ETV Bharat / bharat

Azam Khan Disqualified: ସପା ବିଧାୟକ ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ

author img

By

Published : Oct 28, 2022, 8:39 PM IST

ସମାଜବାଦୀ ପାର୍ଟିର ତୁଙ୍ଗ ନେତା ତଥା ରାମପୁର ବିଧାୟକ ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ । ବାଚସ୍ପତି ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିଛନ୍ତି । ଅଧିକ ପଢ଼ନ୍ତୁ

Azam Khan disqualified from UP assembly membership
ସପା ବିଧାୟକ ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ତୁଙ୍ଗ ନେତା ତଥା ରାମପୁର ବିଧାୟକ ଆଜମ ଖାନ୍‌ଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହୋଇଛି । ଶୁକ୍ରବାର ଉତ୍ତର ପ୍ରଦେଶ ବାଚସ୍ପତି ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିଛନ୍ତି । ୨୦୧୯ର ଏକ ଘୃଣାସୃଷ୍ଟିକାରୀ ଭାଷଣ ମାମଲାରେ ଆଜମ ଖାନ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ତା ସହିତ ୨୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ରାମପୁର ଜିଲ୍ଲା କୋର୍ଟ ଆଜମ ଖାନ୍‌ଙ୍କୁ ଦଣ୍ଡାଦେଶ ସହ ଜୋରିମାନା କରିଛନ୍ତି । ଏଥିପାଇଁ ଶୁକ୍ରବାର ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିଛନ୍ତି ବାଚସ୍ପତି । ଦୁଇବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ମିଳିଥିବାରୁ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।

୨୦୧୩ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶ ଯୋଗୁଁ ଆଜମ ଖାନ୍‌ଙ୍କ ବିଧାନସଭା ସଭ୍ୟ ରଦ୍ଦ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯଦି କୌଣସି ବିଧାନସଭା ସଭ୍ୟ ତଥା ବିଧାନ ପରିଷଦ ସଭ୍ୟ କିମ୍ବା ସାଂସଦଙ୍କୁ ଦୁଇ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ହୁଏ, ତେବେ ତୁରନ୍ତ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବ । ୨୦୧୯ ସାଧାରାଣ ନିର୍ବାଚନରେ ରାମପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ଆଜମ ଖାନ୍‌ । ତେବେ ୨୦୨୨ ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ଥିଲେ ।

ସେ ଗତ ଗୁରୁବାର ଆଜମ ଖାନ୍‌ଙ୍କ ସହ ଅନ୍ୟ ଦୁଇ ସପା ନେତା ଘୃଣାଭାବ ଭାଷଣ ପାଇଁ ୩ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତେବେ ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବାକୁ ତାଙ୍କୁ ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାମପୁର ଜିଲ୍ଲାପାଳଙ୍କ ବିରୋଧରେ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ ଆଜମ ଖାନ୍‌ । ଏହି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.