ETV Bharat / bharat

Ram Mandir: ଆସିଲା ପ୍ରଥମ ମହଲା ନିର୍ମାଣ କାର୍ଯ୍ୟର ଦୃଶ୍ୟ

author img

By

Published : Aug 18, 2023, 11:01 PM IST

ଆଜି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଫଟୋ ଅନୁସାରେ ମନ୍ଦିରର ପ୍ରଥମ ମହଲା ଏବେ ମନ୍ଦିରର ରୂପ ନେଉଛି । ଯାହା ଆକାଶ ମାର୍ଗରୁ ଭବ୍ୟ ଦିବ୍ୟ ଦେଖାଯାଉଛି । ମନ୍ଦିରର ପ୍ରଥମ ମହଲା କାର୍ଯ୍ୟ ବର୍ତ୍ତମାନ 95 ପ୍ରତିଶତ ଶେଷ ହୋଇଥିବା ବେଳେ, କିଛି ଫ୍ଲୋରିଂ କାମ ବାକି ରହିଛି । ଅଧିକ ପଢନ୍ତୁ

Ram Mandir: ଆସିଲା ପ୍ରଥମ ମହଲା ନିର୍ମାଣ କାର୍ଯ୍ୟର ଦୃଶ୍ୟ
Ram Mandir: ଆସିଲା ପ୍ରଥମ ମହଲା ନିର୍ମାଣ କାର୍ଯ୍ୟର ଦୃଶ୍ୟ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାରେ ଆଗେଇ ଚାଲିଛି ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ତଳମହଲା କାର୍ଯ୍ୟ ଶେଷ ହେବା ପରେ ଏବେ ମନ୍ଦିରର ପ୍ରଥମ ମହଲା କାର୍ଯ୍ୟ ମଧ୍ୟ ଯୋରଦାର ହୋଇଛି । ଯାହାର ଫୋଟ ଏବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜାରି କରାଯାଇଛି । ଡ୍ରୋନ ଦ୍ବାରା ନିଆଯାଇଥିବା ଫଟୋରେ ମନ୍ଦିରର ପ୍ରଥମ ମହଲା କାର୍ଯ୍ୟ ଏବେ ଯୋରଦାର ଆଗେଇ ଚାଲିଛି । ଫଟୋରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ମନ୍ଦିରର ପ୍ରଥମ ମହଲା ମଧ୍ୟ ମନ୍ଦିରର ଆକାର ନେବାରେ ଲାଗିଛି ।

ଆଜି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଫଟୋ ଅନୁସାରେ ମନ୍ଦିରର ପ୍ରଥମ ମହଲା ଏବେ ମନ୍ଦିରର ରୂପ ନେଉଛି । ଯାହା ଆକାଶ ମାର୍ଗରୁ ଭବ୍ୟ ଦିବ୍ୟ ଦେଖାଯାଉଛି । ମନ୍ଦିରର ପ୍ରଥମ ମହଲା କାର୍ଯ୍ୟ ବର୍ତ୍ତମାନ 95 ପ୍ରତିଶତ ଶେଷ ହୋଇଥିବା ବେଳେ, କିଛି ଫ୍ଲୋରିଂ କାମ ବାକି ରହିଛି । ସେହିପରି ଗର୍ଭୃଗୃହରେ ରାଲଲାଲା ବିରାଜମାନ ହେବା ପୂର୍ବରୁ ପ୍ରଥମ ମହଲା କାର୍ଯ୍ୟ ଶେଷ କରିବାକୁ ଯୋଜନା ରହିଛି । ବର୍ତ୍ତମାନ ପ୍ରଥମ ମହଲାର ଖମ୍ବ 10 ଫୁଟ ଉଚ୍ଚତାରେ ଛିଡା ହୋଇସାରିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଶ୍ରମିକ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି ।

ଏହାବି ପଢନ୍ତୁ- Ayodhya Ram Mandir: ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦେଶବ୍ୟାପୀ କାର୍ଯ୍ୟକ୍ରମ

ମିଳିଥିବା ସୂଚନା ଅନୁସାରେ ମନ୍ଦିରର ତଳମହଲା ମୋଟ 170 ଖମ୍ବ ରେ ଛିଡା ହୋଇଛି । ସମସ୍ତ ଖମ୍ବରେ ଆକର୍ଷଣୀୟ କାରରୁକାର୍ଯ୍ୟ ହୋଇଛି । ଏହାସହ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀ ସ୍ଥାନ ପାଇଛନ୍ତି । ମନ୍ଦିରର ପ୍ରଥମ ମହଲାର ଛାତରେ ମଧ୍ୟ ଆକର୍ଷଣୀୟ କାରୁକାର୍ଯ୍ୟ ହୋଇଛି । ଯାହା ବେଶ ସୁନ୍ଦର ଦେଖାଯାଉଛି ।

ସେପଟେ ଆସନ୍ତା ଜାନୁୟାରୀ ମାସରେ ଗର୍ଭଗୃହରେ ରାମଲାଲାଙ୍କ ବିରାଜ ମାନ ସହ ପ୍ରାଣ ପ୍ରତିଷ୍ଠା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ପୂଜା କର୍ମକାଣ୍ଡ ଠାରୁ ଆରମ୍ଭ କରି, ବିକାଶ ମୂଳକ ପରିଯୋଜନାର ମଧ୍ୟ କାର୍ଯ୍ୟ ଜାରି ରହିଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ ହେଉଛି । ସମସ୍ତ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.