ETV Bharat / bharat

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସୁରକ୍ଷାରେ ତ୍ରୁଟି, ବିହାରରେ କାରକେଡ ଉପରେ ଆକ୍ରମଣ

author img

By

Published : Apr 9, 2023, 4:36 PM IST

ବିହାର ମୁଜାଫରପୁରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ କାରକେଡ ଉପରେ ଆକ୍ରମଣ । ଯୁବକ ଗିରଫ । କାରକେଡରେ ସାମିଲ ଗାଡି କ୍ଷତିଗ୍ରସ୍ତ ସୂଚନାକୁ ପୋଲିସର ଖଣ୍ଡନ । ଅଧିକ ପଢନ୍ତୁ

ବିହାରରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କାଫିଲା ଉପରେ ଆକ୍ରମଣ

ପାଟନା: ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ କାରକେଡ ଉପରେ ମୁଜାଫରପୁରରେ ଆକ୍ରମଣ ହୋଇଛି । ଗତକାଲି (ଶନିବାର) ସଂଧ୍ୟାରେ ମୋତିହାରିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜଧାନୀ ପାଟନା ଫେରୁଥିବା ବେଳେ ଦେବରିଆ ଥାନା ଅଧୀନ ବିଶୁନପୁରେ ଚୌକ ନିକଟରେ କେନ୍ଦ୍ରମନ୍ତ୍ରୀ ରାୟଙ୍କ କାରକେଡ ଉପରେ ଆକ୍ରମଣ କରିଛି ଜଣେ ଯୁବକ । ହାତରେ ଏକ ବାଡି ଧରି ଯୁବକଜଣଙ୍କ କାରକେଡ ରୋକିବା ସହ ମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରିବା ପାଇଁ ଉଦ୍ଯମ କରିଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀ ଉକ୍ତ ଯୁବକକୁ ତୁରନ୍ତ କାବୁ କରିନେଇଥିଲେ ।

  • किसी भी प्रकार से कोई भी कार्केट की गाड़ी को क्षति नहीं पहुचाई गई और ना ही कोई वाहन क्षतिग्रस्त हुई हैं या अन्य किसी भी प्रकार की कोई क्षति नहीं हुई हैं। खबर पुरी तरह से भ्रामक है, जिला पुलिस इसका खंडन करती हैं।

    — Muzaffarpur Police (@MuzaffarpurPol3) April 9, 2023 " class="align-text-top noRightClick twitterSection" data=" ">

କାରକେଡ ଉପରେ ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରି ସ୍ଥାନୀୟ ଥାନାକୁ ନେଇଛି । ଅନ୍ୟପଟେ ଅଭିଯୁକ୍ତର ଆକ୍ରମଣରେ କାରକେଡରେ ସାମିଲ ଅନ୍ୟ ଦୁଇ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ଅଭିଯୋଗକୁ ବିହାର ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । କାରକେଡରେ ସାମିଲ କୌଣସି ଗାଡି କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା କାରକେଡ ଆଦୌ ବିଳମ୍ବ ମଧ୍ୟ ହୋଇନାହିଁ ବୋଲି ପୋଲିସ କହିବା ସହ ଏପରି ଖବର ମିଥ୍ୟା ବୋଲି ଦର୍ଶାଇଛି । ପୋଲିସ ଅଭିଯୁକ୍ତ ଯୁବକକୁ କାବୁ କରିବା ପରେ ସ୍ଥାନୀୟ ଥାନାକୁ ନେଇ ଜେରା କରୁଛି । ଅଭିଯୁକ୍ତର ଅନ୍ୟ କୌଣସି ରାଜନୈତିକ ଦଳର ଲିଙ୍କ୍ ରହିଛି କି ନାହିଁ, ସେ ନେଇ କୌଣସି ସୂଚନା ପୋଲିସ ସୂତ୍ରରୁ ସ୍ପଷ୍ଟ କରାଯାଇନି ।

ଯୁବକର ଏପରି କାର୍ଯ୍ୟ ପାଇଁ କିଛି ସମୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ ମଝି ରାସ୍ତାରେ ଅଟକି ରହିଥିଲା । ପୋଲିସ ଯୁବକକୁ କାବୁ କରି ଗିରଫ କରିବା ସହ ଭିଡ ନିୟନ୍ତ୍ରଣ କରିଥିଲା । ପରେ କିଛି ସମୟ ବ୍ୟବଧାନରେ ମନ୍ତ୍ରୀଙ୍କ କାରକେଡ ରାଜଧାନୀ ପାଟନା ଅଭିମୁଖେ ବଢିଥିଲା । ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନୀତିଶ ଶାସନର କେନ୍ଦ୍ରୀୟ ମନ୍ତ୍ରୀଙ୍କ ରାଜ୍ୟ ଗସ୍ତ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଦଳ ଅଭିଯୋଗ କରିଛି । ହେଲେ ଏପରି ଅଭିଯୋଗକୁ ଜେଡିୟୁ ପକ୍ଷରୁ ଅମୂଳକ ବୋଲି ଦର୍ଶାଯାଇଛି ।

କେନ୍ଦ୍ରର କୌଣସି ମନ୍ତ୍ରୀ ବିହାର ଗସ୍ତରେ ଆସିଲେ ପ୍ରୋଟୋକଲ ଅନୁସାରେ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରନ୍ତି ବୋଲି ଜେଡିୟୁ କହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଏପରି ଅବ୍ୟବସ୍ଥା ନେଇ ବିହାର ପୋଲିସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.