ETV Bharat / bharat

Ayodha land deal; ଅଭିଯୋଗକାରୀଙ୍କୁ ଟ୍ରଷ୍ଟ କୋଷାଧ୍ୟକ୍ଷଙ୍କ କଡା ଆହ୍ବାନ

author img

By

Published : Jul 1, 2021, 10:59 PM IST

କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ଅଭିଯୋଗକାରୀଙ୍କୁ ଆହ୍ବାନ ଦେଇ କହିଛନ୍ତି ଅଯୋଧ୍ୟା ଆସନ୍ତୁ ଓ ଯେତେ ଜମି କିଣାଯାଇଛି ସେତିକି ଜମିକୁ ସେହି ମୂଲ୍ୟରେ କିଣି ଦେଖାନ୍ତୁ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜମି କିଣା ପ୍ରସଙ୍ଗକୁ ନେଇ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିବା ରାଜନେତାଙ୍କ ଉପରେ ପ୍ରଚଣ୍ଡ ହମଲା କରିଛନ୍ତି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ।

ଏକ ସାମ୍ବାଦିକ ସମ୍ମିଳନୀ କରି କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ମଣିରାମ କହିଛନ୍ତି କିଛି ରାଜନେତା ଓ ରାମଦ୍ରୋହୀ ରାମ ମନ୍ଦିର ପାଇଁ ଜମି କିଣାକୁ ନେଇ ଆପତ୍ତି ଉଠାଇବା ସହ ଦୂର୍ନୀତି ଅଭିଯୋଗ ଆଣିଛନ୍ତି । ଦାବି କରିଛନ୍ତି ଦୂର୍ନୀତି ହୋଇଛି । ଏହି ଅଭିଯୋଗ ଓ ଦାବିରେ ଦେଶର କୋଟି କୋଟି ରାମଭକ୍ତ ସାମାନ୍ୟ ବିଚଳିତ ହୋଇପଡିଛନ୍ତି । ଟ୍ରଷ୍ଟର କୋଷାଧ୍ୟକ୍ଷ ଭାବେ ମୁଁ ସମ୍ପୂର୍ଣ୍ଣ ଅଭିଯୋଗର ଟିକିନିଖି ତଦନ୍ତ କରିଛି । କିନ୍ତୁ ଅଭିଯୋଗର କୌଣସି ଆଧାର ନାହିଁ । କେବଳ ରାମଭକ୍ତଙ୍କୁ ଭ୍ରମିତ କରିବା ଓ ମନ୍ଦିର ନିର୍ମାଣକୁ ବିଳମ୍ବିତ କରିବା ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ସେହିପରି କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ଅଭିଯୋଗକାରୀଙ୍କୁ ଆହ୍ବାନ ଦେଇ କହିଛନ୍ତି ଅଯୋଧ୍ୟା ଆସନ୍ତୁ ଓ ଯେତେ ଜମି କିଣାଯାଇଛି ସେତିକି ଜମିକୁ ସେହି ମୂଲ୍ୟରେ କିଣି ଦେଖାନ୍ତୁ ।

ରାମଭକ୍ତଙ୍କୁ ପ୍ରତିଶୃତି...

ସେହିଭଳି ଗୋବିନ୍ଦ ଦେବଗିରି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଭାବେ ମୁଁ ରାମଭକ୍ତଙ୍କୁ ପ୍ରତିଶୃତି ଦେଉଛି ନା କୌଣସି ବେଆଇନ କାର୍ଯ୍ୟ ହୋଇଛି ନା ଆଗକୁ କେବେ ହେବ । ଧନ ମନ ଜନ ପ୍ରାଣକୁ ଉତ୍ସଗ କରି ପ୍ରଭୁଙ୍କ ଭବ୍ୟ ଦିବ୍ୟ ମନ୍ଦିର ସମୟ ସୀମା ମଧ୍ୟରେ ନିର୍ମାଣ ହେବ ।

ଅଭିଯୋଗକାରୀଙ୍କୁ କଡା ଜବାବ...

ଟ୍ରଷ୍ଟର କୋଷାଧ୍ୟକ୍ଷ ଜମି ଦୂର୍ନୀତି ଅଭିଯୋଗ ଆଣିଥିବା ଲୋକଙ୍କୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି ଅଭିଯୋଗକାରୀଙ୍କ ଭଗବାନ ରାମଙ୍କ ପ୍ରତି ଯଦି ଶ୍ରଦ୍ଧା ଥାନ୍ତା ଗଣମାଧ୍ୟମରେ ଆସି ଅଭିଯୋଗ କରିବା ପୂର୍ବରୁ ଟ୍ରଷ୍ଟ ସହ ସମ୍ପର୍କ କରି ଅଭିଯୋଗ କରିପାରିଥାନ୍ତେ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ଅନ୍ୟପଟେ ଗୋବିନ୍ଦ ଦେବଗିରି କହିଛନ୍ତି ରାମ ମନ୍ଦିର ନିର୍ମାଣ ପାଇଁ ଅତି କମରେ 108 ଏକର ଜମି ଆବଶ୍ୟକ ଥିଲା । ମୂଳ ଜମି ପରେ ଆବଶ୍ୟକ ଜମି ଅଯୋଧ୍ୟରେ ଜମି ମୁଲ୍ୟ ଓ ଆଇନ ଅନୁସାରେ କିଣାଯାଇଛି । କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ । ଯଦି ନ୍ୟାସ ମଣ୍ଡଳ ଚାହିଁବେ ଅଭିଯୋଗକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.