ETV Bharat / bharat

ବଢ଼ିଲା କୁନାଲଙ୍କ ଅଡ଼ୁଆ, ନ୍ୟାୟିକ ଅବମାମନା ମାମଲା ରୁଜୁ ପାଇଁ ମିଳିଲା ଅନୁମତି

author img

By

Published : Nov 20, 2020, 9:59 PM IST

ପୁଣି ଅଡୁ଼ଆରେ ପଡ଼ିଛନ୍ତି ବିବାଦୀୟ ହାସ୍ୟ କଳାକାର କୁନାଲ କାମ୍ରା। ଆଟୋର୍ନୀ ଜେନେରାଲ କେ.କେ ବେଣୁଗୋପାଳ କୁନାଲଙ୍କ ବିରୋଧରେ ନ୍ୟାୟିକ ଅବମାମନା ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ବଢ଼ିଲା କୁନାଲଙ୍କ ଅଡ଼ୁଆ, ନ୍ୟାୟିକ ଅବମାମନା ମାମଲା ରୁଜୁ ପାଇଁ ମିଳିଲା ଅନୁମତି
ବଢ଼ିଲା କୁନାଲଙ୍କ ଅଡ଼ୁଆ, ନ୍ୟାୟିକ ଅବମାମନା ମାମଲା ରୁଜୁ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଟ୍ବିଟ କରି ପୁଣି ଅଡୁ଼ଆରେ ପଡ଼ିଛନ୍ତି ବିବାଦୀୟ ହାସ୍ୟ କଳାକାର କୁନାଲ କାମ୍ରା। ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନକୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି କୁନାଲ କାମ୍ରା। ଏହାପରେ କୁନାଲ କାମ୍ରାଙ୍କ ଅଡୁ଼ଆ ବଢିବାରେ ଲାଗିଛି। ଆଜି(ଶୁକ୍ରବାର) ଆଟୋର୍ନୀ ଜେନେରାଲ କେ.କେ ବେଣୁଗୋପାଳ କୁନାଲଙ୍କ ବିରୋଧରେ ନ୍ୟାୟିକ ଅବମାମନା ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ଏନେଇ କୁନାଲ କାମ୍ରାଙ୍କ ବିରୋଧରେ ଆଟର୍ନୀ ଜେନେରାଲ କେ.କେ ବେଣୁଗୋପାଳ ନୋଟିସ ଜାରି କରିଛନ୍ତି।

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ଯୋଗୁଁ ମହାରାଷ୍ଟ୍ରରେ ଜଣେ ଆର୍କଟେକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ତାଙ୍କ ବାସ ଭବନରୁ ଉଠାଇ ନେଇଥିଲା ପୋଲିସ। ଏହାପରେ ମହାରାଷ୍ଟ୍ର ହାଇକୋର୍ଟରେ ବରିଷ୍ଠ ସାମ୍ବାଦିକଙ୍କ ଜାମିନ ଖାରଜ ହୋଇଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଅର୍ଣ୍ଣବ। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବା ସହ ମହାରାଷ୍ଟ୍ର ହାଇକୋର୍ଟକୁ ତାଗିଦ କରିଥିଲେ।

ଏହି ସମସ୍ତ ଘଟଣାବଳୀକୁ ନେଇ ହାସ୍ୟ କଳାକାର କୁନାଲ କାମ୍ରା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଶଦର ଅରବିନ୍ଦ ବୋବଡ଼େଙ୍କ ନ୍ୟାୟିକ ଶୁଣାଣିକୁ ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏକ ବିବାଦୀୟ ଟ୍ବିଟ ମଧ୍ୟ କରିଥିଲେ। ଏହାପରେ ତାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହାର କିଛିଦିନ ପରେ ଆଉ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନେଇ ଆଉ ଏକ ଟ୍ବିଟ କରିଥିଲେ କୁନାଲ। ଏହାକୁ ନେଇ ଆଉ ଏକ ମାମଲା ରୁଜୁ ହୋଇଛି। ସେପଟେ ଟ୍ବିଟକୁ ନେଇ କ୍ଷମା ପ୍ରାର୍ଥନା କରିବାକୁ ମନା କରି ଦେଇଛନ୍ତି। ଏହାସହ ଟ୍ବିଟ ମଧ୍ୟ ହଟାଇବାକୁ ମନା କରିସାରିଛନ୍ତି।

କୋର୍ଟଙ୍କ ଅବମାନନାକୁ ନେଇ ପୂର୍ବରୁ କୁନାଲ କାମ୍ରାଙ୍କ ବିରୋଧରେ ମାମଲା ରହିଥିବା ବେଳେ ଆଉ ଏକ ମାମଲା ରୁଜୁ ହେଲେ କୁନାଲଙ୍କୁ ଏହି ମାମଲାକୁ ମୁକୁଳିବା କଷ୍ଟ ହୋଇଯିବ। ନିଜ ଟ୍ବିଟ ପାଇଁ ସବୁବେଳେ ବିବାଦରେ ରହି ଆସିଛନ୍ତି କୁନାଲ କାମ୍ରା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.