ETV Bharat / bharat

Azadi ka Amrit Mahotsav: ମନେପଡନ୍ତି ମହାନାୟକ, ସ୍ମୃତି ମଲାଟରେ ବଳିଦାନ

ଫିରିଙ୍ଗି ଶାସନରୁ ମୁକ୍ତି ପାଇଥିବା ଭାରତ ପାଳୁଛି ''ଆଜାଦି କା ଅମୃତ ମହୋତ୍ସବ'' । ଏ ଅମୃତ କାଳରେ ମାନସ ପଟରେ ଝଲସି ଯାଉଛି ଅମୃତର ସ୍ୱାଦ ଚଖାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ । ଆସନ୍ତୁ ମନେପକାଇବା ଏହି ମହାନାୟକମାନଙ୍କୁ ।

Azadi ka Amrit Mahotsav
Azadi ka Amrit Mahotsav
author img

By

Published : Aug 9, 2022, 5:08 PM IST

ହାଇଦ୍ରାବାଦ: ସ୍ବାଧୀନ ଭାରତକୁ ପୁରିବାକୁ ଯାଉଛି ୭୫ ବର୍ଷ । ଫିରିଙ୍ଗି ଶାସନରୁ ମୁକ୍ତି ପାଇଥିବା ଭାରତ ପାଳୁଛି ''ଆଜାଦି କା ଅମୃତ ମହୋତ୍ସବ'' । ଏ ଅମୃତ କାଳରେ ମାନସ ପଟରେ ଝଲସି ଯାଉଛି ଅମୃତର ସ୍ବାଦ ଚଖାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ । ଜାତିର ସ୍ବାଧୀନତା, ମାନ, ମର୍ଯ୍ୟାଦା, ସମ୍ମାନ ପାଇଁ ତିଳ ତିଳ ହୋଇ କାରାଗାରରେ ବନ୍ଦୀ ଜୀବନ କାଟିଥିବା, ଅହିଂସା ପଥର ସାରଥି ସାଜିଥିବା, ଗାଁ ଠୁ ସହରର ଲୋକଙ୍କୁ ସ୍ବାଧୀନତା ପାଇଁ ଜାଗ୍ରତ କରାଇଥିବା ଆଉ ସର୍ବଶେଷରେ ବ୍ରିଟିଶରଙ୍କ ବନ୍ଧୁକ ଆଗରେ ଛାତି ପତାଇ ଦେଇଥିବା ମହାନାୟକଙ୍କ ସ୍ମୃତି ଆପଣାଛାଏ ମନକୁ ଆସିଯାଉଛି । ସେହି ମହାନାୟକଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ହରେକୃଷ୍ଣ ମହତାବ, ଜୟୀ ରାଜଗୁରୁ, ବାଜି ରାଉତ ଥିଲେ ଅନ୍ୟତମ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ:- ଶତ୍ରୁ ପକ୍ଷ ଭୟଭୀତ ହେବା ପାଇଁ ଗୋଟିଏ ନାମ ଥିଲା କାଫି, ସେ ନାମ ନେତାଜୀ । ବିଦେଶ ହେଉ ଅବା କାରାଗାର, ଅବା ହେଉ ଯୁଦ୍ଧକ୍ଷେତ୍ର... ସବୁଠି ଥାଇ ରଣହୁଙ୍କାର ଦେଉଥିଲେ ନେତାଜୀ ସୁଭାଷ । ତାଙ୍କ ଆହ୍ବାନ କ୍ରମେ ବ୍ରିଟିଶରଙ୍କ ସହ ଲଢେଇ ପାଇଁ ଆଗେଇ ଆସୁଥିଲେ ଲକ୍ଷ ଲକ୍ଷ ଯୁବପିଢି । ନେତାଜୀଙ୍କ 'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ଧ୍ବନି ପ୍ରତିଟି ଭାରତୀୟଙ୍କ ମନରେ ଭରି ଦେଉଥିଲା ସ୍ବାଧୀନତାର ବହ୍ନୀ । ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ବିଶ୍ୱାସ କରୁଥିଲେ ନେତାଜୀ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ସ୍ୱାଧୀନତା ପାଇଁ ବିଦେଶରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିଥିଲେ ଏବଂ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କରିଥିଲେ ସୁଭାଷ । ସେହିଠାରୁ ସେ ଦେଇଥିଲେ "ଦିଲ୍ଲୀ ଚଲୋ" ଆହ୍ୱାନ । ଏହା ସହିତ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜ ।

ଜାତିର ପିତା ମହାତ୍ମା ଗାନ୍ଧୀ:- ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇବା ପାଇଁ ବାପୁଜୀ ଅନେକ ଆନ୍ଦୋଳନ କରିଥିଲେ । ଭାରତଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଭଳି ବହୁ ଆନ୍ଦୋଳନରେ ବାପୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ହଜାର ହଜାର ଭାରତୀୟ ଏଥିରେ ସାମିଲ ହୋଇଥିଲେ । 1942 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବାକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଡାକରା ଦିଆଯାଇଥିଲା । ଗାନ୍ଧୀଜୀଙ୍କ 'କର ବା ମର' ଡାକରାରେ ଏକଜୁଟ ହୋଇଥିଲା ସାରା ଭାରତ । ଶେଷରେ ବ୍ରିଟିଶ ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ । ସେ ଦେଶବାସୀଙ୍କୁ 'କୁଟି ଖାଅ, କାଟି ପିନ୍ଧ'ର ମନ୍ତ୍ର ଦେଇଥିଲେ । ବାପୁ କହୁଥିଲେ 'ସନ୍ତୋଷ ପ୍ରୟାସରେ ଅଛି, ପ୍ରାପ୍ତିରେ ନୁହେଁ । ପୂର୍ଣ୍ଣ ପ୍ରୟାସ ହିଁ ପୂର୍ଣ୍ଣ ବିଜୟ । ଦୁନିଆରେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ପ୍ରଥମେ ସେହି ପରିବର୍ତ୍ତନ ନିଜ ମଧ୍ୟରେ ଆଣ । ଖଦି ମେରି ସାନ୍ ହେ, କର୍ମ ହି ମେରୀ ପୂଜା ହେ, ସଚ୍ଚା ମେରା କର୍ମ ହେ ଅର୍ ହିନ୍ଦୁସ୍ତାନ ମେରୀ ଜାନ୍ ହେ ।'

ଉତ୍କଳ ମଣି ଗୋପବନ୍ଧୁ ଦାସ:-

ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ

ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ, ପୁରୁ ତହିଁ ପଡି ମୋର ମାଂସ ହାଡ...

ଏହି ଦୁଇ ଧାଡି କବିତାରୁ ବାରି ହୋଇଯାଏ ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନର ଗାଥା । ଆଜୀବନ ମାନବ ସେବାରେ ଦୀକ୍ଷିତ ଜଣେ ଦରଦୀ ବନ୍ଧୁ ହେଲେ ଗୋପବନ୍ଧୁ ଦାସ । ତ୍ୟାଗ, ବଳିଦାନ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ଦିନ ଦରିଦ୍ରଙ୍କ ସେବାରେ ଉତ୍ସର୍ଗୀକୃତ ସେହି ଜନନାୟକ ଗୋପବନ୍ଧୁ ଦାସ । ଏକାଧାରାରେ ସେ ଥିଲେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସମାଜ ସଂସ୍କାରକ ଏବଂ ସାହିତ୍ୟିକ ।

ଗୋପବନ୍ଧୁ ଦାସ ଥିଲେ ଜଣେ ଅଗାଢ ପ୍ରତିଭାଧାରୀ ପୁରୁଷ । ରୋଗାଗ୍ରସ୍ତ ପୁଅକୁ ଘରେ ଛାଡ଼ି ଅନାହାର, ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ବାହାରି ଯାଇଥିଲେ । ଯେତେବେଳେ ପତ୍ନୀ ନିଜ ପୁଅର ଜୀବନ ଭିକ୍ଷା କରିଥିଲେ, ସେହି ସମୟରେ ଗୋପବନ୍ଧୁଙ୍କ ବାକ୍ୟ ଥିଲା 'ଗୋଟିଏ ସନ୍ତାନକୁ ବଞ୍ଚାଇବାକୁ ଚାହିଁ ମୁଁ କୋଟିଏ ସନ୍ତାନଙ୍କ ଜୀବନ ବିପଦକୁ ଠେଲିଦେବି ନାହିଁ ।' ଗୋପବନ୍ଧୁଙ୍କ ଏ ଉକ୍ତି ସମାଜ ପ୍ରତି ଥିବା ବଳିଦାନକୁ ସ୍ପଷ୍ଟ କରେ । ସେ କେବଳ ସ୍ବାଧୀନତା ସଂଗ୍ରାମୀ ନଥିଲେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟନାୟକ ଥିଲେ ଗୋପବନ୍ଧୁ ।

ଉତ୍କଳ ଗୌରବ ମଧୁସୂଦନ ଦାସ:-

ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ

ପୂରବ ଗୌରବ ପୂରବ ସାହସ ପଡିବ କି କେବେ ମନେ ?

ଏହି ଉକ୍ତି ମନେ ପକେଇଦିଏ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦେଶ ଚେତନା । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏମ୍ଏ, ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ତଥା ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡିଶାର ଉନ୍ନତି, ପ୍ରଗତି ସର୍ବୋପରି ଓଡିଆ ଭାଷା ପ୍ରତି ସେ ଥିଲେ ଦରଦୀ ମଣିଷ । ପ୍ରଥମେ ସେ ଗଢିଥିଲେ ଉତ୍କଳ ସଭା । ପରେ ତାଙ୍କ ଉଦ୍ୟମରେ 1903 ମସିହାରେ ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ । ତାଙ୍କ ତ୍ୟାଗ, ସ୍ବାଭିମାନ ଓ କର୍ମପ୍ରବଣତା ଅତୁଳନୀୟ । ଇଂରେଜ ସରକାରଙ୍କ ଷଡଯନ୍ତ୍ରରୁ ପୁରୀ ଶ୍ରୀମନ୍ଦିରକୁ ମୁକୁଳାଇ ଓଡିଆ ଜାତିର ପୂଜ୍ୟ ହୋଇଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।

ବାଜି ରାଉତ:- ଓଡିଶାର ସର୍ବ କନିଷ୍ଠ ଶହୀଦଙ୍କ କଥା ଆସିଲେ ଆଗ ମନେପଡନ୍ତି ସେ । ନାଁଟି ଯେମିତି, କର୍ମ ମଧ୍ୟ କରିଥିଲେ ସେମିତି । ସେ ଥିଲେ ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ଗୋରା ସାହେବଙ୍କ କବଳରୁ ଓଡିଆଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସମଗ୍ର ଓଡ଼ିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ବ୍ରିଟିଶ ଗୁଳିରେ ଟଳି ପଡିଥିଲେ ବାଜି ରାଉତ । ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ । ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେଦିନ ସେ ସାଜିଥିଲେ ପ୍ରଜାମଣ୍ଡଳର ସିପାହୀ । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର୍ କରାଇବ । ଆଶଙ୍କା ସତ ହେଲା ପ୍ରଜାମଣ୍ଡଳ ଦମନ କରିବାକୁ ଆସି ପହଁଞ୍ଚିଥିଲେ ଗୋରା ଫଉଜ । ସେମାନଙ୍କ ଆଦେଶ ସତ୍ତ୍ବେ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ ବାଜି । ଧମକର କୌଣସି ଫରକ ବାଜିଙ୍କ ଉପରେ ନପଡିବା ଦେଖି ତାଙ୍କ ଉପରେ ଗୁଳି ଚଳାଇଥିଲେ ଗୋରା ଫଉଜ । ଆଉ ବ୍ରାହ୍ମଣୀ ନଦୀକୁଳରେ ବଳିଦାନ ଦେଇଥଲା ବାଜିଆ ।

ଜୟୀ ରାଜଗୁରୁ:- ଯାହାଙ୍କ ନାମ ଶୁଣିଲେ ଥରୁଥିଲେ ଗୋରା ସରକାର । ଓଡିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିନ୍ଧାଣି ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ଅଦମ୍ୟ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କ ଭଳି ବୀର ଆଗରେ ହାତ ଟେକିଦେଇଥିଲା ଇଂରେଜ ସେନା । ଜୟୀ ରାଜଗୁରୁ ଯୁବକାବସ୍ଥାରେ ପେସାରେ ଖୋର୍ଦ୍ଧାଗଡର ଜଣେ ରାଜପୁରୋହିତ ରହିବା ସହ ରାଜା ଗଜପତି ଦ୍ବିତୀୟ ମୁକୁନ୍ଦ ଦେବଙ୍କର ସେନାଧ୍ୟକ୍ଷ ଓ ମୁଖ୍ୟ ପ୍ରଶାନସନିକ ପରାମର୍ଶଦାତା ଥିଲେ । ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ଦେଶମାତୃକାର ସେବା ପାଇଁ ସେ ନିଜ ଜୀବନକୁ ସମର୍ପି ଦେଇଥିଲେ । ସାରା ଜୀବନ ଅବିବାହିତ ଥିଲେ ଜୟୀ ରାଜଗୁରୁ ।

୧୭୯୬ରେ ଅବାଧ ଯାତାୟତ ପାଇଁ ଖୋର୍ଦ୍ଧାଗଡ ଉପରେ ଆକ୍ରମଣ କରିଥିଲେ ଗୋରା ସରକାର । ମରାଠାମାନଙ୍କ ସହିତ ସହଯୋଗ କରି ବ୍ରିଟିଶମାନଙ୍କ ହାତରୁ ଚାରୋଟି ପ୍ରଗଣାକୁ ଛଡାଇ ନେବା ପାଇଁ ବିଦ୍ରୋହ ଆରମ୍ଭ କରିଥିଲେ । ମାତ୍ର ଜଣେ ମରାଠା ଇଂରେଜଙ୍କ ହାତରେ ଧରା ପଡିଯିବାରୁ ଯୋଜନା ବିଷୟରେ ଜାଣି ନେଇିଥିଲେ ବ୍ରିଟିଶ ସରକାର । ସେମାନେ ପୁଣି ୧୮୦୫ ଜାନୁଆରୀରେ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲେ । ଗଜପତି ମୁକୁନ୍ଦ ଦେବଙ୍କ ସମେତ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା । ମେଦିନାପୁର ବାଗୀତୋଟାରେ ବରଗଛରେ ଜୟୀ ରାଜଗୁରୁଙ୍କୁ ବାନ୍ଧୀ ନୃଶଂସ ଭାବରେ ହତ୍ୟା କରିଥିଲେ ଇଂରେଜମାନେ ।

ହରେକୃଷ୍ଣ ମହତାବ:- ରେଭେନ୍ସାରେ ପାଠ ପଢା ସମୟରେ ସ୍ବାଧୀନତା ଆନ୍ଦୋଳରେ ଯୋଗଦେବାକୁ ମନ ବଳାଇଥିଲେ ହରେକୃଷ୍ଣ ମହତାବ । ପଢା ଛାଡି ୧୯୨୯ ରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୩-୨୪ ମଧ୍ୟରେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍ ଯାଇଥିଲେ । ଏହାପରେ ପୁନର୍ବାର ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୭ ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସମିତିରେ ଯୋଗଦାନ କରିଥିଲେ । ଭାରତର ସ୍ବାଧୀନତା କ୍ଷେତ୍ରରେ ମହତାବଙ୍କ ଅବଦାନ ଥିଲା ମହନୀୟ । ସର୍ବୋପରି ଓଡିଶା ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଦା ଚେଷ୍ଟିତ ଥିଲେ ଏହି ମହାନୟାକ । ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା କାଳରେ ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.