ଲକ୍ଷ୍ନୌ: ଦୀପାବଳି ଅବସରରେ ଅଯୋଧ୍ୟାରେ ଦୀପତ୍ସୋବ ଆୟୋଜନ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ଦୀପୋତ୍ସବ ସମୟରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ | ଏହି ଅବସରରେ ରାମଙ୍କ ପୌଡିରେ 5 ଲକ୍ଷ 51 ହଜାର ଦୀପ ଲଗାଯିବ ।
ଦୀପତ୍ସୋବ ସମୟରେ ରାମଜନ୍ମଭୂମିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ରାମଲାଲାଙ୍କର ଦର୍ଶନ କରିବେ ଓ ସେଠାରେ ଦୀପ ଜାଳିବେ । ତେବେ ପ୍ରଥମ ଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଦୀପ ଜାଳିବା ପାଇଁ ବ୍ୟବସ୍ଥା କରାଯାଇଛି | ଯେଉଁମାନେ କୋଭିଡ କାରଣରୁ ଅଯୋଧ୍ୟାରେ ପହଞ୍ଚି ପାରିବେନି, ସେମାନେ ଭର୍ଚୁଆଲ ମାଧ୍ୟମରେ ଦୀପ ଜାଳିବାରେ ସମର୍ଥ ହେବେ |
ଏହି ଉତ୍ସବରେ ଅଯୋଧ୍ୟାରେ ଭବ୍ୟ ଆଳତୀର ବ୍ୟବସ୍ଥା କରାଯିବ । ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ କୋଭିଡ ନିୟମର ପାଳନ କରାଯିବ । ଏହି ସମୟରେ ସାମାଜିକ ଦୂରତାର ପାଳନ କରାଯିବା ସହ କେତେ ପରିମାଣର ଲୋକ ସାମିଲ ହେବେ ସେନେଇ ସେମାନଙ୍କୁ ପାସ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଅଯୋଧ୍ୟା ଜିଲ୍ଲାଧିକାରୀ ।
ତେବେ ଚଳିତବର୍ଷ ଦୀପତ୍ସୋବ କାର୍ଯ୍ୟ ଅତି ବଡଆକାରରେ ହେବ । କାରଣ ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେଣୁ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 1992 ମସିହା ପରେ 2020ରେ ପୁଣିଥରେ ଅଯୋଧ୍ୟାରେ ଏତେ ବଡ ଆକାରରେ ଦୀପୋତ୍ସବ ଆୟୋଜନ କରାଯିବ ।