ କୁସ୍ତୀ ଯୋଦ୍ଧା](https://etvbharatimages.akamaized.net/etvbharat/prod-images/uk-har-03-yoga-guru-baba-ramdev-was-seen-doing-yoga-with-wwe-wrestler-visual-uk10033_04032021114103_0403f_1614838263_234.jpg)
ସାରା ବିଶ୍ବରେ ନିଜର ଯୋଗକୁ ପରିଚିତ କରାଇ ପାରିଥିବା ବାବା ରାମଦେବ ସବୁବେଳେ ଯୋଗକ୍ଷେତ୍ରରେ କିଛି ନୂଆ କରିବା ନେଇ ଚର୍ଚ୍ଚାରେ ଥାଆନ୍ତି ।
![ରେସଲର ରିଙ୍କୁ ସିଂ ରାଜପୁତ ଯୋଗଗୁରୁ](https://etvbharatimages.akamaized.net/etvbharat/prod-images/uk-har-03-yoga-guru-baba-ramdev-was-seen-doing-yoga-with-wwe-wrestler-visual-uk10033_04032021114103_0403f_1614838263_33.jpg)
ଆଉ ଏମାନଙ୍କ ସହ ମିଶି ନିରଞ୍ଜନୀ ଆଖାଡାଶାଳର ସନ୍ଥ ଆନନ୍ଦ ଗିରି ମଧ୍ୟ ଯୋଗ କରୁଥିବା ନଜର ଆସିଛନ୍ତି । ଯାହାର ଫଟୋକୁ ଆନନ୍ଦ ଗିରି ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ' ଦିବ୍ୟ ଯୋଗ, ଯୋଗଗୁରୁ ପୂଜ୍ୟ ସ୍ବାମୀ ରାମଦେବଙ୍କ ସାନିଧ୍ୟରେ ହରିଦ୍ବାର ଯୋଗଗ୍ରାମରେ ଯୋଗ ' ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ