ETV Bharat / bharat

ଆତ୍ମସମର୍ପଣ କରିବ ଅତିକର ପତ୍ନୀ ସହିସ୍ତା ପରବିନ !

author img

By

Published : Apr 16, 2023, 5:51 PM IST

ଆତ୍ମସମର୍ପଣ କରିବ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପତ୍ନୀ ସହିସ୍ତା ପରବିନ । ପ୍ରଥମେ ପୁଅକୁ ଏନକାଉଣ୍ଟର ଓ ଗତକାଲି ସ୍ବାମୀ ଦିଅରଙ୍କୁ ପୋଲିସ କଷ୍ଟଡିରେ ଗୁଳି କରି ହତ୍ୟା । ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଛି ସହିସ୍ତା । ଅଧିକ ପଢନ୍ତୁ

ଆତ୍ମସମର୍ପଣ କରିବ ଅତିକର ପତ୍ନୀ ସହିସ୍ତା ପରବିନ !
ଆତ୍ମସମର୍ପଣ କରିବ ଅତିକର ପତ୍ନୀ ସହିସ୍ତା ପରବିନ !

ଲକ୍ଷ୍ନୌ: ପ୍ରଥମେ ଫେରାର ଥିବା ହତ୍ୟା ଅଭିଯୁକ୍ତ ପୁଅକୁ ପୋଲିସର ଏନକାଉଣ୍ଟର । ଗତକାଲି (ଶନିବାର) ରାତିରେ ଗ୍ୟାଙ୍ଗଷ୍ଟାର ପତି ଓ ଦିଅରକୁ ପୋଲିସ କଷ୍ଟଡିରେ ଫିଲ୍ମ ଷ୍ଟାଇଲରେ ହତ୍ୟା ପରେ ଆତ୍ମସମର୍ପଣ କରିପାରେ ଅତିକର ପତ୍ନୀ ସହିସ୍ତା ପରବିନ । ନିଜେ ସହିସ୍ତା ମଧ୍ୟ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ତାଲିକାରେ ରହିଛି । ତେବେ ସେ ଏବେ ଫେରାର ରହିଥିବା ବେଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଛି । ସହିସ୍ତା ଫେରାର ହେବା ପରେ ପୋଲିସ ଓ ପ୍ରାୟାଗରାଜ ପ୍ରଶାସନ ତାର ଘର ଉପରେ ବୁଲଡୋଜର ଚଳାଇ ସାରିଛନ୍ତି ।

ଉମେଶ ପାଲ ହତ୍ୟାକାଣ୍ଡରେ ସହିସ୍ତା ସିଧାସଳଖ ସାମିଲ ଥିବା ଅଭିଯୋଗ ହୋଇଥିଲା । ସହିସ୍ତାର ନିର୍ଦ୍ଦେଶରେ ପୁଅ ଅସଦ ଓ ତାର ସହଯୋଗୀମାନେ ଉମେଶ ପାଲଙ୍କୁ ଗୋଡାଇଗୋଡାଇ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ସହିସ୍ତାର ଘରେ ଏକାଠି ହୋଇଥିଲେ ସମସ୍ତ ଅଭିଯୋଗ । ସହିସ୍ତା ସହ ଆଲୋଚନା ମଧ୍ୟ କରିଥିଲେ । ପରେ ସେଠାରୁ ବିଭିନ୍ନ ସ୍ଥାନକୁ ଫେରାର ହୋଇଯାଇଥିବା ପୋଲିସକୁ ସୂଚନା ମିଳିଥିଲା । ତେଣୁ ଏହି ମାମଲାରେ ପୁଅ ଅସଦ ସହ ସହିସ୍ତାକୁ ମଧ୍ୟ ପୋଲିସ ଅଭିଯୁକ୍ତ ଭାବେ ଦର୍ଶାଇଥିଲା । ପରେ ସେ ଫେରାର ହୋଇଯାଇଥିଲା ।

ଫେରାର ହେବା ପରେ ତା ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଷଡଯନ୍ତ୍ର କରିଥିବା ଦର୍ଶାଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ମଧ୍ୟ ଲେଖିଥିଲା । ଉମେଶ ପାଲ ହତ୍ୟାକାଣ୍ଡକୁ ଏକ ରାଜନୈତିକ ଷଡଯନ୍ତ୍ର ଦର୍ଶାଇ ସେ ଏହାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ବାରା କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ହତ୍ୟାକାଣ୍ଡ ଘଟାଇ ତାର ପରିବାରକୁ ସମ୍ପୃକ୍ତ ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲା ।

ଅତିକ ଅହମ୍ମଦ ଓ ତାର ସାନ ଭାଇ ଅସରଫକୁ ପୋଲିସର ଏନକାଉଣ୍ଟର ନେଇ ଲାଗି ରହିଥିବା ଚର୍ଚ୍ଚା ସତ ପ୍ରମାଣିତ ହୋଇଛି । ପ୍ରଥମେ ଝାନ୍ସିରେ ଫେରାର ଥିବା ଅତିକର ପୁଅ ଅସଦ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା । ଗତକାଲି ଅତିକ ଅହମ୍ମଦ ଓ ତାର ସାନ ଭାଇ ଅସରଫକୁ ପ୍ରୟାଗରାଜ ହସ୍ପିଟାଲ ପରିସରରେ ପୋଲିସ କଷ୍ଟଡିରେ ଗୁଳିମାଡ କରି ହତ୍ୟା କରିଥିଲେ 3 ଦୁର୍ବୃତ୍ତ । ଏପରି ମଧ୍ୟରେ ଫେରାର ଥିବା ସହିସ୍ତା ପରବିନ ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.