ETV Bharat / bharat

ଜି-୨୦ ସମ୍ମିଳନୀ ହେବାକୁ ଥିବା ମଇଦାନରେ ତ୍ରିରଙ୍ଗା ହଟାଇବା ପାଇଁ ଧମକ, ତଦନ୍ତ ଜାରି - ଖଲିସ୍ତାନୀ ଗୋଷ୍ଠୀ ନେତା ଅମ୍ରିତପାଲ

ଜି-୨୦ ସମ୍ମିଳନୀ ହେବାକୁ ଥିବା ପ୍ରଗତି ମଇଦାନରେ ତ୍ରିରଙ୍ଗା ହଟାଇବା ପାଇଁ ଧମକ । ଏକ ଅଡିଓ ମେସେଜରେ ଧମକ ଦିଆଯାଇଥିବା ବେଳେ ତଦନ୍ତ ଜାରି । ଅଧିକ ପଢନ୍ତୁ

Audio Clip Claims Threat
Audio Clip Claims Threat
author img

By

Published : Mar 26, 2023, 9:52 AM IST

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ତେବେ ଏହାରି ଭିତରେ ମଇଦାନରେ ଉଡୁଥିବା ତ୍ରିରଙ୍ଗା ଖୋଲିଦେବା ପାଇଁ ଧମକ ଦିଆଯାଇଛି । ତ୍ରିରଙ୍ଗା ବଦଳରେ ଖଲିସ୍ତାନୀ ପତାକା ଲଗାଇବା ପାଇଁ ଏକ ଅଡିଓ ଭଏସ ମାଧ୍ୟମରେ ଧମକ ଦିଆଯାଇଥିବା ନେଇ ଗତକାଲି(ଶନିବାର) ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ପୋଲିସ ପକ୍ଷରୁ କୁହାଯାଇଛି, "ଦୁଇ ଦିନ ତଳେ ଜଣେ ଯୁବକଙ୍କୁ ଏକ ଅଜଣା ନମ୍ବରରୁ ଅଡିଓ ରେକର୍ଡ ଆସିଥିଲା । ଧମକ ଦେଇଥିବା ବ୍ୟକ୍ତି ଜଣକ ପଳାତକ ଅମ୍ରିତପାଲଙ୍କ ଉପରେ ହେଉଥିବା ଚଢାଉକୁ ବିରୋଧ କରିଥିଲା । ତେବେ କଲ ଆସିଥିବା ନମ୍ବରକୁ ଟ୍ରାକ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: 'ଗାନ୍ଧିଜୀ କେବଳ ହାଇସ୍କୁଲ ପାସ୍‌ ଥିଲେ', J&K ଉପରାଜ୍ୟପାଳଙ୍କ ବୟାନ ଉପରେ ଗାନ୍ଧିଜୀଙ୍କ ଅଣନାତିଙ୍କ ପ୍ରତିକ୍ରିୟା

ଆସିଥିବା ଅଡିଓ କଲରେ କୁହାଯାଇଛି ଯେ, ମୁଁ ଅମ୍ରିତପାଲ ସିଂହର ସମର୍ଥକ । ପ୍ରଗତି ମଇଦାନରେ ଲାଗିଥିବା ତ୍ରିରଙ୍ଗାକୁ ହଟାଯାଉ । ଏହା ବଦଳରେ ଖଲିସ୍ତାନ ପତାକା ଲଗାଯାଉ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଛି ଦୁର୍ବୃତ୍ତ ।

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା

ତେବେ ମୁମ୍ବାଇରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ଏଭଳି ଅଡିଓ ମେସେଜ ଆସିଥିବା ନେଇ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି । ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ୟୁନିଟ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରଗତି ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ନେଇ ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଖଲିସ୍ତାନୀ ନେତା ଅମ୍ରିତପାଲଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ତାକୁ ଗିରଫ କରିବା ପଞ୍ଜାବ ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ହୋଇଛି । ତେବେ ପୋଲିସ ହାତରୁ ବର୍ତ୍ତିବା ପାଇଁ ବେଶ ବଦଳାଇ ରାଜ୍ୟ ରାଜ୍ୟ ବୁଲୁଛି ଅମ୍ରିଲପାଲ ସିଂ । ଏହାରି ଭିତରେ ଅନେକ ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ନେପାଳ ସୀମାରେ ଲୋକଙ୍କ ମଧ୍ୟରେ ସତର୍କତା ବୃଦ୍ଧି କରିବା ଲାଗି ଅମ୍ରିତପାଲର ପୋଷ୍ଟର ଲଗାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.