ETV Bharat / bharat

Shaligram Stone In Ayodhya: ବୈଦିକ ବ୍ରାହ୍ମଣ କଲେ ପୂଜାର୍ଚ୍ଚନା, ଶିଳାରେ ନିର୍ମାଣ ହେବ ପ୍ରଭୁଙ୍କ ପ୍ରତୀମା

author img

By

Published : Feb 3, 2023, 3:31 AM IST

ଗତ 26 ଜାନୁୟାରୀ ବୁଧବାର ସଂଧ୍ୟାରେ ନେପାଳରୁ ସାଲିଗ୍ରାମ ଶିଳାର ଶୋଭାଯାତ୍ରା ବାହାରି ଲମ୍ବା ଅତିକ୍ରମ କରି 6 ଦିନ ପରେ ରାମଜନ୍ମଭୂମି ଅଯୋଧ୍ୟା ନଗରୀରେ ପହଞ୍ଚିଛି । ନେପାଳରୁ ଅଯୋଧ୍ୟା ଯାଏଁ ସାଲିଗ୍ରାମ ଶିଳାକୁ ରାସ୍ତାରେ ପୂଜାର୍ଚ୍ଚନା କରାଯାଇଥିଲା । ଶିଳା ଅଯୋଧ୍ୟା ସୀମାରେ ପହଞ୍ଚିବା ପରେ ପୁରା ଅଯୋଧ୍ୟାବାସୀଙ୍କ ସମେତ ସାଧୁସନ୍ଥ ଆରତୀ, ସହ ଭବ୍ୟ ସ୍ବାଗତ କରିଥିଲେ । ଶିଳାର ସ୍ବାଗତ ପାଇଁ ପୁରା ଅଯୋଧ୍ୟାର ସ୍ଥାନେ ସ୍ଥାନେ ରଙ୍ଗୋଲୀ ସହ ବିଭିନ୍ନ ସାଜସଜ୍ଜା କରାଯାଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
ବୈଦିକ ବ୍ରାହ୍ମଣ କଲେ ପୂଜାର୍ଚ୍ଚନା, ଶିଳାରେ ନିର୍ମାଣ ହେବ ପ୍ରଭୁଙ୍କ ପ୍ରତୀମା

ଅଯୋଧ୍ୟା: ପଡୋଶୀ ନେପାଳର ଜନକପୁରରୁ ଅଯୋଧ୍ୟା ଆସି ପହଞ୍ଚିଛି ସାଲିଗ୍ରାମ ଶିଳା । ଯେଉଁ ଶିଳାରେ ନିର୍ମାଣ ହେବ ଭଗବାନ ରାମଲାଲା, ଭାଇ ଲକ୍ଷ୍ମଣ, ମାତା ଜାନକୀଙ୍କ ସହ ପରମଭକ୍ତ ବୀର ହନୁମାନଙ୍କ ପ୍ରତୀମା । ସାଲିଗ୍ରାମ ଶିଳା ଅଯୋଧ୍ୟାରେ ପହଞ୍ଚିବା ପରେ ରାମସେବକପୁରମ ପରିସରରେ 51 ଜଣ ବୈଦିକ ବ୍ରାହ୍ମଣଙ୍କ ଦ୍ବାରା ଅଯୋଧ୍ୟାର ସାଧୁ ସନ୍ଥଙ୍କ ଉପସ୍ଥିତିରେ ମନ୍ତ୍ରଚ୍ଚାରଣ କରି ଶିଳାର ପୂଜାର୍ଚ୍ଚନା କରାଯାଇଛି । ପରେ ଶିଳାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସମର୍ପିତ କରାଯାଇଛି ।ଏହି ସ୍ବତନ୍ତ୍ର ପୂଜାରେ କର୍ତ୍ତା ଭାବେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନକପୁର ମନ୍ଦିରର ମହନ୍ତ ତପେଶ୍ବର ଦାସ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- ଜାନକୀଙ୍କ ଦେଶରୁ ଆସୁଛି ସାଲିଗ୍ରାମ ଶିଳା, ନିର୍ମାଣ ହୋଇପାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମା

ଗତ 26 ଜାନୁୟାରୀ ବୁଧବାର ସଂଧ୍ୟାରେ ନେପାଳରୁ ସାଲିଗ୍ରାମ ଶିଳାର ଶୋଭାଯାତ୍ରା ବାହାରି ଲମ୍ବା ଅତିକ୍ରମ କରି 6 ଦିନ ପରେ ରାମଜନ୍ମଭୂମି ଅଯୋଧ୍ୟା ନଗରୀରେ ପହଞ୍ଚିଛି । ନେପାଳରୁ ଅଯୋଧ୍ୟା ଯାଏଁ ସାଲିଗ୍ରାମ ଶିଳାକୁ ରାସ୍ତାରେ ପୂଜାର୍ଚ୍ଚନା କରାଯାଇଥିଲା । ଶିଳା ଅଯୋଧ୍ୟା ସୀମାରେ ପହଞ୍ଚିବା ପରେ ପୁରା ଅଯୋଧ୍ୟାବାସୀଙ୍କ ସମେତ ସାଧୁସନ୍ଥ ଆରତୀ, ସହ ଭବ୍ୟ ସ୍ବାଗତ କରିଥିଲେ । ଶିଳାର ସ୍ବାଗତ ପାଇଁ ପୁରା ଅଯୋଧ୍ୟାର ସ୍ଥାନେ ସ୍ଥାନେ ରଙ୍ଗୋଲୀ ସହ ବିଭିନ୍ନ ସାଜସଜ୍ଜା କରାଯାଇଥିଲା ।

ଏତତ ବ୍ୟତୀତ ଶିଳାର ପୂଜାର୍ଚ୍ଚନା ପାଇଁ ଏକ ସ୍ବତନ୍ତ୍ର ମଣ୍ଡପ କରାଯାଇଥିଲା । ଯେଉଁଠାରେ 52 ବୈଦିକ ବ୍ରାହ୍ମଣ ମନ୍ତ୍ରଉଚ୍ଚରାଣ କରି ବିଭିନ୍ନ ପୂଜାପାଠ କରିଥିଲେ । ଶିଳ ଉପରେ ଭଗବାନ ଶ୍ରୀରାମଙ୍କ ନାକୁ ଉଲ୍ଲେଖ କରାଯାଇଥିଲା । ହରିବୋଳ ହୁଳହୁଳି ଘଣ୍ଟ ଘଣ୍ଚା ଶଙ୍ଖ ସହ ଜୟ ଶ୍ରୀରାମ ଧ୍ବନିରେ ପୁରା ଅଯୋଧ୍ୟା ପ୍ରକମ୍ପିତ ହୋଇଥିଲା । ପୂଜାର୍ଚ୍ଚନା ଶେଷ ପରେ ଶିଳାକୁ ନେପାଳରୁ ଆସିଥିବା ଅତିଥି ମାନେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଚମ୍ପତ୍ତ ରାୟଙ୍କ ସମେତ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଶିଳାକୁ ହସ୍ତାନ୍ତର କରିଥିଲେ ।

ନେପାଳରୁ ଆସିଥିବା ଏହି ସାଲିଗ୍ରାମ ଶିଳାରେ ଭଗବାନ ଶ୍ରୀରାମ ମାତା ଜାନକୀ ଭାଇ ଲକ୍ଷ୍ମଣ ଭକ୍ତ ହନୁମାନଙ୍କ ପ୍ରତୀମା ନିର୍ମାଣ ହେବ। ଏତତ ବ୍ୟତୀତ ଶ୍ରୀରାମଙ୍କ ଅନୁଜ ଭରତ ଓ ଶତ୍ରୁଘନଙ୍କ ପ୍ରତୀମା ମଧ୍ୟ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଶିଳା ହସ୍ତାନ୍ତର ହେବା ପରେ ଶିଳାକୁ ନେଇ ଟ୍ରଷ୍ଟ ରାମସେବକପୁରମ( ନିର୍ମାଣ) ସ୍ଥଳରେ ରଖିଛି । ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗର୍ଭଗୃହ ଉପର ମହଲାରେ ସ୍ଥାପିତ ହେବାକୁ ଥିବା ପ୍ରତୀମା ଏହି ଶିଳାରେ ନିର୍ମାଣ ହେବ । ଏଠି ସୂଚନାଯୋଗ୍ୟଯେ ବର୍ତ୍ତାମାନ ଗର୍ଭଗୃହରେ ଯେଉଁ ପ୍ରତୀମା ପୂଜାପାଉଛନ୍ତି ତାହା ଛୋଟ ଥିବାରୁ ଭକ୍ତଜନ ନିଜ ଆରଧ୍ୟ ଦେବତାଙ୍କୁ ସ୍ପଷ୍ଟ ଭାବେ ଦର୍ଶନ କରିପାରୁନାହାଁନ୍ତି । ଯେଉଁଥିପାଇଁ ନୂଆ ପ୍ରତୀମା ନିର୍ମାଣ ହେବ । ତେବେ ନିର୍ମାଣ ହେବାକୁ ଥିବା ପ୍ରତୀମାର ବୟସ କଣ ହେବ, ଭଗବାନ ରାମଲାଲା କେଉଁ ରୂପରେ ବିଜେ କରିବେ ତାହା ଏବେ ବିଚାରବିମର୍ଶ ଚାଲିଛି ।

ସୂଚନାଯୋଗ୍ଯଯେ ନେପାଳ ଜନକପୁରରୁ ସ୍ଥିତ ଗଂଡକୀ ନଦୀରୁ ଚିହ୍ନଟ ହୋଇଥିବା ଏହି ସାଲିଗ୍ରାମ ଶିଳାକୁ ଅଯୋଧ୍ୟା ଆଣିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ବିଶ୍ବହିନ୍ଦୁ ପରିଷଦ ଗତ ଏକ ବର୍ଷ ହେଲା ଉଦ୍ୟମ ଜାରି କରିଥିଲା । ନେପାଳ ସରକାର ଏହି ଶିଳାକୁ ଅଯୋଧ୍ୟାକୁ ଉପହାର ରୂପେ ଦେଇଛନ୍ତି । ଆସିଥିବା ଦୁଇଟି ଶିଳାରୁ ଗୋଟିଏ ଶିଳାର ଓଜନ 14 ଟନ ଥିବାବେଳେ ଗୋଟିଏ ଶିଳାର ଓଜନ 26 ଟନ ରହିଛି । ଏହି ଶିଳା 6 କୋଟି ବର୍ଷ ପୁରୁଣା ବୋଲି କୁହାଯାଉଛି ।

ଇଟିଭି ଭାରତ, ଅଯୋଧ୍ୟା ୟୁପି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.