ETV Bharat / bharat

Atiq-Ashraf Killed: ହତ୍ୟାକାରୀ ଲଭଲେଶ ତିୱାରୀ ଘରେ ପୋଲିସର ସୁରକ୍ଷା ବୃଦ୍ଧି

author img

By

Published : Apr 16, 2023, 10:49 PM IST

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ହତ୍ୟା କରିଥିବା ଅଭିଯୁକ୍ତ ଲଭଲେଶ ତିୱାରୀ ଘରେ ସୁରକ୍ଷା ବଢ଼ାଇଲା ପୋଲିସ । ଅଧିକ ପଢ଼ନ୍ତୁ

Atiq Ashraf shot dead
ଅତିକ ଅହମ୍ମଦ ଓ ଅସରତ ହତ୍ୟା ଘଟଣା

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫର ହତ୍ୟାକାରୀଙ୍କ ପରିବାରକୁ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଇଛି । ଅଭିଯୁକ୍ତ ଲଭଲେଶ ତିୱାରୀର ବାନ୍ଦା ସ୍ଥିତ ବାସଭନରେ ପୋଲିସର ସୁରକ୍ଷା ବୃଦ୍ଧି କରାଯାଇଛି । ଘର ବାହାରେ ଏବଂ ସମଗ୍ର ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଅଧିକ୍ଷକ ନିଜେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ଲଭଲେଶର ପରିବାର ସଦସ୍ୟଙ୍କ ସହ ବନ୍ଦ କୋଠରୀରେ କଥାବାର୍ତ୍ତା ହୋଇଛନ୍ତି ।

ଅଭିଯୁକ୍ତ ଲଭଲେଶ ତିୱାରୀର ପରିବାର ବାନ୍ଦା ଜିଲ୍ଲା କଟରା ଅଞ୍ଚଳରେ ରୁହନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକ୍ଷକ ଲଭଲେଶ ତିୱାରୀର ପରିବାର ସଦସ୍ୟଙ୍କୁ ଭେଟି ଏକ ଘଣ୍ଟା ଧରି ପଚରାଉଚରା କରି ଘଟଣାର ତଦନ୍ତ କରିଛନ୍ତି । ସୁରକ୍ଷା ଏବଂ ଗୋପନୀୟତା ଦର୍ଶାଇ ପୋଲିସ ଅଧିକ୍ଷକ ଏନେଇ କୌଣସି ସୂଚନା ଦେଇନାହାନ୍ତି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ସତର୍କ ରହିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ ଅଧିକ୍ଷକ କହିଛନ୍ତି ।

ଲଭଲେଶ ତିୱାରୀ ଦୁଇ ସହଯୋଗୀଙ୍କ ସହ ମିଶି ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରତକୁ ଗୁଳି ଚଳାଇ ହତ୍ୟା କରିଛି । ସେବେଠାରୁ ସମଗ୍ର ଜିଲ୍ଲାରେ ଲଭଲେଶକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କାହିଁକି ଏପରି ଘଟଣା ଘଟାଇଲା ଏବଂ ଏହା ପଛରେ କେଉଁମାନେ ଅଛନ୍ତି, ତାକୁ ନେଇ ବଡ଼ ପ୍ରଶ୍ନ । ଲଭଲେଶ ତିୱାରୀ ଲକ୍ଷ୍ନୌର କେକେସି କଲେଜର ଛାତ୍ର ଥିଲା । ସ୍ନାତକୋତ୍ତର ପାଇଁ ସେ କେକେସି କଲେଜରେ ନାମ ଲେଖାଇଥିଲା । କିନ୍ତୁ ପ୍ରଥମ ବର୍ଷ ପରୀକ୍ଷାରେ ସେ ବିଫଳ ହୋଇଥିଲା । ଏହାପରେ ପଢ଼ା ଛାଡ଼ି ବାନ୍ଦା ଫେରିଯାଇଥିଲା ଏବଂ ସେଠାରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ହେଲା ।

ସେ ନିଜ ଫେସବୁକ ପ୍ରୋଫାଇଲରେ କେକେସି କଲେଜର ଛାତ୍ର ବୋଲି ଲେଖିଛି । ଏଥିସହ ବଜରଙ୍ଗ ଦଳର ସଦସ୍ୟ ଥିବା ଉଲ୍ଲେଖ ରହିଛି । ପ୍ରୋଫାଇଲରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, " ଆମେ ଶାସ୍ତ୍ର ଜାଣିଥିବା ବ୍ରାହ୍ମଣ ନୁହେଁ ବରଂ ଅସ୍ତ୍ରଶସ୍ତ୍ର ଚଲାଉଥିବା ବ୍ରାହ୍ମଣ ।" ସୂଚନା ଅନୁଯାୟୀ, ଲଭଲେଶର ପିତା ଭୋମେଶ ଜଣେ ଓକିଲ । ଏନେଇ ଭୋମେଶ କହିଛନ୍ତି, " ଲବଲେଶ ନିଶା ସେବନ କରେ ଏବଂ ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଛି । ସେ ପୂର୍ବରୁ ସପ୍ତାହରେ ଥରେ ଘରକୁ ଆସୁଥିଲା । କିନ୍ତୁ ପରେ ଆଉ ଘରକୁ ଆସିଲା ନାହିଁ । ତା ବିଷୟରେ ଆମକୁ କିଛି ଜଣାନାହିଁ । ଟିଭି ଦେଖିଲା ପରେ ଜାଣିବାକୁ ପାଇଥିଲୁ ଯେ, ମୋ ପୁଅ ଅତିକ ଅହମ୍ମଦ ଓ ତାର ଭାଇକୁ ହତ୍ୟା କରିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.