ETV Bharat / bharat

୨୪ ଘଣ୍ଟାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉପରେ ଦୁଇଥର ଆକ୍ରମଣ ଉଦ୍ୟମ ! - ଅଶ୍ବିନୀ ଚୌବେଙ୍କ ଉପରେ ଆକ୍ରମଣ ଉଦ୍ୟମ

ବକ୍ସରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉପରେ ୨୪ ଘଣ୍ଟାରେ ଦୁଇ ଥର ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ୍ ଚୌବେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଅଶ୍ବିନୀ ଚୌବେଙ୍କ ଉପରେ ଆକ୍ରମଣ ଉଦ୍ୟମ ଅଭିଯୋଗ

author img

By

Published : Jan 17, 2023, 11:47 AM IST

Updated : Jan 17, 2023, 11:57 AM IST

ପାଟନା: ବିହାରର ବକ୍ସରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କ ଉପରେ ଦୁଇଥର ଆକ୍ରମଣ ଉଦ୍ୟମ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଚୌବେ ବିହାର ପୋଲିସ ଡିଆଇଜି ଏବଂ ଡିଏସପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଚୌବେ ଅଭିଯୋଗ କରିଛନ୍ତି ଯେ, "କୃଷକଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଅନଶନ ପରେ ବକ୍ସରରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ତାଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଥିଲା । ତାଙ୍କ ଠାରୁ ମାତ୍ର ୫ରୁ ୬ ଫୁଟ ଦୂରରେ ଥିବା କିଛି ଦୁର୍ବୃତ୍ତ ଲାଠି ଧରି ଆକ୍ରମଣ ପାଇଁ ମାଡି ଆସିଥିଲେ । ହେଲେ ଉପସ୍ଥିତ ଥିବା ପୋଲିସ ଓ ଅଙ୍ଗରକ୍ଷୀଙ୍କ ଯୋଗୁଁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଏହି ଘଟଣାରେ ପୋଲିସ ୩ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି ।" ଯଦି ପୋଲିସ ସେମାନଙ୍କୁ ଧରି ନଥାନ୍ତା ତେବେ ଜଣାନାହିଁ ମୋ ସହ କ'ଣ ଘଟିଥାନ୍ତା ବୋଲି ଅଶ୍ବିନୀ ଚୌବେ କହିଛନ୍ତି ।

ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଦ୍ୱିତୀୟ ଥର ଆକ୍ରମଣ ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ, କାର୍ଯ୍ୟକ୍ରମ ସ୍ଥଳରେ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ଏକ ଦେଶୀ ପିସ୍ତଲ ଧରି ଦୌଡି ପଳାଇଥିଲା । ହେଲେ ପୋଲିସ ସେଠାରେ କେବଳ ନିରବଦ୍ରଷ୍ଟା ସାଜି ରହିଥିଲା ଓ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହାସହିତ କେନ୍ଦ୍ରମନ୍ତ୍ରୀ ଚୌବେ ବିହାର ଡିଏସପିଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଯେତେବେଳେ ପୋଲିସକର୍ମୀ ଧରାପଡିଥିବା ଗୁଣ୍ଡାମାନଙ୍କୁ ଥାନାକୁ ନେଲେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଡିଏସପି ତାଙ୍କର କାର୍ଯ୍ୟକର୍ତ୍ତା ଓ ପିଏଙ୍କୁ କହିଥିଲେ, କୌଣସି ଅସୁବିଧା ନାହିଁ । ମନ୍ତ୍ରୀ ତାଙ୍କ କାମ କରୁଛନ୍ତି ଏବଂ ଗୁଣ୍ଡା ତାଙ୍କ କାମ ।" ବିହାର ଡିଏସପିଙ୍କ ଠାରୁ ଏଭଳି କାଥା ଶୁଣିବା ଦୁର୍ଭାଗ୍ୟଜନକ ବୋଲି ଚୌବେ କହିଛନ୍ତି ।

ଏହାସହିତ ଥାନାକୁ ନିଆଯାଇଥିବା ଦୁର୍ବୃତ୍ତମାନଙ୍କୁ ଏ ଯାଏଁ କାହିଁକି ଗିରଫ କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି ଅଶ୍ବିନୀ ଚୌବେ । ପ୍ରକାଶଥାଉ କି, ରବିବାର ରାତିରେ ବକ୍ସରରୁ ପାଟନା ଯିବା ବାଟରେ କେନ୍ଦ୍ରମନ୍ତ୍ରୀ ଚୌବେଙ୍କ ଗାଡି ସହ ଯାଉଥିବା ଗୋଟିଏ ପୋଲିସ ଜିପ୍ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି ।

Last Updated : Jan 17, 2023, 11:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.