ETV Bharat / bharat

ପ୍ରତିଷ୍ଠା ପୂର୍ବରୁ ଦର୍ଶନ କରନ୍ତୁ ରାମ ମନ୍ଦିରର ଗର୍ଭଗୃହ

ସୋସିଆଲ ମିଡିଆ ଏକ୍ସ ଆକାଣ୍ଟରେ ଶ୍ରୀରାମ ମନ୍ଦିର ଗର୍ଭ ଗୃହର ଦୁଇଟି ଫଟୋ ପୋଷ୍ଟ କରି ଚମ୍ପତ୍ତ ରାୟ ଲେଖିଛନ୍ତି ପ୍ରଭୁ ଭଗବାନ ରାମଲାଲାଙ୍କ ଗର୍ଭଗୃହ ପ୍ରାୟତଃ ପ୍ରସ୍ତୁତ ହୋଇଛି । ବିଦ୍ୟୁତ ସଂଯୋଗ ମଧ୍ୟ ଶେଷ ହୋଇଛି । ଚମ୍ପତ୍ତ ରାୟଙ୍କ ଏହି ଫଟୋ ପୋଷ୍ଟ ପରେ କୋଟି କୋଟି ରାମ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଏବେ । କାରଣ ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଅଧିକ ପଢନ୍ତୁ

ପ୍ରତିଷ୍ଠା ପୂର୍ବରୁ ଦର୍ଶନ କରନ୍ତୁ ରାମ ମନ୍ଦିରର ଗର୍ଭଗୃହ
ପ୍ରତିଷ୍ଠା ପୂର୍ବରୁ ଦର୍ଶନ କରନ୍ତୁ ରାମ ମନ୍ଦିରର ଗର୍ଭଗୃହ
author img

By ETV Bharat Odisha Team

Published : Dec 9, 2023, 10:55 PM IST

ଅଯୋଧ୍ୟା: ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା । 22 ଜାନୁୟାରୀ 2024 ରେ ଭଗବାନ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ଣଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବ୍ୟ ଦିବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିରର ହେବ ଉଦଘାନ । ଉଦଘାଟନ ଉତ୍ସବ ଜାନୁୟାରୀ 15ରୁ 27 ଯାଏଁ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ । ଭାରତବର୍ଷ ହେବ ରାମମୟ । ସ୍ଥୀୟ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବେ ଭକ୍ତ । ଏଥି ପାଇଁ ପ୍ରସ୍ତୁତ ହୋଇଛି ରାମ ମନ୍ଦିରର ଗର୍ଭଗୃହ । ଗର୍ଭଗୃହର କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ସରିଛି। ଯାହାର ଆଜି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ।

  • प्रभु श्री रामलला का गर्भ गृह स्थान लगभग तैयार है। हाल ही में लाइटिंग-फिटिंग का कार्य भी पूर्ण कर लिया गया है। आपके साथ कुछ छायाचित्र साझा कर रहा हूँ। pic.twitter.com/yX56Z2uCyx

    — Champat Rai (@ChampatRaiVHP) December 9, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- Ram Mandir: କାଲି ରାମ ଜନ୍ମଭୂମି ପଥ ଶୁଭାରମ୍ଭ, ଓଡିଆ ଶିଳ୍ପୀଙ୍କ ଯାଦୁଗରୀରେ ଜୀବନ୍ତ ହେଉଛନ୍ତି ପ୍ରତିମୂର୍ତ୍ତୀ

ନିଜ ସୋସିଆଲ ମିଡିଆ ଏକ୍ସ ଆକାଣ୍ଟରେ ଶ୍ରୀରାମ ମନ୍ଦିର ଗର୍ଭ ଗୃହର ଦୁଇଟି ଫଟୋ ପୋଷ୍ଟ କରି ଚମ୍ପତ୍ତ ରାୟ ଲେଖିଛନ୍ତି ପ୍ରଭୁ ଭଗବାନ ରାମଲାଲାଙ୍କ ଗର୍ଭଗୃହ ପ୍ରାୟତଃ ପ୍ରସ୍ତୁତ ହୋଇଛି । ବିଦ୍ୟୁତ ସଂଯୋଗ ମଧ୍ୟ ଶେଷ ହୋଇଛି । ଚମ୍ପତ୍ତ ରାୟଙ୍କ ଏହି ଫଟୋ ପୋଷ୍ଟ ପରେ କୋଟି କୋଟି ରାମ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଏବେ । କାରଣ ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ନିଜ ଜନ୍ମଭୂମିରେ ସ୍ଥାୟୀ ମନ୍ଦିରରେ ବିରାଜମାନେ ହେବେ ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାମ ରାମଲାଲା । ଯାହାକୁ ନେଇ ଏବେ ସାରା ଦେଶରେ ଖୁସିର ବାତାବରଣ ।

ଅଧିକ ପଢନ୍ତୁ- ରାମଲାଲାଙ୍କ ମନ୍ଦିର ପାଇଁ ଭକ୍ତଙ୍କ ଅକୁଣ୍ଠ ସମର୍ପଣ; 44 ଦିନରେ 21 ଶହ କୋଟି ସଂଗ୍ରହ

ଆସନ୍ତା 22 ଜାନୁୟାରୀ 2024 ରେ ରାମ ମନ୍ଦିର ହେବ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦି ଭବ୍ୟ ଦିବ୍ୟ ମନ୍ଦିରର କରିବେ ଉଦଘାଟନ । ଏଥିପାଇଁ ପ୍ରସ୍ତୁତି ଯୋରଦାର ଚାଲିଛି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଜାନୁୟାରୀ 15 ରୁ ଆରମ୍ଭ ହେଉଥିବା ବେଳେ ଏହା ଜାନୁୟାରୀ 27 ପର୍ଯ୍ୟନ୍ତ ଚାଲିବ । କିନ୍ତୁ 22 ଜାନୁୟାରୀରେ ପୂର୍ଣ୍ଣାହୁତୀ ଯଜ୍ଞ ସହ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । 15 ରୁ 27 ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ସମେତ ସାରା ଦେଶର ବହୁ ପ୍ରସିଦ୍ଧ ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ଦେଶର ଗ୍ରାମ ଗୁଡିକରେ ଥିବା ଗ୍ରାମ୍ୟ ମନ୍ଦିର ଗୁଡିକରେ ବିଶେଷ ପୂଜା ସଂପନ୍ନ ହେବ । ଭଜନ କିର୍ତ୍ତନ ସହ ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ । ଏଥିପାଇଁ ଟ୍ରଷ୍ଟ ବର୍ଡୋ ପକ୍ଷରୁ ସମସ୍ତଙ୍କୁ ଆବଶ୍ୟକ ସହଯୋଗ ସହ ଅନୁରୋଧ କରାଯାଇଛି ।

ଅନ୍ୟପଟେ ପ୍ରତିଷ୍ଠା ଉତ୍ସବକୁ 7 ହଜାର ସ୍ବତନ୍ତ୍ର ଅତିଥି ନିମନ୍ତ୍ରିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟା ସମେତ ପୁରା ଉତ୍ତର ପ୍ରଦେଶରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.