ETV Bharat / bharat

ଲାକ୍ଷାଦ୍ବୀପ ଯାତ୍ରା ପ୍ରକ୍ରିୟାକୁ ସରଳ କରିବାକୁ କେନ୍ଦ୍ରକୁ ଟ୍ରାଭେଲ ଆସୋସିଏସନର ଅପିଲ - Maldives row

Associations urge Centre to ease official process: ବିଭିନ୍ନ ଟ୍ରାଭେଲ ଆସୋସିଏସନମାନେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଅନୁରୋଧ । ଲାକ୍ଷାଦ୍ବୀପକୁ ଯାତ୍ରା ପ୍ରକ୍ରିୟା ସରଳ କରିବା ଓ ସମସ୍ତ ପ୍ରକାର ଭିତ୍ତିଭୂମିର ବିକାଶକୁ ନେଇ ଲେଖିଛନ୍ତି ଚିଠି । ଅଧିକ ପଢନ୍ତୁ

Lakshadweep
Lakshadweep
author img

By ETV Bharat Odisha Team

Published : Jan 10, 2024, 7:45 PM IST

ନୂଆଦିଲ୍ଲୀ: ଭାରତ-ମାଳଦ୍ବୀପ ବିବାଦ ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୋଲିଛି ନୂଆ ସୁଯୋଗର ଦ୍ବାର । ପର୍ଯ୍ୟଟନ ଉଦ୍ୟୋଗ ସହିତ ଜଡିତ ବିଭିନ୍ନ ଆସୋସିଏସନମାନେ କେନ୍ଦ୍ର ସରକାରଙ୍କୁ ଏନେଇ ଦେଇଛନ୍ତି ପ୍ରସ୍ତାବ । ଲାକ୍ଷାଦ୍ବୀପକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ଆଧିକାରିକ ଔପଚାରିକତା ପ୍ରକ୍ରିୟାର ସରଳୀକରଣ ପାଇଁ ସରକାରଙ୍କୁ କରିଛନ୍ତି ଅନୁରୋଧ । ମାଳଦ୍ବୀପ ସରକାରର ମନ୍ତ୍ରୀ ଜାହିଦ ରମିଜ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ସମାଲୋଚନା କରିବା ପରେ ଏହି ଦ୍ବୀପପୁଞ୍ଜ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏ ସମ୍ପର୍କରେ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସର ବରିଷ୍ଠ ଉପାଧ୍ୟକ୍ଷ ରଜନୀଶ କୈସ୍ଥ କହିଛନ୍ତି, ‘‘ଆମ ଆସୋସିଏସନର ସଦସ୍ୟ ମାନେ ଲାକ୍ଷାଦ୍ବୀପ ପର୍ଯ୍ୟଟନ ଉପରେ ଆଲୋଚନା କରିଥିଲେ ଏବଂ ଏନେଇ ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖା ଯାଇଛି । ସରକାରଙ୍କୁ ସେଠାରେ ପରମିଟ୍‌ର ସର୍ତ୍ତାବଳୀକୁ ସରଳ ଏବଂ ଅଧିକ ମାତ୍ରାରେ ପରିବହନର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଛୁ ।’’

ଏହା ମଧ୍ୟ ପଢନ୍ତୁ ... ମୋଦିଙ୍କ ଗସ୍ତ ପ୍ରଭାବ: ଗୁଗୁଲ ଓ ମେକ ମାଇଁ ଟ୍ରିପରେ ବଢୁଛି ଲାକ୍ଷାଦ୍ବୀପର କ୍ରେଜ

ସେହିପରି ଆଇଏଟିଓର ଉପାଧ୍ୟକ୍ଷ ରବି ଗୋସାଇଁ କହିଛନ୍ତି ଯେ ସରକାର ଭାରତୀୟ ମାନଙ୍କ ପାଇଁ ପୋଲିସ କ୍ଲିୟରାନ୍ସ ପ୍ରମାଣ ପତ୍ରରେ ରିହାତି ଦେବା ପାଇଁ ଅନୁରୋଧ କରିଛନ୍ତି । ଯଦି କୌଣସି ଭାରତୀୟ ପର୍ଯ୍ୟଟକ ଆଧାର କାର୍ଡ ଅପଲୋଡ୍ କରେ ତେବେ ତାହାକୁ ପରିଚୟ ପାଇଁ ଯଥେଷ୍ଟ ବୋଲି ଧରାଯାଉ । ସେହିପରି ଏହି ଦ୍ବୀପରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରହିବା ପାଇଁ ରହଣି ସ୍ଥଳୀର ଆବଶ୍ୟକତା ରହିଛି । ଏହି ଦ୍ବୀପପୁଞ୍ଜରେ କାଭାରତି, ଅଗତ୍ତି, ଅମିନୀ, କଦମତ, କିଲଟନ, ଚେଟଲାଟ, ବିତ୍ରା, ଏଣ୍ଡ୍ରୋଟ, କଲ୍ପେନୀ ଓ ମିନିକୟ ଭଳି ଅଞ୍ଚଳ ରହିଛି । ଲାକ୍ଷାଦ୍ବୀପକୁ ଯାତ୍ରା ପାଇଁ ବିମାନ ମାର୍ଗ ସହିତ ସମୁଦ୍ରପଥ ରହିଥିବା ସତ୍ତ୍ବେ ଏହି ସୁନ୍ଦର ଦ୍ବୀପକୁ ବୁଲିବା ପାଇଁ ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ନାହିଁ ।

ୱାର୍ଲଡୱାଇଡ ଟ୍ରାଭେଲ ଆଣ୍ଡ ଟୁରିଜିମ ଆସୋସିଏସନର ମହାସଚିବ ଦୀପକ ଉପାଧ୍ୟାୟ କହିଛନ୍ତି ଯେ ଆମ ସଙ୍ଗଠନର ସଦସ୍ୟ ମାନେ ଲାକ୍ଷାଦ୍ବୀପ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛୁ । ସରକାରଙ୍କୁ ଏହି ସ୍ଥାନରେ ରହଣି ଓ ଗମନାଗମନର ଅଧିକ ସୁବିଧା କରିବା ପାଇଁ ଚିଠି ଲେଖିଛୁ । ପୂର୍ବରୁ ଲାକ୍ଷାଦ୍ବୀପ ବିବାଦରେ ମେକ ମାଇଁ ଟ୍ରିପ ଓ ଇଜ ମାଇଁ ଟ୍ରିପ ମାଳଦ୍ବୀପକୁ ବୁକିଂ ରଦ୍ଦ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.