ETV Bharat / bharat

କେନ୍ଦ୍ର ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରେ ଆକ୍ରମଣ - ଗାଡି ଉପରକୁ ଆକ୍ରମଣ

କେନ୍ଦ୍ର ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରକୁ ଆକ୍ରମଣ । କିଛି କୃଷକ ଓ ଲୋକମାନେ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କେନ୍ଦ୍ର ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରକୁ ଆକ୍ରମଣ

author img

By

Published : Jun 25, 2021, 11:32 AM IST

ଚଣ୍ଡିଗଡ: କେନ୍ଦ୍ର ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରକୁ ଆକ୍ରମଣ । କିଛି କୃଷକ ଓ ଲୋକମାନେ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିବା ଜଣାପଡିଛି । ସୋମ ପ୍ରକାଶଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ ହୋଶିଆରପୁର ଗସ୍ତରେ ଯାଇଥିଲେ । ଚାବାୱାଲ ସହର ଦେଇ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ କିଛି କୃଷକ ଓ ଲୋକମାନେ ଆକ୍ରମଣ କରିଥିଲେ । କୌଶଳ କ୍ରମେ ସୋମ ପ୍ରକାଶ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଯାଇଛନ୍ତି ।

କେନ୍ଦ୍ର ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରକୁ ଆକ୍ରମଣ

ଏ ଘଟଣା ନେଇ କୃଷକ ନେତା କହିଛନ୍ତି ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପ୍ରଦର୍ଶନକୁ ସାତମାସରୁ ଅଧିକ ହେଲାଣି । ହେଲେ ସରକାର କିଛି ବି ଶୁଣାଣି କରୁନାହାନ୍ତି । ସେମାନେ କହିଛନ୍ତି ଯେ ଯେତେବେଳେ ସୋମ ପ୍ରକାଶ ଚାବାୱାଲ ଦେଇ ଯାଉଥିଲେ, ସେତେବେଳେ ରାଜପଥକୁ ଘେରାଉ କରାଯାଇଥିଲା । କୃଷକ ନେତା କହିଛନ୍ତି ଯେ, ଯଦି ସେ ପଞ୍ଜାବର ବିଜେପି ନେତା, ଯଦି ସେ କୁହନ୍ତି ଆଇନ ରଦ୍ଦ ନ ହେବା ଯାଏଁ ଆମର ବିଜେପି ସହ କୌଣସି ସମ୍ପର୍କ ନାହିଁ, ତେବେ ସେମାନଙ୍କ ବିରୋଧରେ କୌଣସି ବିକ୍ଷୋଭ ହେବ ନାହିଁ । ହୋଶିଆରପୁର ବିଜେପି ନେତା କହିଛନ୍ତି କି ସରକାର କୃଷକଙ୍କ ସମସ୍ତ କଥା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ମୁଁ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି ।

ଏ ଆକ୍ରମଣ ନେଇ ପୂର୍ବ ବିଧାୟକ ତିକ୍ଷଣ ସୁର କହିଛନ୍ତି ଏଥିରେ କୃଷକମାନଙ୍କର କୌଣସି ହାତ ନାହିଁ । ଏହା ଅନ୍ୟ ଦୁର୍ବୃତ୍ତମାନଙ୍କ ଦ୍ବାରା କରାଯାଇଛି । ଏଥି ପାଇଁ କଂଗ୍ରେସର ଦାୟୀ ବୋଲି କହିଛନ୍ତି ତିକ୍ଷଣ ସୁର । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ ଅଧିକାରୀ ସତ୍ୟବିନ୍ଦର ସିଂ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.