ETV Bharat / bharat

କମାଲ କଲେ ଅଟୋ ଡ୍ରାଇଭରଙ୍କ ପୁଅ, ସିପାହୀରୁ ହେଲେ ଅଫିସର

author img

By

Published : Dec 12, 2020, 9:49 PM IST

କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ବାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଣ୍ଟକିତ ପଥ ମଧ୍ୟ ଫୁଲର ପଥ ହୋଇ ଉଭା ହେବ । କଠିନ ପରିଶ୍ରମ ଆଗରେ ସମସ୍ତ ବାଧାବିଘ୍ନ ଦୂରୀଭୂତ ହୋଇଥାଏ। ଏହାପରେ ସଫଳତାର ରାସ୍ତା ଧୀରେ ଧୀରେ ପାଦ ପାଖକୁ ଆସିଥାଏ। ସେମିତି ଜଣେ ଅଦମ୍ୟ ପ୍ରତିଭା ହେଉଛନ୍ତି ଛତିଶଗଡର ସୁଯୋଗ୍ୟ ସନ୍ତାନ ଅଭିଷେକ ସିଂହ।

କମାଲ କଲେ ଅଟୋ ଡ୍ରାଇଭରଙ୍କ ପୁଅ, ସିପାହୀରୁ ହେଲେ ଅଫିସର
କମାଲ କଲେ ଅଟୋ ଡ୍ରାଇଭରଙ୍କ ପୁଅ, ସିପାହୀରୁ ହେଲେ ଅଫିସର

ରାୟପୁର: କେତେବେଳେ ବାସ୍ନା ହୋଇ ଫୁଲରୁ ବାହାରୁଥାଉ, ତ କେତେବେଳେ ଧୂଆଁ ହୋଇ ପର୍ବତରୁ ଉଡିଥାଉ, ଆମ ଉଡିବାକୁ କେହି ରୋକି ପାରିବେ ନାହିଁ, କାହିଁକିନା ଆମେ ପର ସାହାଯ୍ୟରେ ନୁହେଁ, ଦୃଢ ମନୋବଳ ସାହାଯ୍ୟରେ ଉଡିଥାଉ। ସ୍ବର୍ଗତଃ ରାହତ ଇନ୍ଦୋରୀଙ୍କ ଏହି ପଂକ୍ତିକୁ ସମ୍ପୂର୍ଣ୍ଣ ରୂପେ ଚରିତାର୍ଥ କରିଛନ୍ତି ଛତିଶଗଡର ଭିଲାଇରେ ରହୁଥିବା ଆର୍ମି ଅଫିସର ଅଭିଷେକ ସିଂହ। ଅଭିଷେକ ସଫଳତାର ରାସ୍ତାର ବିଛାହୋଇଥିବା କଣ୍ଟାକୁ ପାର କରି ଛତିଶଗଡର ନାଁ ଉଜ୍ବଳ କରିଛନ୍ତି । ଛତିଶଗଡର ଏକ ଅଟୋ ଡ୍ରାଇଭରର ପୁଅ ଅଭିଷେକ ଆଜି (ଶନିବାର) ସେନା ବାହିନୀରେ ଅଫିସର ରୂପେ ସାମିଲ ହୋଇଛନ୍ତି । ସେ IMA ଡେରାଡୁନର ପାସିଂ ଆଉଟ୍ ପରେଡରେ ସାମିଲ ହୋଇ ଏହି ଗୌରବ ହାସଲ କରିଛନ୍ତି । ଏମିତି କରିକି ସେ ତାଙ୍କ ମା'ଙ୍କ ସ୍ବପ୍ନ ପୁରା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ତାଙ୍କ ମା' ଏବେ ଦୁନିଆରେ ନାହାଁନ୍ତି । ଚାଲନ୍ତୁ ଜାଣିବା ସିପାହୀରୁ ଅଫିସରର ମୁକୁଟ ପିନ୍ଧିଥିବା ଅଭିଷେକଙ୍କ ଜୀବନଯାତ୍ରାଙ୍କ ସମ୍ପର୍କରେ କିଛି...

କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ବାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଣ୍ଟକିତ ପଥ ମଧ୍ୟ ଫୁଲର ପଥ ହୋଇ ଉଭା ହେବ । କଠିନ ପରିଶ୍ରମ ଆଗରେ ସମସ୍ତ ବାଧାବିଘ୍ନ ଦୂରୀଭୂତ ହୋଇଥାଏ। ଏହାପରେ ସଫଳତାର ରାସ୍ତା ଧୀରେ ଧୀରେ ପାଦ ପାଖକୁ ଆପେ ଆପେ ଆସିଥାଏ। ସେମିତି ଜଣେ ଅଦମ୍ୟ ପ୍ରତିଭା ହେଉଛନ୍ତି ଛତିଶଗଡର ସୁଯୋଗ୍ୟ ସନ୍ତାନ ଅଭିଷେକ ସିଂହ। ସେ ଆଜି ଭାରତୀୟ ମିଲିଟାରୀ ଏକାଡେମୀ(IMA) ଡେରାଡୁନରୁ ଆର୍ମି ଅଫିସର ଭାବେ ମୁକୁଟ ହାସଲ କରିଛନ୍ତି । ଏହି ଖବରରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । କେବଳ ପରିବାର କାହିଁକି, ଗର୍ବରେ ଛତିଶଗଡ ରାଜ୍ୟର ଛାତି ଫୁଲି ଉଠୁଛି ।

ନିର୍ଭୀକ ଓ ବୀର ସେନା ଗଢେ IMA ଡେରାଡୁନ:

ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀରେ ଦେଶ ପାଇଁ ସୁଯୋଗ୍ୟ ସନ୍ତାନ ଗଢା ହୋଇଥାନ୍ତି । ଏହା 1932 ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମ ବ୍ୟାଚରେ 40 ଜେଣ୍ଟେଲମ୍ୟାନ କ୍ୟାଡେଟ୍ ଅଫିସର ରାଙ୍କ ପାଇଁ ମନୋନୀତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା 62 ହଜାରରୁ ଊର୍ଦ୍ଧ୍ବ ସେନା ଅଫିସର ପଦବୀରେ ନିଯୁକ୍ତି ହୋଇସାରିଲେଣି । ଯେଉଁଥିରେ 2500 ବିଦେଶୀ ସୈନ୍ୟ ସାମିଲ ଅଛନ୍ତି । ସାଧାରଣ ଜୀବନଶୈଳୀକୁ ତ୍ୟାଗ କରି କିପରି ଏକ କଠୋର ଓ ସାଦାସିଧା ଜୀବନ ଅତିବାହିତ କରିବାକୁ ପଡିବ, ତାହା ଏଠାରେ ଶିଖାଯାଇଥାଏ। ଶତ୍ରୁକୁ ନାଲି ଆଖି ଦେଖାଇ କିପରି ହରାଇବାକୁ ପଡିବ, ସେ ସମ୍ପର୍କରେ ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ।

କିଏ ଏହି ଅଭିଷେକ ସିଂହ:

ଛତିଶଗଡ ଭିଲାଇର ଖୁର୍ସିପାର ଜୋନ-2 ନିବାସୀ ଅଭିଷେକ ସିଂହ କଠିନ ପରିଶ୍ରମ ପରେ ସେନା ବାହିନୀରେ ଯୋଗ ଦେଇଛନ୍ତି । ଅଭିଷେକଙ୍କ ସ୍ବପ୍ନ ବହୁତ ବଡ ଥିଲା । ତାଙ୍କୁ ତାଙ୍କ ସାହାସ ଓ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ଭରସା ଥିଲା । ଆଉ ଏହି କାରଣରୁ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ଅଭିଷେକ ସିପାହୀରୁ ଅଫିସର ପର୍ଯ୍ୟନ୍ତ ଯାତ୍ରା ପୂରଣ କରିସାରିଲେଣି । ଅଭିଷେକଙ୍କ ପିଲାବେଳୁ ସେନାବାହିନୀରେ ଯୋଗ ଦେବାର ଇଚ୍ଛା ଥିଲା । ସେ ପିଲାବେଳୁ ପରିଶ୍ରମୀ ଥିଲେ। ଏକାଦଶ ପାଠପଢା ପରେ ଅଭିଷେକ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ତାଙ୍କ ପରିବାରରେ ଏବେ ତାଙ୍କ ବାପାଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଓ ଦେଢବର୍ଷର ଏକ ଝିଅ ଅଛି ।

2012ରେ 21ତମ ବାଟାଲିଅନରେ ନିଯୁକ୍ତ ହେଲେ:

ଅଭିଷେକ ସିଂହ 2012ରେ 21ତମ ବାଟାଲିଅନରେ ନିଯୁକ୍ତ ହୋଇଥିଲେ । ଅଭିଷେକଙ୍କୁ ଲାଗୁଥିଲା ଯେ, ସେ ଦିନେ ନା ଦିନେ ଅଫିସର ହେବେ। ପ୍ରଥମେ ଯେବେ ସେ ଅଫିସର ପଦ ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ସଫଳ ହୋଇପାରିନଥିଲେ। କିନ୍ତୁ ସେ ହାର ମାନି ନଥିଲେ। ଏହାପରେ ସେ 2017ରେ କଠିନ ପରିଶ୍ରମ କରିଥିଲେ। ଭାରତୀୟ ମିଲିଟାରୀ ଏକାଡେମୀରେ ତାଙ୍କୁ ମନୋନୀତ କରାଗଲା। ଏହାପରେ ସେ ଟ୍ରେନିଂରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଯାହାର ଫଳ ସୂରୁପ ସେ ଆଜି ଅଫିସର ହୋଇପାରିଛନ୍ତି ।

ମା'ଙ୍କ ସ୍ବପ୍ନ ପୂରଣ କଲେ:

ଅଭିଷେକଙ୍କ ମାଙ୍କ ସ୍ବପ୍ନ ଥିଲା କି ତାଙ୍କ ପୁଅ ଅଭିଷେକ ସେନା ବାହିନୀରେ ଯୋଗ ଦେଇ ଅଫିସର ହେଉ । କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା ଆଉ କିଛି । ପୁଅ ଆଜି ଅଫିସର ରାଙ୍କରେ ପଦବାଚ୍ୟ। କିନ୍ତୁ ମା' ଏହି ଖୁସିକୁ ଉପଭୋଗ କରିବାକୁ ଆଜି ନାହିଁ । ଅଭିଷେକଙ୍କୁ ଯେତେବେଳେ 5 ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା'ଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ଅଭିଷେକଙ୍କୁ ସେନା ବାହିନୀରେ ଯୋଗ ଦେବାର ନିଶା ଆହୁରି ଘାରିଥିଲା। ସେ ନିଜ ପ୍ରତି ପ୍ରତିଜ୍ଞାବନ୍ଧ ହୋଇଥିଲେ। କିଛି ବି ହେଇ ଯାଉ ମା'ଙ୍କ ଅଧୁରା ସ୍ବପ୍ନ ପୁରା କରିବେ । ଆଉ ଏହି ପ୍ରତିଜ୍ଞା ପୂରଣ କରିବାକୁ ଅଭିଷେକଙ୍କ ବାପା ଅଭିଷେକଙ୍କୁ ପ୍ରତିଟି ପଦକ୍ଷେପରେ ସାହାଯ୍ୟ କରୁଥିଲେ । ଆଉ ଏହି ସ୍ବପ୍ନ ପୂରଣ ପାଇଁ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ । ବାପାର ପରିଶ୍ରମ ପୁଅକୁ ସଫଳତାର ଶିଖରରେ ପହଞ୍ଚାଇପାରିଲା।

ସେନାବାହିନୀରେ ସାମିଲ ପାଇଁ ଦିନରାତି ଏକ କରୁଥିଲେ:

ଅଭିଷେକଙ୍କ ପିତା ଉମେଶ ସିଂହ 'ETV BHARAT' ସହ ସାକ୍ଷାତକାରବେଳେ କହିଥିଲେ ଯେ, 'ଅଭିଷେକ ପିଲାବେଳୁ ଭାରି ପରିଶ୍ରମୀ । ସେନାବାହିନୀରେ ନିଯୁକ୍ତି ପରୀକ୍ଷା ପାଇଁ ସେ ଦିନରାତି ଏକ କରି ଦେଉଥିଲେ। ଯାହାର ଫଳ ସେ ଆଜି ପାଇଛି । ସେଥିପାଇଁ ଆମ ସମଗ୍ର ପରିବାର ଖୁସି। ଗର୍ବରେ ମୋ ଛାତି କୁଣ୍ଢେମୋଟ ହୋଇଯାଉଛି। ପୁରା ଭାରତବର୍ଷରେ ଛତିଶଗଡର ନାଁକୁ ଗୌରବାନ୍ବିତ କରିଛି ମୋ ପୁଅ ଅଭିଷେକ । ପୁଅର ଆଶା ଓ ସ୍ତ୍ରୀର ସ୍ବପ୍ନକୁ ପୂରଣ କରିବାକୁ ମୁଁ ଅଟୋ ଚଳାଇଥିଲି । ଯାହାର ପରିଣାମ ମୋ ପୁଅ ଆଜି ମୋତେ ଦେଇଛି । ମୋର ସମସ୍ତ କଷ୍ଟ କେଉଁ ଆଡେ ଦୂରୀଭୁତ ହୋଇଯାଇଛି' ।

ବାଧାବିଘ୍ନ ମଧ୍ୟରେ ବି କଠିନ ପରିଶ୍ରମ କରୁଥିଲେ ଅଭିଷେକ:

ଅଭିଷେକଙ୍କ ପତ୍ନୀ ମନିଷା ସିଂହ 'ETV BHARAT'କୁ ସାକ୍ଷାତକାର ଦେଇ କହିଲେ ଯେ, 'ଅଭିଷେକ ଭାରି ନିଷ୍ଠାବାନ। ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ସେ ନିଜ ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇନାହାଁନ୍ତି । ଟ୍ରେନିଂ ସମୟରେ ସେ କଠିନ ପରିଶ୍ରମ କରିଛନ୍ତି। ସେ ସବୁବେଳେ ଦେଶ ପାଇଁ କିଛି ନୂଆ କରିବାକୁ ଭାବନ୍ତି । ବାପାଙ୍କର ଝାଳବୁହା ପରିଶ୍ରମକୁ ବ୍ୟର୍ଥ ଯିବାକୁ ଦେଇନାହାଁନ୍ତି । ତାଙ୍କ ପାଇଁ ଆମ ପୁରା ପରିବାର ଆଜି ଗର୍ବ କରୁଛି । ଅଫିସର ହେବା ପରେ ସେ ପ୍ରଥମେ ପଠାନକୋଟରେ ସେବା ପ୍ରଦାନ କରିବେ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.