ETV Bharat / bharat

ବିଦେଶରୁ ସ୍ବଦେଶ ଫେରିବା ହେଲା କାଳ, ଲିଭିଗଲା ସ୍ବାମୀ ଓ ସ୍ତ୍ରୀର ଜୀବନଦୀପ

author img

By

Published : Apr 28, 2022, 8:07 PM IST

ବିଦେଶରୁ ସ୍ବଦେଶ ଫେରିବା ଦମ୍ପତିଙ୍କ ପାଇଁ ହେଲା କାଳ । ଅକାଳରେ ଚାଲିଗଲା ଦୁହିଁଙ୍କ ଜୀବନ । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଅଧିକ ପଢନ୍ତୁ

ବିଦେଶରୁ ସ୍ବଦେଶ ଫେରିବା ହେଲା କାଳ, ଲିଭିଗଲା ସ୍ବାମୀ ଓ ସ୍ତ୍ରୀର ଜୀବନଦ୍ବୀପ

ହାଇଦ୍ରାବାଦ: ବିଦେଶରୁ ସ୍ବଦେଶ ଫେରିବା ଦମ୍ପତିଙ୍କ ପାଇଁ ହେଲା କାଳ । ଅକାଳରେ ଚାଲିଗଲା ଦୁହିଁଙ୍କ ଜୀବନ । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ଘଟିଛି ଏହି ହୃଦୟବିଦାରକ ଘଟଣା ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ ରହୁଥିବା ସ୍ବାମୀ ହେମମ୍‌ ବାରାଦର ଓ ସ୍ତ୍ରୀ ରଜିଥା ଏବଂ ଦୁଇ ପିଲାଙ୍କ ସହ ନିଜ ଘର ଆନ୍ଧ୍ରପ୍ରଦେଶ ଫେରୁଥିବାବେଳେ ବାଟରେ ଦୁର୍ଘଟଣା ଚାଲିଯାଇଛି ଦୁହିଁଙ୍କ ଜୀବନ । ସେପଟେ ଦୁର୍ଘଟଣାସ୍ଥଳରେ ହିଁ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ପିଲା ଏବେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ରଜିଥା ହେମମ୍‌ଙ୍କୁ ଭଲପାଇ ବାହା ହୋଇ ଅଷ୍ଟ୍ରେଲିଆରେ ରହୁଥିଲେ । ଏହି ଦମ୍ପତି ନିଜ ଛୁଆଙ୍କ ସହ ଆନ୍ଧ୍ରପ୍ରଦେଶ ନିଜ ଘରକୁ ବୁଲିବା ପାଇଁ ପ୍ରତ୍ୟେକ ବର୍ଷ ଆସିଥାନ୍ତି । ଗତ କିଛି ବର୍ଷ ହେବ କୋଭିଡ କାରଣରୁ ଘରକୁ ଆସି ପାରିନଥିଲେ । ମାତ୍ର କୋଭିଡ ସଂକ୍ରମଣ ହାର କମିବା ପରେ ଘରକୁ ବୁଲିବାକୁ ଆସିବା ତାଙ୍କ ପାଇଁ କାଳ ହୋଇଥିଲା ।

ଅନ୍ୟପଟେ ଗତ ୨୫ ତାରିଖରେ ସ୍ବାମୀ, ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ଅଷ୍ଟ୍ରେଲିଆରୁ ଆସି ହାଇଦ୍ରାବାଦରେ ପହଞ୍ଚିଥିଲେ । ଏହାପରେ ଘର ପାଇଁ ବିଭିନ୍ନ ଜିନିଷ କିଣାକିଣି କରି ଭଡା କାରରେ ଘରକୁ ଫେରୁଥିବାବେଳେ ସୂର୍ଯ୍ୟାପେଟ ଜିଲ୍ଲାର ତିରୁମାଳଗିରି ନିକଟରେ କାରଟି ଭାରସାମ୍ୟ ହରାଇ ଏକ ରୋଡ ଡିଭାଇଡରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ପିଲାଙ୍କ ସହ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.