ETV Bharat / bharat

ବିଶ୍ବକପ ଫାଇନାଲ ପୂର୍ବରୁ ଆଷ୍ଚ୍ରୋଟକ୍‌ ସିଇଓଙ୍କ ବଡ଼ ଘୋଷଣା, ଭାରତ ଜିତିଲେ ବାଣ୍ଟିବେ 100 କୋଟି ଟଙ୍କା - India vs Australia

World Cup Final: ଭାରତ ବିଶ୍ବକପ ଜିତିଲେ 100କୋଟି ଟଙ୍କା ବାଣ୍ଟିବ ଆଷ୍ଟ୍ରୋଟକ୍‌ । ଘୋଷଣା କଲେ ଆଷ୍ଟ୍ରୋଟକ ସିଇଓ ପୁନିତ ଗୁପ୍ତା । ଜାଣନ୍ତୁ କେଉଁମାନେ ପାଇବେ ଏହି ଟଙ୍କା । ଅଧିକ ପଢ଼ନ୍ତୁ

ଭାରତ ଜିତିଲେ 100 କୋଟି ଟଙ୍କା
ଭାରତ ଜିତିଲେ 100 କୋଟି ଟଙ୍କା
author img

By ETV Bharat Odisha Team

Published : Nov 19, 2023, 9:59 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । କ୍ରିକେଟ୍‌ ବିଶ୍ବକପ 2023ର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ । ଆଜି(ରବିବାର) ଅପରାହ୍ନ 2ଟାରେ ଗୁଜରାଟ ଅହମ୍ମଦାହବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍‌ । ଯାହାକୁ ନେଇ 2 ଦେଶର ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବହୁଗୁଣା ବୃଦ୍ଧି ପାଇଛି । ତେବେ ଖେଳ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ଆଷ୍ଟ୍ରୋଟକ(Astrotalk)ର ସିଇଓ ପୁନୀତ ଗୁପ୍ତା । ଇଣ୍ଡିଆ ଯଦି ମ୍ୟାଚରେ ବିଜୟୀ ହୁଏ ତେବେ ନିଜ ୟୁଜର୍ସମାନଙ୍କ ମଧ୍ୟରେ 100କୋଟି ଟଙ୍କା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି ପୁନିତ ଗୁପ୍ତା । ଏଥିସହ 2011 ବିଶ୍ବକପରେ ଭାରତର ବିଜୟୀ ଯାତ୍ରା ସହ ତାଙ୍କର ଅନୁଭୂତିକୁ ମଧ୍ୟ ବଖାଣିଛନ୍ତି ।

ତେବେ ଏନେଇ ଲିଙ୍କ୍ଡଇନ(Linkedln) ସେ କହିଛନ୍ତି, "ପୂର୍ବ ଥର 2011ରେ ଭାରତ ଯେତେବେଳେ ବିଶ୍ବକପ ଜିତିଥିଲା ମୁଁ ସେତେବେଳ କଲେଜରେ ପାଠ ପଢୁଥିଲି । ସେଦିନ ମୋ ଜୀବନର ବେଶ ଖୁସିର ଦିନ ଥିଲା ।" ତେବେ ସେଦିନର ଅନୁଭୂତି ବଖାଣିବାକୁ ଯାଇ ସେ ଆଉ ମଧ୍ୟ କହିଥିଲେ, "ମ୍ୟାଚ ହେବାର ପୂର୍ବଦିନ ଆମେ ମାନେ ସାରା ରାତି ଶୋଇନଥିଲୁ । ଆମେମାନେ ରାତି ସାରା ବସି ମ୍ୟାଚ୍‌ କିଭଳି ହେବ ମ୍ୟାଚ ରଣନୀତି ବିଷୟରେ ଆଲୋଚନା କରୁଥିଲୁ ।"

"ଆଉ ଯେତେବେଳେ ଭାରତ ବିଶ୍ବକପ ହାସଲ କରିଥିଲା ସେତେବେଳେର ଯେଉଁ ଖୁସିର ଅନୁଭୂତି ତାହା ଥିଲା ମଧ୍ୟ ବେଶ ଖାସ ଥିଲା । ଆମେ ସାଙ୍ଗମାନେ ସମସ୍ତେ ଏହି ସ୍ମରଣୀୟ ଦିନକୁ ଉତ୍ସାହର ସହକାରେ ସେଲିବ୍ରେସନ କରିଥିଲୁ । ଯେତେବେଳେ ଆମେ ମ୍ୟାଚ ଜିତିଥିଲୁ ବହୁ ସମୟ ଯାଏ ଆମ ଲୋକ ଟାଙ୍କୁରୀ ଉଠିଥିଲା । ଆମେ ସବୁ ସାଙ୍ଗମାନେ ସମସ୍ତଙ୍କୁ ଆଲିଙ୍ଗନ କରିବା ସହ ଏହାକୁ ସେଲିବ୍ରେସନ କରିବାକୁ ଚଣ୍ଡିଗଡ ବାଇକ ଯାତ୍ରା କରିଥିଲୁ । ସେଠାରେ ବହୁ ଅପରିଚିତ ଲୋକଙ୍କ ସହ ମିଶି ଭାଙ୍ଗରା ନୃତ୍ୟ କରିବା ସହ ବେଶ ଉତ୍ସାହର ସହ ସେଦି ଦିନକୁ ସେଲିବ୍ରେସନ କରିଥିଲୁ । ସେଦିନ ମୋ ଜୀବନର ବେଶ ଖୁସିର ଦିନ ଥିଲା ।"

ଏହାମଧ୍ୟ ପଢନ୍ତୁ...ବିଶ୍ବକପ୍‌ ୨୦୨୩: ଚମ୍ପିଆନ୍‌ ଦଳର ସବୁ ଖେଳାଳି ହେବେ କୋଟିପତି, ହାରିଥିବା ଦଳ ଉପରେ ବି ହେବ ଟଙ୍କା ବର୍ଷା

ସେ ଆଉ ମଧ୍ୟ କହିଛନ୍ତି, "ଗତଥର ମୁଁ ମୋ ପାଖରେ ଅଳ୍ପ କିଛି ସାଙ୍ଗଥିଲେ ଯେଉଁମାନଙ୍କ ସହ ମୁଁ ସେହି ବିଜୟ ମୂହୁର୍ତ୍ତ ସେଲିବ୍ରେସନ କରିଥିଲି ।ହେଲେ ଚଳିତ ଥର ମୋ ପାଖରେ ବହୁତ ଅଷ୍ଚ୍ରୋଟକ (Astrotalk) ୟୁଜର୍ସମାନେ ଅଛନ୍ତି ଯେଉଁମାନେ ମୋ ସାଙ୍ଗ ଭଳି, ସେମାନଙ୍କ ସହ ମୁଁ ଏହି ଖୁସିର ସମୟ ସେଲିବ୍ରେସନ କରିବା ପାଇଁ ଚାହୁଁଛି । ସେଥିପାଇଁ ମୁଁ ମୋ ଟିମ ସହ ଏନେଇ କଥା ହୋଇଛି । ଓ ପ୍ରତିଶ୍ରୁତି ଦେଉଛି, "ଯଦି ଇଣ୍ଡିଆ ଓ୍ବାର୍ଲ୍ଡ କପ ହାସଲ କରେ ତେବେ ମୁଁ 100କୋଟି ଟଙ୍କା ବାଣ୍ଟିବି । ମୋର ଯେତେ ୟୁଜର୍ସ ଅଛନ୍ତି ସେମାନଙ୍କ ଓ୍ବାଲେଟରେ ମୁଁ 100 କୋଟି ଟଙ୍କା ବାଣ୍ଟିବି । ତେବେ ସମସ୍ତେ ଭାରତ ଜିତିବା ପାଇଁ ପ୍ରାର୍ଥନା, ସମର୍ଥନ କରିବା ସହ ଭାରତ ପାଇଁ ଖୁସି ହେବା ।"

ତେବେ ଆଉ କିଛି ଘଣ୍ଟା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ, ପୂର୍ବରୁ 5 ଥର ବିଶ୍ବ କପ ବିଜୟୀ ହୋଇସାରିଥିବା ଅଷ୍ଟ୍ରେଲିଆ ଟିମକୁ ଭେଟିବାକୁ ଯାଉଛି । ପୂର୍ବରୁ ଭାରତ ମଧ୍ୟ 2 ଥର ବିଶ୍ବକପ ହାସଲ କରିସାରିଥିବା ବେଳେ ତୃତୀୟ ଥର ଚମ୍ପିଆନ ହେବା ଲକ୍ଷ୍ୟରେ ରହିଛି । ଆଉ ଯାହାକୁ ନେଇ ଅଗଣିତ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.